ଦେଶର ସବୁ ମହିଳାମାନଙ୍କୁ ମିିଳିବ ୯ ମାସ ମାତୃତ୍ୱ ଛୁଟି!

ନୀତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ପରାମର୍ଶ, ଦେଶର ସବୁ ମହିଳାମାନଙ୍କୁ ମିିଳିବ ୯ ମାସ ମାତୃତ୍ୱ ଛୁଟି!

ମିିଳିବ ୯ ମାସ ମାତୃତ୍ୱ ଛୁଟି

ମିିଳିବ ୯ ମାସ ମାତୃତ୍ୱ ଛୁଟି

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ:  ବେସରକାରୀ ତଥା ସରକାରୀ କ୍ଷେତ୍ରରେ ମହିଳା କର୍ମଚାରୀଙ୍କ ପାଇଁ ମାତୃତ୍ୱ ଛୁଟିର ଅବଧି ଛଅ ମାସରୁ ନଅ ମାସକୁ ବୃଦ୍ଧି କରାଯିବା ନେଇ ଚିନ୍ତା କରିବାର ଆବଶ୍ଯକ ରହିଛି। ନୀତି ଆୟୋଗର ସଦସ୍ୟ ପି.କେ ପାଲ ଏନେଇ ସୂଚନା ପ୍ରଦାନ କରିଛନ୍ତି ।

ମାତୃତ୍ୱ ଲାଭ (ସଂଶୋଧନ) ବିଲ୍, ୨୦୧୬ ସଂସଦରେ ୨୦୧୭ ରେ ପାରିତ ହୋଇଥିଲା। ଏହା ଅଧୀନରେ, ଦେୟଯୁକ୍ତ ମାତୃତ୍ୱ ଛୁଟିର ପ୍ରଥମ ୧୨ ସପ୍ତାହକୁ ୨୬ ସପ୍ତାହକୁ ବୃଦ୍ଧି କରାଯାଇଥିଲା। ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (FICCI) ର ମହିଳା ସଂଗଠନ FLO ମଧ୍ୟ ଏକ ବିବୃତ୍ତି ଜାରି କରିଛି। ବିବୃତ୍ତି ଅନୁଯାୟୀ, ପିଲାମାନଙ୍କର ଉନ୍ନତ ପ୍ରତିପୋଷଣ ପାଇଁ ଘରୋଇ କ୍ଷେତ୍ର ଅଧିକ କ୍ରେଚ୍ ଖୋଲିବା ଉଚିତ୍ ବୋଲି ପାଲ୍ କହିଛନ୍ତି। ଏହା ସହିତ ସେମାନଙ୍କୁ ଓ ବୟସ୍କମାନଙ୍କ ସାମଗ୍ରିକ ଯତ୍ନ ପାଇଁ ଏକ ବ୍ୟବସ୍ଥା ପ୍ରସ୍ତୁତ କରିବାରେ ଆବଶ୍ୟକ ଉଚିତ ବୋଲି ନୀତି ଆୟୋଗ କହିଛନ୍ତି।

ଆପଣଙ୍କ ପାଖରେ ବାଇକ ଅଛି କି? ରାସନ କାର୍ଡ଼ରୁ କଟିଯିବ ନାମ

FLO ସଭାପତି ସୁଧା ଶିବକୁମାର କହିଛନ୍ତି ଯେ ବିଶ୍ୱ ସ୍ତରରେ ଯତ୍ନ ଅର୍ଥନୀତି ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଅଟେ।  ଏହି କ୍ଷେତ୍ର ଆର୍ଥିକ ବିକାଶ, ଅର୍ଥନୈତିକ ଅଭିବୃଦ୍ଧି, ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରିଥାଏ।
Published by:Soumya Das
First published: