News 18 Odia Digital
Har Ghar Tiranga Campaign: ‘ଆଜାଦୀ କା ଅମୃତ ମହୋତ୍ସବ' ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା 'ହର ଘର ତ୍ରିରଙ୍ଗା' ଅଭିଯାନରେ ସାମିଲି ହୋଇଛନ୍ତି । ଏହି ଅଭିଯାନ ଅଗଷ୍ଟ ୧୫ ଯାଏଁ ଚାଲିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା' ହୀରାବେନ ମୋଦି ଗାନ୍ଧିନଗର ସ୍ଥିତ ତାଙ୍କ ବାସଭବନରେ ତ୍ରିରଙ୍ଗା ଧରି ଛୋଟ ପିଲାଙ୍କ ସହ ଉଡ଼ାଇଛନ୍ତି। ଚଳିତ ବର୍ଷ ଜୁନ ମାସରେ ହୀରାବେନ ମୋଦି ତାଙ୍କର ୧୦୦ ତମ ଜନ୍ମଦିନ ପାଳନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଜନ୍ମଦିନରେ ଗାନ୍ଧିନଗର ସ୍ଥିତ ତାଙ୍କ ବାସଭବନକୁ ଯାଇଥିଲେ ।
ସ୍ୱାଧୀନତାର ୭୫ ତମ ବର୍ଷ ପାଳନ ଅବସରରେ କେନ୍ଦ୍ର ସରକାର ସମସ୍ତ ଦେଶବାସୀଙ୍କୁ ନିଜ ଘରେ ତ୍ରିରଙ୍ଗା ଉଡ଼ାଇବାକୁ ଅନୁରୋଧ କରିଛନ୍ତି। ଶନିବାର ଦିନ ହୀରାବେନ ମୋଦି ନିଜ ବାସଭବନରେ ତ୍ରିରଙ୍ଗା ଉତ୍ତୋଳନ କରିବା ସହ ଛୋଟ ପିଲାମାନଙ୍କୁ ମଧ୍ୟ ଜାତୀୟ ପତାକା ବାଣ୍ଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସାନଭାଇ ପଙ୍କଜ ମୋଦିଙ୍କ ସହ ହିରାବେନ ମୋଦି ଗାନ୍ଧିନଗରରେ ରହୁଛନ୍ତି ।
ଅମିତ ଶାହ ମଧ୍ୟ ଆଜି ସକାଳେ ଏହି ଅଭିଯାନରେ ସାମିଲି ହୋଇଥିଲେକେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ପତ୍ନୀଙ୍କ ସହ ଶନିବାର ସକାଳେ ଦିଲ୍ଲୀର ତାଙ୍କ ବାସଭବନରେ 'ହର ଘର ତ୍ରିରଙ୍ଗା ଅଭିଯାନରେ' ସାମିଲି ହେଇ ତ୍ରିରଙ୍ଗା ଉତ୍ତଲୋନ କରିଥିଲେ। ଏହି ଅବସରରେ ଅମିତ ଶାହ କହିଥିଲେ, ‘‘ତ୍ରିରଙ୍ଗା ଆମର ଗର୍ବ ଏହା ସମସ୍ତ ଭାରତୀୟଙ୍କୁ ଏକତ୍ର କରି ପ୍ରେରଣା ଯୋଗାଇଥାଏ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।