Priyanka Chopra ଆରମ୍ଭ କଲେ ଫେମିଲି ପ୍ଲାନିଂ; ହେବାକୁ ଚାହୁଁଛନ୍ତି ୧୧ ଟି ସନ୍ତାନର ମା'!

ପ୍ରିୟଙ୍କା ଚୋପ୍ରା (Priyanka Chopra) ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ୧୧ ଟି ସନ୍ତାନର ମା' ହେବାକୁ ଚାହୁଁଛନ୍ତି ଓ ସେ ନିଜେ ଏକ କ୍ରିକେଟ୍ ଦଳ ଗଠନ କରିବାକୁ ଚାହୁଁଛନ୍ତି । ରବିବାର ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏହି ଇଚ୍ଛା ପ୍ରକାଶ କରିଛନ୍ତି ।

Priyanka Chopra ଆରମ୍ଭ କଲେ ଫେମିଲି ପ୍ଲାନିଂ; ହେବାକୁ ଚାହୁଁଛନ୍ତି ୧୧ ଟି ସନ୍ତାନର ମା'!
Priyanka Chopra ଆରମ୍ଭ କଲେ ଫେମିଲି ପ୍ଲାନିଂ
  • News18 Odia
  • Last Updated: January 12, 2021, 2:28 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ମୁମ୍ବାଇ: ବଲିଉଡ ଓ ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜର ସୌନ୍ଦର୍ଯ୍ୟ ଓ ବୋଲ୍ଡନେଶ୍ ଦ୍ୱାରା ପ୍ରଶଂସକଙ୍କ ହୃଦୟ ଜିତିନେଇଥାନ୍ତି । ପ୍ରିୟଙ୍କା (Priyanka Chopra Family Planning) ନିଜ ହୃଦୟ କଥା କହିବାକୁ କେବେବି ଦ୍ୱିଧା କରନ୍ତି ନାହିଁ । ତା’ପରେ ଯାହା ବି ହେଉନା କାହିଁକି । ସେ ଖୋଲାଖୋଲି ଭାବରେ ନିଜର କଥା ସମସ୍ତଙ୍କ ଆଗରେ ରଖନ୍ତି । ପ୍ରାୟତଃ ପ୍ରିୟଙ୍କା ଚୋପ୍ରା ମଧ୍ୟ ସ୍ୱାମୀ ନିକ ଜୋନାସଙ୍କ (Nick Jonas) ସହ ତାଙ୍କର ସମ୍ପର୍କକୁ ନେଇ କଥାବାର୍ତ୍ତା କରନ୍ତି । ବର୍ତ୍ତମାନ ପ୍ରିୟଙ୍କା ଚୋପ୍ରା ମଧ୍ୟ ନିଜର ଫେମିଲି ପ୍ଲାନିଂ ବିଷୟରେ ଖୁଲାସା କରିଛନ୍ତି ।

ପ୍ରିୟଙ୍କା ଚୋପ୍ରା (Priyanka Chopra) ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ୧୧ ଟି ସନ୍ତାନର ମା' ହେବାକୁ ଚାହୁଁଛନ୍ତି ଓ ସେ ନିଜେ ଏକ କ୍ରିକେଟ୍ ଦଳ ଗଠନ କରିବାକୁ ଚାହୁଁଛନ୍ତି । ରବିବାର ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏହି ଇଚ୍ଛା ପ୍ରକାଶ କରିଛନ୍ତି । ପ୍ରିୟଙ୍କା ଚୋପ୍ରାଙ୍କ ସହ ତାଙ୍କ ପରିବାର ଯୋଜନା ବିଷୟରେ କଥାବାର୍ତ୍ତା ହେବାବେଳେ ତାଙ୍କୁ ପଚରାଯାଇଥିଲା ଯେ ସେ କେତେ ସନ୍ତାନ ଜନ୍ମ ଦେବାକୁ ଚାହୁଁଛନ୍ତି । ସେତେବେଳେ ପ୍ରିୟଙ୍କା ଚୋପ୍ରା ଏହି ପ୍ରଶ୍ନର ଯାହା ଉତ୍ତର ଦେଇଥିଲେ ତାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

୩୮ ବର୍ଷୀୟା ଅଭିନେତ୍ରୀ କହିଛନ୍ତି ଯେ ସେ ୧୧ ଟି ପିଲା ଚାହୁଁଛନ୍ତି ଅର୍ଥାତ୍ ପ୍ରିୟଙ୍କା ଚୋପ୍ରା ୧୧ ଟି ସନ୍ତାନର ମା' ହେବାକୁ ଚାହୁଁଛନ୍ତି । ଏହି ଉତ୍ତର ଦେବା ପରେ ପ୍ରିୟଙ୍କା ଜୋରରେ ହସିବାକୁ ଲାଗିଥିଲେ । ଏହା ପରେ ସେ କହିଥିଲେ ଯେ ସେ କ୍ରିକେଟ୍ ଦଳ ଗଠନ କରିବାକୁ ଚାହୁଁଛନ୍ତି ଓ ସେଥିପାଇଁ ସେ ୧୧ଟି ପିଲା ଚାହୁଁଛନ୍ତି । ତେବେ ତାଙ୍କ ବାର୍ତ୍ତାଳାପ ପରିଚାଳନା କରିବା ପରେ ସେ କହିଛନ୍ତି ଯେ ୧୧ ଟି ପିଲା ବୋଧହୁଏ ଅଧିକ ହେବେ । ଏହି ସମୟ ମଧ୍ୟରେ ସେ ପୁଣି ଥରେ ନିଜ ସ୍ୱାମୀ ନିକ ଜୋନାସଙ୍କ ସହ ଥିବା ସମ୍ପର୍କ ବିଷୟରେ କହିଥିଲେ ।
Published by: Jagdish Barik
First published: January 12, 2021, 2:28 PM IST
corona virus btn
corona virus btn
Loading