Sri Lanka Crisis: ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ନେବାକୁ ମାଳଦ୍ବୀପରେ ପହଞ୍ଚିଲା ପ୍ରାଇଭେଟ୍ ଜେଟ୍

Sri Lanka Crisis: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ତାଙ୍କ ପତ୍ନୀ ଇଓମା ରାଜପକ୍ଷ ଓ ଦୁଇଜଣ ସୁରକ୍ଷା କର୍ମୀଙ୍କ ସହ ଗତକାଲି ରାତିରେ ମାଳଦ୍ବୀପରୁ ସିଙ୍ଗାପୁର ଅଭିମୁଖେ ଯାତ୍ରା କରିବାକୁ ଯାଉଥିଲେ, କିନ୍ତୁ ସୁରକ୍ଷା ଦୃଷ୍ଟିରୁ ତାହା ହୋଇପାରିଲା ନାହିଁ।

 ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ନେବାକୁ ମାଳଦ୍ବୀପରେ ପହଞ୍ଚିଲା ପ୍ରାଇଭେଟ୍ ଜେଟ୍

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ନେବାକୁ ମାଳଦ୍ବୀପରେ ପହଞ୍ଚିଲା ପ୍ରାଇଭେଟ୍ ଜେଟ୍

  • Share this:
News18 Odia Digital

Sri Lanka Crisis: ପ୍ରବଳ ବିରୋଧ ତଥା ରାଜନୈତିକ ସଙ୍କଟ କାରଣରୁ ବୁଧବାର ସକାଳେ ଶ୍ରୀଲଙ୍କା ଛାଡ଼ି ପଳାଇଥିବା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କୁ ନେବା ପାଇଁ ଏକ ଘରୋଇ ବିମାନ ମାଲଦ୍ୱୀପରେ ପହଞ୍ଚିଛି।

ଶ୍ରୀଲଙ୍କାର ‘ଡେଲି ମିରର’ର ରିପୋର୍ଟ ଅନୁଯାୟୀ କିଛି ସମୟ ପୂର୍ବରୁ ମାଳଦ୍ବୀପର ରାଜଧାନୀ ମାଲେରେ ଏକ ଘରୋଇ ବିମାନ ଅବତରଣ କରିଛି ଓ ରାଷ୍ଟ୍ରପତି ଗୋଟାବାୟା ଶୀଘ୍ର ସିଙ୍ଗାପୁର ଯିବେ ବୋଲି କୁହାଯାଉଛି।

ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ତାଙ୍କ ପତ୍ନୀ ଇଓମା ରାଜପକ୍ଷ ଓ ଦୁଇଜଣ ସୁରକ୍ଷା କର୍ମୀଙ୍କ ସହ ଗତକାଲି ରାତିରେ ମାଳଦ୍ବୀପରୁ ସିଙ୍ଗାପୁର ଅଭିମୁଖେ ଯାତ୍ରା କରିବାକୁ ଯାଉଥିଲେ, କିନ୍ତୁ ସୁରକ୍ଷା ଦୃଷ୍ଟିରୁ ତାହା ହୋଇପାରିଲା ନାହିଁ। ଏହା ପରେ ରାଷ୍ଟ୍ରପତି ମାଳଦ୍ୱୀପ ଛାଡ଼ିବାକୁ ଏକ ଘରୋଇ ବିମାନ ପାଇଁ ଅନୁରୋଧ କରିଥିଲେ ଓ ବିଳମ୍ବିତ ରାତିରେ ମାଳଦ୍ୱୀପ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ।

‘ଡେଲି ମିରର’ ରିପୋର୍ଟ ଅନୁଯାୟୀ, ବେସରକାରୀ ବିମାନ ଭେଲାନା ଅନ୍ତର୍ଜାତୀୟ ବିମାନବନ୍ଦରରେ କିଛି ସମୟ ପୂର୍ବରୁ ପହଞ୍ଚିଥିଲା ​ଓ ରାଷ୍ଟ୍ରପତି ଗୋଟାବାୟା ଶୀଘ୍ର ମାଲଦ୍ୱୀପରୁ ବିଦାୟ ନେବେ ବୋଲି କୁହାଯାଉଛି। ସିଙ୍ଗାପୁରରେ ପହଞ୍ଚିବା ପରେ ଗୋଟାବାୟା ଆଜି ରାଷ୍ଟ୍ରପତି ପଦରୁ ଇସ୍ତଫା ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।
Published by:Lipina Das
First published: