୭୧ ହଜାର ନବ ନିଯୁକ୍ତଙ୍କୁ ଚାକିରି ପ୍ରଦାନ କରିବେ ମୋଦି; ଜାଣନ୍ତୁ କାହାକୁ ମିଳିବ

ଅପେକ୍ଷାର ଘଟିଲା ଅନ୍ତ । ୭୧ ହଜାର ଯୁବକଙ୍କୁ ଚାକିରି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ରୋଜଗାର ମେଳା

ରୋଜଗାର ମେଳା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Rozgar Mela: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Narendra Modi) ରୋଜଗାର ମେଳା (Rozgar Mela) ଅଧୀନରେ ମେ ୧୬ ତାରିଖ ଅର୍ଥାତ ଗୋଟିଏ ଦିନ ପରେ ୭୧ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ । ପ୍ରଧାନମନ୍ତ୍ରୀ କାର୍ଯ୍ଯାଳୟ (PMO Office) ତରଫରୁ ଆଜି ଏନେଇ ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଭିଡିଓ କନଫରେନ୍ସିଂ ଜରିଆରେ ୭୧ ହଜାର ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ନବନିଯୁକ୍ତ ମାନଙ୍କୁ ପ୍ରଧାନମନ୍ତ୍ରୀ ଉଦ୍‍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି । ଦେଶର ୪୫ଟି ସ୍ଥାନରେ ଏହି ନିଯୁକ୍ତିମେଳା ଅନୁଷ୍ଠିତ ହେବ । କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରୀ ବିଭାଗ ଗୁଡ଼ିକରେ ଏହି ନିଯୁକ୍ତି ପ୍ରଦାନ କରାଯିବ ।

ସାରା ଦେଶରୁ ବଛା ଯାଇଥିବା ନବନିଯୁକ୍ତମାନଙ୍କୁ ଗ୍ରାମୀଣ ଡାକ ସେବକ, ବ୍ୟବସାୟିକ ଓ ଟିକେଟ କ୍ଲର୍କ, ଜୁନିୟର କ୍ଲର୍କ କମ୍‍ ଟାଇପିଷ୍ଟ, ଜୁନିୟର ଆକାଉଣ୍ଟ୍‍ସ କ୍ଲର୍କ, ଆସିଷ୍ଟାଣ୍ଟ ସେକସନ୍‍ ଅଫିସର୍‍, ଟାକ୍ସ ଆସିଷ୍ଟାଣ୍ଟ, ଇନ୍‍ସପେକ୍ଟର, ନର୍ସିଂ ଅଫିସର, ପ୍ରିନିସ୍‍ପାଲ ଓ ଆସିଷ୍ଟାଣ୍ଟ ପ୍ରଫେସର ଆଦି ପଦବୀ ଗୁଡ଼ିକରେ ନିଯୁକ୍ତ କରାଯିବ ।

ଶସ୍ତା କପଡ଼ା ବଜାର: ଯେଉଁଠି ମାତ୍ର ୧୦୦ ଟଙ୍କାରୁ ଆରମ୍ଭ ଷ୍ଟାଇଲିସ ଡ୍ରେସ

ରୋଜଗାର ମେଳା କେନ୍ଦ୍ର ସରକାର ଦ୍ୱାରା ଆରମ୍ଭ ହୋଇଥିବା ଏକ କାର୍ଯ୍ଯକ୍ରମ, ଯାହା ଦ୍ୱାରା ଶିକ୍ଷିତ ଯୁବକମାନଙ୍କୁ ସହଜରେ ଚାକିରି ଯୋଗାଇବାକୁ ପ୍ରୋତ୍ସାହିତ କରିଥାଏ । ରୋଜଗାର ମେଳାରେ ବିଭିନ୍ନ ବିଭାଗ ପାଇଁ ମନୋନୀତ ହୋଇଥିବା ଉପଯୁକ୍ତ ପ୍ରାର୍ଥୀମାନଙ୍କୁ ନିଯୁ୍କ୍ତି ପତ୍ର ପ୍ରଦାନ କରାଯିବ ।
Published by:Soumya Das
First published: