ମିଳିତ ଜାତିସଂଘ ଫୋରମରୁ ଆଜି ପାକିସ୍ତାନ ଓ ଚୀନ୍‌କୁ ଏକାସହ ଜବାବ ଦେବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମରୁ ରେକର୍ଡ କରାଯାଥିବା ଏହି ସମ୍ବୋଧନ ନ୍ୟୁୟର୍କରେ ମିଳିତ ଜାତିସଂଘର ସାଧାରଣ ସଭାରେ ସେଠାରେ ସକାଳ ପ୍ରାୟ ୯ଟା ସମୟରେ (ଭାରତୀୟ ସମୟ ସନ୍ଧ୍ୟା ୬.୩୦) ହେବ ।

ମିଳିତ ଜାତିସଂଘ ଫୋରମରୁ ଆଜି ପାକିସ୍ତାନ ଓ ଚୀନ୍‌କୁ ଏକାସହ ଜବାବ ଦେବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (ଫାଇଲ ଫଟୋ)
  • News18 Odia
  • Last Updated: September 26, 2020, 10:04 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (Narendra Modi) ଶନିବାର ମିଳିତ ଜାତିସଂଘର ସାଧାରଣ ସଭା (UNGA) କୁ ଅନଲାଇନରେ ସମ୍ବୋଧିତ କରିବେ । ସରକାରୀ ସୂତ୍ର ଏହାର ସୂଚନା ଦେଇଛି । କରୋନା ଭୁତାଣୁ ମହାମାରୀ ଯୋଗୁଁ ମିଳିତ ଜାତିସଂଘର ସାଧାରଣ ସଭା ଅନଲାଇନରେ ଆୟୋଜିତ ହେଉଛି । ସୂତ୍ରରୁ ପ୍ରକାଶ ଯେ ପ୍ରଧାନ ମନ୍ତ୍ରୀଙ୍କ ପ୍ରଥମରୁ ରେକର୍ଡ କରାଯାଥିବା ଏହି ସମ୍ବୋଧନ ନ୍ୟୁୟର୍କର ମିଳିତ ଜାତିସଂଘର ସାଧାରଣ ସଭା ହଲରେ ସ୍ଥାନୀୟ ସମୟ ସକାଳ ପ୍ରାୟ ୯ଟା (ଭାରତୀୟ ସମୟ ୬.୩୦) ରେ ହେବ । ସେ ଏହା ମଧ୍ୟ କହିଛନ୍ତି ଯେ ସକାଳେ ମୋଦୀ ପ୍ରଥମ ବକ୍ତା ହେବେ । ମିଳିତ ଜାତିସଂଘ ସାଧାରଣ ସଭାର ୭୫ତମ ଅଧିବେଶନରେ ଆତଙ୍କବାଦ ବିରୋଧରେ ବିଶ୍ୱସ୍ତରୀୟ କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବା ଉପରେ ଭାରତର ପ୍ରାଥମିକତା ହେବ ବୋଲି ସୂତ୍ରରୁ ପ୍ରକାଶ ।

'ଆନ୍ତର୍ଜାତୀୟ ଆତଙ୍କବାଦକୁ ପ୍ରଭାବଶାଳୀ ପ୍ରତିକ୍ରିୟା' ଓ 'ଆନ୍ତର୍ଜାତୀୟ ଶାନ୍ତି ଏବଂ ନିରାପତ୍ତା ପାଇଁ ଅନ୍ତର୍ଭୂକ୍ତ ତଥା ଦାୟିତ୍ୱ ପୂର୍ଣ୍ଣ ସମାଧାନର' ଆହ୍ୱାନ କରିପରେ । 'ଆନ୍ତର୍ଜାତୀୟ ଆତଙ୍କବାଦକୁ ଏକ ପ୍ରଭାବଶାଳୀ ପ୍ରତିକ୍ରିୟା' ଚୀନ୍‌କୁ ଟାର୍ଗେଟ କରିବାକୁ ଚେଷ୍ଟା କରାଯିବ ସମେତ 'ଆନ୍ତର୍ଜାତୀୟ ଶାନ୍ତି ଓ ନିରାପତ୍ତା ପାଇଁ ଅନ୍ତର୍ଭୂକ୍ତ ତଥା ଦାୟିତ୍ୱ ପୂର୍ଣ୍ଣ ସମାଧାନ' ପାଇଁ ପାକିସ୍ତାନକୁ ଜବାବ ଦିଆଯିଆପାରେ।

ପ୍ରଧାନ ମନ୍ତ୍ରୀ ଭାରତର ପ୍ରାଥମିକତା ବର୍ଣ୍ଣନା କରିବେ
ପ୍ରଧାନ ମନ୍ତ୍ରୀ ଏହି ଭାଷଣ ମାଧ୍ୟମରେ ଭାରତର ପ୍ରାଥମିକତା ଉପରେ ଆଲୋକପାତ କରିବେ । ଦୁଇ ବର୍ଷ ପାଇଁ ଜାନୁୟାରୀ ୨୦୨୧ ମସିହା ଠାରୁ ଭାରତ ସୁରକ୍ଷା ପରିଷଦରେ ଅସ୍ଥାୟୀ ସଦସ୍ୟ ପଦ ହାସଲ କରିଛି । ଦୁଇ ବର୍ଷ ଧରି ଭାରତ ୟୁଏନଏସସିର ଏକ ଅସ୍ଥାୟୀ ସଦସ୍ୟ ତେଣୁ ମୋଦୀ ଜାତିସଂଘରେ ଭାରତର '5S' ଦୃଷ୍ଟିକୋଣକୁ ଅନୁସରଣ କରିପାରିବେ ଯେଉଁଥିରେ ସମ୍ମାନ, ସଂଳାପ, ସହଯୋଗ, ଶାନ୍ତି ଓ ସମୃଦ୍ଧତା ଅନ୍ତର୍ଭୁକ୍ତ ।

ସୂତ୍ରରୁ ପ୍ରକାଶ ଯେ UNGA ର ୭୫ତମ ଅଧିବେଶନରେ ଭାରତ ଉଠାଇଥିବା ପ୍ରସଙ୍ଗଗୁଡ଼ିକର ପ୍ରାଥମିକତା ମଧ୍ୟରେ 'ଆତଙ୍କବାଦ ଉପରେ ବିଶ୍ୱସ୍ତରୀୟ କାର୍ଯ୍ୟାନୁଷ୍ଠାନକୁ ମଜବୁତ କରିବା' ଓ 'ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡ଼ିତମାନଙ୍କୁ ପ୍ରତିବନ୍ଧକ କରିବା' ପ୍ରକ୍ରିୟା ଉପରେ ଗୁରୁତ୍ୱ ଦିଆଯିବ ।

ରିପୋର୍ଟ ଅନୁଯାୟୀ, ଶାନ୍ତି ରକ୍ଷା ମିଶନରେ ଜାତିସଂଘ ସବୁଠାରୁ ସମର୍ଥ ଦେଶ ହୋଇ ଜାତିସଂଘର ଶାନ୍ତି ରକ୍ଷା କାର୍ଯ୍ୟରେ ଅଧିକ ଗଭୀର ଭାବରେ ଜଡିତ ହେବାକୁ ଚାହୁଁଛି । ସୂତ୍ରରୁ ପ୍ରକାଶ ଯେ ଏହି ସମୟ ମଧ୍ୟରେ ବିଶ୍ୱକୁ ନିରନ୍ତର ବିକାଶ ଓ ଜଳବାୟୁ ପରିବର୍ତ୍ତନ ସହ ଜଡିତ ଭାରତର ସକ୍ରିୟ ଅଂଶଗ୍ରହଣ ବିଷୟରେ ଅବଗତ କରାଯିବ ।
Published by: Jagdish Barik
First published: September 26, 2020, 9:57 AM IST
corona virus btn
corona virus btn
Loading