ବ୍ରିଟେନ ରାଜ ପରିବାରରୁ ଅଲଗା ହୋଇଗଲେ ପ୍ରିନ୍ସ ହ୍ୟାରୀ ଏବଂ ମେଘନ ମର୍କେଲ, କହିଲେ ଆମ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା

ଏହି ସମ୍ପୂର୍ଣ୍ଣ ଘଟଣାକ୍ରମକୁ ନେଇ ଦୁଃଖିଥିବା ପ୍ରିନ୍ସ ହ୍ୟାରୀ କହିଛନ୍ତି କି ମୁଁ କେବେ ବି ଘଟଣା ଏମିତି ପରସ୍ଥିତିରେ ପହଞ୍ଚିବ ବୋଲି ଭାବିନଥିବା କହିଛନ୍ତି ।

ବ୍ରିଟେନ ରାଜ ପରିବାରରୁ ଅଲଗା ହୋଇଗଲେ ପ୍ରିନ୍ସ ହ୍ୟାରୀ ଏବଂ ମେଘନ ମର୍କେଲ, କହିଲେ ଆମ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା
ପ୍ରିନ୍ସ ହ୍ୟାରୀ ଏବଂ ପତ୍ନୀ ମେଘନ
  • News18 Odia
  • Last Updated: January 20, 2020, 1:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଲଣ୍ଡନ: ପ୍ରିନ୍ସ ହ୍ୟାରୀ ଲଣ୍ଡନ ରାଜପରିବାରରୁ ଅଲଗା ହେବାନେଇ ଔପଚାରିକ ବୁଝାମଣାରେ ହସ୍ତାକ୍ଷର କରିବା ପରେ ଏହି ସମ୍ପୂର୍ଣ୍ଣ ଘଟଣାକ୍ରମକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୋ ପାଖରେ ଅନ୍ୟକୌଣସି ବିକଳ୍ପ ନଥିବା କହିଛନ୍ତି । ଏହି ଚୁକ୍ତି ଅନୁଯାୟୀ ପ୍ରିନ୍ସ ହ୍ୟାରୀ ଏବଂ ମେଘନ ମର୍କେଲଙ୍କୁ (ହିଜ୍ ରୟାଲ ହାଇନେସ) ଏବଂ (ହର୍ ରୟାଲ ହାଇନେସ) ଉପାଧି ଛାଡ଼ିବାକୁ ପଡ଼ିବ ଏବଂ ନିଜର କର୍ତ୍ତବ୍ୟ ନିର୍ବାହନ ଲାଗି ସାର୍ବଜନୀନ କୋଷର ମଧ୍ୟ ବ୍ୟବହାର ଛାଡ଼ିବାକୁ ପଡ଼ିବ ।

ଏହି ସମ୍ପୂର୍ଣ୍ଣ ଘଟଣାକ୍ରମକୁ ନେଇ ଦୁଃଖିଥିବା ପ୍ରିନ୍ସ ହ୍ୟାରୀ କହିଛନ୍ତି କି ମୁଁ କେବେ ବି ଘଟଣା ଏମିତି ପରସ୍ଥିତିରେ ପହଞ୍ଚିବ ବୋଲି ଭାବିନଥିବା କହିଛନ୍ତି । ‘ବିବିସି’ର ରିପୋର୍ଟ ଅନୁସାରେ ହ୍ୟାରୀ ଏବଂ ମେଘନ ବିବାହ ସମୟରେ ଉତ୍ସାହିତ ଥିଲେ କି ସେମାନେ ଏଠାରେ ମଧ୍ୟ ନିଜର ସେବା ଦେଇପାରିବେ । ଲଣ୍ଡନରେ ଏକ କାର୍ଯ୍ୟକ୍ରମ ସମୟରେ ସାମ୍ବାଦିକମାନଙ୍କୁ କହିଛନ୍ତି କି ‘ମୋର ବିଶ୍ବାସ ଥିଲା କି ମହାରାଣୀ, କମନଓ୍ବେଲଥ ଏବଂ ମୋର  ସୈନ୍ୟ ସଂଘକୁ ସେବା ଦେଇପାରିବି, କିନ୍ତୁ ଦୁର୍ଭାଗ୍ୟ ବଶତଃ ବିନା ସାର୍ବଜନୀନ କୋଷରେ ଏହା ସମ୍ଭବ ହେବ ନୁହେଁ । ତେଣୁ ଏହା ଜାଣିଲି ଯେ, ଏହାକୁ ନେଇ ଯାହା ଭାବୁଛି ସେଥରେ କୌଣସି ପରିବର୍ତ୍ତନ ହେବନାହିଁ’’ ।

‘‘ ମେଘନ ଏବଂ ମୋ ପାଖରେ ବାସ୍ତବରେ ଏହା ଛଡ଼ା ଅନ୍ୟକୌଣସି ବିକଳ୍ପ ନଥିଲା ଏବଂ କେବଳ ଭରସା ସହ ଆଗକୁ ବଢ଼ିବାର ଥିଲା । ଏକ ବିଶ୍ବାସ ସହ ଆଗକୁ ବଢ଼ୁଛି । ଏହି ପଦକ୍ଷେପ ଲାଗି ଶାହସ ଦେଇଥିବାରୁ ଧନ୍ୟବାଦ । ତେବେ ହ୍ୟାରୀ ଏହା ସ୍ପଷ୍ଟ କରିବାକୁ ଚାହୁଁଥିଲେ କି ସେ ଏବଂ ମେଘନ ପଳାଇଯାଉ ନାହାନ୍ତି ।

ସେ କହିଥିଲେ ‘‘ ମୁଁ ଏଇଠି ଜନ୍ମ ନେଇଛି ଏବଂ ଏହି ଦେଶର ରାଣୀଙ୍କୁ ସେବା ଦେବା ଗର୍ବର କଥା । ବ୍ରିଟେନ ମୋର ଘର ଏବଂ ଏପରି ଜାଗା ଯାହା କେବେବି ବଦଳିବନି । ମେଘନ ନିଜର ୮ ମାସର ପିଲା ସହିତ ବର୍ତ୍ତମାନ କାନାଡ଼ାରେ ଅଛନ୍ତି ଏବଂ କୁହାଯାଉଛି କି ଏହି ଲମ୍ବା ରାଜପରିବାରର କାର୍ଯ୍ୟ ଲାଗି ପୁଣି ବ୍ରିଟେନ ଫେରିପାରନ୍ତି ଯେତେ ପର୍ଯ୍ୟନ୍ତ ନୂଆ ବୁଝାମଣା ପତ୍ର ସ୍ବାକ୍ଷରିତ ନହୋଇଯାଉଛି ।

ଏହି ବୁଝାମଣା ପାଇଁ କୌଣସି ତାରିଖ ସ୍ଥିର ହୋଇନଥିବାବେଳେ ମାର୍ଚ୍ଚମାସରେ କରାଯାଇପାରେ । ସେ ପର୍ଯ୍ୟନ୍ତ ପ୍ରିନ୍ସ ହ୍ୟାରୀ ନିଜର କର୍ତ୍ତବ୍ୟ ସମ୍ପାଦନ କରିବେ । ଧୀରେ ଧୀରେ ସେ ସ୍ଥାୟୀ ଭାବେ ଏହିସବୁ ଭୂମିକାରୁ ହଟିଯିବେ । ପ୍ରିନ୍ସ ହ୍ୟାରୀ କେପ୍ଟନ ଜେନେରାଲ(ଡ୍ୟୁକ ଅଫ ଏଡିନବର୍ଗ ଦ୍ବାରା ଦିଆଯାଇଥିବା ପଦ), ନିଜର ସୈନ୍ୟ ଭୂମିକାକୁ ଆରଏଏଫ ହେନିଟନର ଅନରାରୀ ଏୟାର କମାଣ୍ଡର ଏବଂ ଶ୍ମାସ ଶିମ୍ପ୍ପସ୍ ଓ ଡାଇଭିଙ୍ଗ କମୋଡର ଇନ୍ ଚିଫ୍ ଭଳି ସୈନ୍ୟ ଭୂମିକାରୁ ଦୁରେଇ ଯିବେ ।  ଏହି ବୁଝାମଣା ଅନୁଯାୟୀ ଏହି ଦମ୍ପନ୍ତିଙ୍କୁ ମଳିଥିବା ନୂଆ ଦାୟିତ୍ବରୁ ମଧ୍ୟ ସେମାନଙ୍କୁ ଦୁରେଇବାକୁ ପଡ଼ିବ ଯାହା ପୂର୍ବରୁ ତାଙ୍କୁ କମନଓ୍ବେଲଥ ରାଜଦୂତ ଭାବେ ଦାୟିତ୍ବ ମିଳିଥିଲା । ମାତ୍ର ନିଜର ବ୍ୟକ୍ତିଗତ ଧର୍ମକାର୍ଯ୍ୟ ଲାଗି ସେ ମହାରାଣୀଙ୍କ ରାଷ୍ଟ୍ରମଣ୍ଡଳ ନ୍ୟାସର ଅଧ୍ୟକ୍ଷ କିମ୍ବା ଉପାଧ୍ୟକ୍ଷ ରହିପାରିବେ ।

 
First published: January 20, 2020, 1:56 PM IST
corona virus btn
corona virus btn
Loading