ପ୍ରିୟା ପ୍ରକାଶ ଭାରିୟର୍ ଏ ଥର ଷ୍ଟେଜ୍ ଉପରୁ ଚଳାଇଲେ ଆଖିରୁ ଗୁଳି! Video ଭାଇରାଲ୍ ହେଲା

ପ୍ରିୟା ପ୍ରକାଶ ଭାରିୟର୍ ଆଖି ମାରିବା ଓ ହାତ ଆଙ୍ଗୁଳିର ବନ୍ଧୁକରୁ ଗୁଳି ମାରିବା ଅଙ୍ଗଭଙ୍ଗୀ ଯୋଗୁଁ ସୋସିଆଲ୍ ମିଡ଼ିଆରେ ଲୋକପ୍ରିୟତା ହାସଲ କରିଥିଲେ । ସେ ଖୁବ୍ ଶୀଘ୍ର 'ଶ୍ରୀଦେବୀ ବଙ୍ଗଲୋ' ଓ 'ଲଭ୍ ହ୍ୟାକର୍ସ' ଫିଲ୍ମ ମାଧ୍ୟମରେ ବଲିଉଡରେ ପ୍ରବେଶ କରୁଛନ୍ତି ।

ପ୍ରିୟା ପ୍ରକାଶ ଭାରିୟର୍ ଏ ଥର ଷ୍ଟେଜ୍ ଉପରୁ ଚଳାଇଲେ ଆଖିରୁ ଗୁଳି! Video ଭାଇରାଲ୍ ହେଲା
ପ୍ରିୟା ପ୍ରକାଶ ଭାରିୟର୍ ପୋଷ୍ଟ କରିଥିବା ନିଜ ଆଖିମରା ଫଟୋ
  • News18 Odia
  • Last Updated: September 19, 2020, 10:06 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଅଭିନେତ୍ରୀ ପ୍ରିୟା ପ୍ରକାଶ ଭାରିୟର୍ (Priya Prakash Varrier) ନିଜର ମୁହଁ ଓ ଆଖିର ଚମତ୍କାର ଅଭିବ୍ୟକ୍ତି ଦ୍ୱାରା ସୋସିଆଲ୍ ମିଡ଼ିଆରେ ଧମାଲ୍‌ ମଚାଇବା ପାଇଁ ଜଣାଶୁଣା । ନିଜ ଆଖିର ଇଶାରାରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିବା ପ୍ରିୟା ପ୍ରକାଶ ଭାରିୟରଙ୍କର (Priya Prakash Varrier) ଆଉ ଏକ ଭିଡିଓ ପୁଣି ଥରେ ସାମ୍ନାକୁ ଆସିଛି ।

ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଥିବା ପ୍ରିୟା ପ୍ରକାଶ ଭାରିୟରଙ୍କ ଏହି ଥ୍ରୋବ୍ୟାକ୍ ଭିଡିଓରେ ସେ ସେହି ପରିଚିତ ଓ ଲୋକପ୍ରିୟ ଦୃଶ୍ୟର ପୁନରାବୃତ୍ତି କରିଛନ୍ତି ଯେଉଁଥିରୁ ସେ ଲୋକପ୍ରିୟତା ହାସଲ କରିଥିଲେ । ପ୍ରିୟା ପ୍ରକାଶ ଭାରିଅରଙ୍କର ଏହି ଭିଡିଓ ଏକ ଟିଭି ରିଆଲିଟି ଶୋ’ରୁ ଆସିଛି ।

ପ୍ରିୟା ପ୍ରକାଶ ଭାରିୟରଙ୍କ ଏହି ଭିଡିଓଟି ୟୁଟ୍ୟୁବ୍ ଚ୍ୟାନେଲରେ ପୋଷ୍ଟ କରାଯାଇଛି । ଏହି ଭିଡିଓଟି ସେହି ସମୟର ଯେତେବେଳେ ଅଭିନେତ୍ରୀ ତାଙ୍କ ଚଳଚ୍ଚିତ୍ରର ପ୍ରମୋସନ୍ ପାଇଁ ଏକ ଟିଭି ଶୋ’ରେ ପହଞ୍ଚିଥିଲେ । ପ୍ରିୟା ପ୍ରକାଶ ୱାରିୟରଙ୍କ ଏହି ଥ୍ରୋବ୍ୟାକ୍ ଭିଡିଓ ଉପରେ ତାଙ୍କ ପ୍ରଶଂସକମାନେ ଜବରଦସ୍ତ ପ୍ରତିକ୍ରିୟା ଦେଉଛନ୍ତି ।

ଦେଖନ୍ତୁ ସେହି ଭିଡିଓ:



ନିକଟରେ ପ୍ରିୟାଙ୍କର ଏକ ଭିଡିଓ ସାମନାକୁ ଆସିଥିଲା, ଯେଉଁଥିରେ ଅଭିନେତ୍ରୀ 'ରାଧା କାଇସେ ନା ଜଲେ’ ଗୀତରେ ଅଭିବ୍ୟକ୍ତି ଦେଉଥିବାର ନଜର ଆସିଥିଲେ । ତାଙ୍କର ସେହି ଭିଡିଓଟି ସମସ୍ତଙ୍କୁ ଭଲ ଲାଗିଥିଲା ।

ଏହା ବି ପଢ଼ନ୍ତୁ | ସାମ୍ବାଦିକ ରାଜୀବ ଶର୍ମା ଚୀନକୁ ଦେଉଥିଲେ ଭାରତ ବିଷୟରେ ସମ୍ବେଦନଶୀଳ ସୂଚନା!

ଏହା ବି ପଢ଼ନ୍ତୁ | ବର୍ଷା-ଅନୁଭବ ବିବାଦ: ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତର ଦାବି କରି ସୁପ୍ରିମ କୋର୍ଟ ଗଲେ ବର୍ଷା

ପ୍ରିୟା ପ୍ରକାଶ ଭାରିୟର୍ (Priya Prakash Varrier) ୱିଙ୍କ୍ କରିବା ଓ ହାତ ଆଙ୍ଗୁଳିର ବନ୍ଧୁକରୁ ଗୁଳି ମାରିବା ଅଙ୍ଗଭଙ୍ଗୀ ସହିତ ସୋସିଆଲ୍ ମିଡ଼ିଆରେ ଲୋକପ୍ରିୟତା ହାସଲ କରିଥିଲେ । ସେହି ଭିଡିଓ ଓ ଫଟୋଗୁଡ଼ିକ ସାମନାକୁ ଆସିବା ପରେ ପ୍ରିୟା ପ୍ରକାଶ ୱାରିୟରଙ୍କ ପ୍ରଶଂସକ ସଂଖ୍ୟା ଏତେ ବଢ଼ିଯାଇଥିଲା ଯେ ଇନଷ୍ଟାଗ୍ରାମରେ ତାଙ୍କର ୭୦ ଲକ୍ଷରୁ ଅଧିକ ଫଲୋଅର୍‌ ହୋଇଯାଇଥିଲେ ।



ଫିଲ୍ମ 'ଓରୁ ଆଦର ଲଭ୍'ରେ ପ୍ରିୟା ପ୍ରକାଶ ୱାରିଅରଙ୍କ ଅଭିନୟକୁ ଅଧିକ ପ୍ରଶଂସା କରାଯାଇଥିଲା । ସେ ଖୁବ୍ ଶୀଘ୍ର 'ଶ୍ରୀଦେବୀ ବଙ୍ଗଲୋ' ଓ 'ଲଭ୍ ହ୍ୟାକର୍ସ' ଫିଲ୍ମ ମାଧ୍ୟମରେ ବଲିଉଡରେ ପ୍ରବେଶ କରୁଛନ୍ତି ।
Published by: Anand Shankar Thankur Das
First published: September 19, 2020, 10:06 PM IST
corona virus btn
corona virus btn
Loading