ପ୍ରିୟଙ୍କା ଚୋପ୍ରା ନିଜ ‘‘ଝିଅ’’ ସହ ଫଟୋ ଶେୟାର୍ କଲେ; ଫ୍ୟାନ୍‌ମାନେ କହିଲେ ‘‘ପରଫେକ୍ଟ ମମ୍ମି!’’

ବିବାହ ପରେ ଏ ପର୍ଯ୍ୟନ୍ତ ପ୍ରିୟଙ୍କା ଚୋପ୍ରା ତ କୌଣସି ଖୁସି ଖବର ଦେଇ ନାହାଁନ୍ତି, ତେଣୁ ତାଙ୍କର ଗୋଟେ ଝିଅ କେମିତି ହୋଇଗଲା? ଅନେକ ଏହି ପ୍ରଶ୍ନ ପଚାରୁଛନ୍ତି । କଥାଟି ସେତେ ସିଧା ଓ ସହଜ ନୁହେଁ ।

ପ୍ରିୟଙ୍କା ଚୋପ୍ରା ନିଜ ‘‘ଝିଅ’’ ସହ ଫଟୋ ଶେୟାର୍ କଲେ; ଫ୍ୟାନ୍‌ମାନେ କହିଲେ ‘‘ପରଫେକ୍ଟ ମମ୍ମି!’’
ପ୍ରିୟଙ୍କା ଚୋପ୍ରା ଜୋନାସ୍ ସୋସିଆଲ ମିଡି଼ଆରେ ବହୁତ ସକ୍ରିୟ ରହନ୍ତି ।
  • News18 Odia
  • Last Updated: April 18, 2021, 10:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡ ଓ ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା (Priyanka Chopra) ନିଜ ସୌନ୍ଦର୍ଯ୍ୟ ଓ ସାହସିକତା ସହିତ ନିଜର ଖୋଲା କଥା ପାଇଁ ପ୍ରଶଂସକଙ୍କ ହୃଦୟ ଜିତିବା ଜାରି ରଖିଛନ୍ତି । ପ୍ରିୟଙ୍କା ଚୋପ୍ରା ଜୋନାସ୍‌ (Priyanka Chopra Jonas) ସୋସିଆଲ ମିଡି଼ଆରେ ବହୁତ ସକ୍ରିୟ ରହନ୍ତି । ସୋସିଆଲ ମିଡି଼ଆରେ ସେ ଲଗାତର ନିଜର ଫଟୋ ଶେୟାର୍‌ କରନ୍ତି । ନିକଟରେ ପ୍ରିୟଙ୍କା ତାଙ୍କ ‘ଝିଅ' ସହିତ ଏକ ଫଟୋ ଶେୟାର୍‌ କରିଛନ୍ତି, ଯାହା ଖୁବ୍‌ ଭାଇରାଲ ହେଉଛି ।

ଆପଣ ନିଶ୍ଚୟ ଭାବୁଥିବେ ଯେ ବିବାହ ପରେ ଏ ପର୍ଯ୍ୟନ୍ତ ପ୍ରିୟଙ୍କା ତ କୌଣସି ଖୁସି ଖବର ଦେଇ ନାହାଁନ୍ତି, ତେଣୁ ତାଙ୍କର ଗୋଟେ ଝିଅ କେମିତି ହୋଇଗଲା? ମାତ୍ର କଥାଟି ଭିତରକୁ ଯାଇ ଟିକେ ବୁଝିଲେ ହିଁ ଜଣାପଡ଼ିବ ।

ଏହା ବି ପଢ଼ନ୍ତୁ PHOTO ଦେଖନ୍ତୁ | ବାଲି ଖୋଳୁ ଖୋଳୁ ମହାଦେବ: ଯାଜପୁରରେ ବୈତରଣୀ ନଦୀ ଗର୍ଭରୁ ଉଭା ହେଲେ ସ୍ବୟଂ ଶିବଶମ୍ଭୁ

ବାସ୍ତବରେ ପ୍ରିୟଙ୍କା ଚୋପ୍ରା (Priyanka Chopra) ନିଜ ଗୃହପାଳିତ ପଶୁ ଡାଏନା, ଗିନୋ ଓ ପାଣ୍ଡାକୁ ଭାରି ଭଲ ପାଆନ୍ତି । ସେ ଅନେକ ଥର କହିଛନ୍ତି ଯେ ସେ ନିଜର ଏହି ତିନି ଗୃହପାଳିତ ପଶୁଙ୍କର ଜଣେ ଗର୍ବିତ ମା’ (proud mother) । ଏହି ତିନି ପଶୁଙ୍କ ଲାଳନ ପାଳନ ସେ ନିଜ ସ୍ୱାମୀ ନିକ୍‌ ଜୋନାସଙ୍କ (Nick Jonas) ସହ ମିଶି କରନ୍ତି ।



ବ୍ୟସ୍ତ ସିନେ ତାରକା ପ୍ରିୟଙ୍କାଙ୍କ ହାତରେ ବର୍ତ୍ତମାନ ଅନେକ ପ୍ରୋଜେକ୍ଟ ଅଛି । ସେ ଯେତେବେଳେ ବି କିଛି ସମୟ ପାଆନ୍ତି ତାହା ନିଜ ଗୃହପାଳିତ ପଶୁମାନଙ୍କ ସହ ବିତାନ୍ତି । ନିକଟରେ ପ୍ରିୟଙ୍କା ଡାଏନା ସହ ଏକ ଫଟୋ ଶେୟାର୍‌ କରିଛନ୍ତି ଯାହା ସୋସିଆଲ୍‌ ମିଡି଼ଆରେ ଭାଇରାଲ ହେଉଛି ।

ଏହା ବି ପଢ଼ନ୍ତୁ | ପୁରୀରେ ବଟି ଦେବାରୁ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ; ଅବସ୍ଥା ସଙ୍କଟାପନ୍ନ

ପ୍ରିୟଙ୍କା ଡାଏନା ସହ ସେହି ଫଟୋଟି ଶେୟାର୍‌ କରି ଲେଖିଛନ୍ତି, ‘‘ଗର୍ଲ ଟାଇମ୍‌’’ (girl time) ଅର୍ଥାତ ନିଜ ଝିଅ ସହ ସମୟ । ପ୍ରିୟଙ୍କା ଡାଏନାକୁ ବହୁତ ଭଲ ପାଆନ୍ତି । ସେ ଯେଉଁଠାରେ ବି ରୁହନ୍ତି ତାକୁ ସବୁବେଳେ ନିଜ ପାଖରେ ରଖନ୍ତି ।



କେବଳ ଏତିକି ନୁହେଁ, ପ୍ରିୟଙ୍କା ଡାଏନା ନାଁରେ ଏକ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟ ବି ତିଆରି କରିଛନ୍ତି ଯାହାକୁ ଅନେକ ସେଲିବ୍ରିଟି ବି ଫଲୋ କରନ୍ତି । ପ୍ରିୟଙ୍କା ଓ ଡାଏନାର ଏହି ଫଟୋ ବି ସେହି ଆକାଉଣ୍ଟରୁ ଶେୟାର୍‌ କରାଯାଇଛି । ସେଥିରେ କ୍ୟାପସନ୍‌ ଲେଖା ହୋଇଛି: ‘‘ମମି ଓ ମୁଁ ।’’

ଏହା ବି ପଢ଼ନ୍ତୁ | ଭୁବନେଶ୍ୱର ଯୁବକ ଅନ୍ଲାଇନ୍ରେ ଗାଈ ବିକୁଥିଲେ; ଲକ୍ଷେ ଟଙ୍କା ଲୁଟିନେଲେ ସାଇବର୍ଅପରାଧୀ

ପ୍ରିୟଙ୍କା ଚୋପ୍ରା ୧୦ ଓ ୧୧ ଏପ୍ରିଲରେ ଆୟୋଜିତ ହୋଇଥିବା ବ୍ରିଟିଶ୍‌ ଏକାଡେମୀ ଚଳଚ୍ଚିତ୍ର ପୁରସ୍କାରର ଉପସ୍ଥାପନ କରିଛନ୍ତି । ରୟାଲ୍‌ ଆଲବର୍ଟ ହଲରେ ଏହି ସମାରୋହ ଅନୁଷ୍ଠିତ ହୋଇଛି । ପ୍ରିୟଙ୍କା ସୋସିଆଲ ମିଡି଼ଆରେ ଏହି ସୂଚନା ଦେଇଥିଲେ । ତାଙ୍କ ସହ ଅନେକ ହଲିଉଡ ତାରକା ମଧ୍ୟ ଏହି ପୁରସ୍କାର ଉପସ୍ଥାପନ କରିବାକୁ ଯାଉଛନ୍ତି ।



ପ୍ରିୟଙ୍କା ଓ ଅନ୍ୟ ଉପସ୍ଥାପକମାନେ ଏହି ସମାରୋହରେ ଭର୍ଚ୍ଚୁଆଲ ମାଧ୍ୟମରେ ଛୋଡ଼ିହୋଇଛନ୍ତି । ବିଶେଷ କଥା ହେଉଛି ପ୍ରିୟଙ୍କାଙ୍କ ଫିଲ୍ମ ‘ଦ ହ୍ୱାଇଟ୍‌ ଟାଇଗର୍‌’ ମଧ୍ୟ ଏହି ପୁରସ୍କାରରେ ଦୁଇଟି ନାମାଙ୍କନ ପାଇଛି ।
Published by: Anand ST Das
First published: April 13, 2021, 7:45 PM IST