ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଆଜି ଜାତୀୟ ଡିଜିଟାଲ ସ୍ବାସ୍ଥ୍ୟ ମିଶନ ଆରମ୍ଭ କରିବେ PM ମୋଦି; ସମସ୍ତଙ୍କୁ ମିଳିବ ହେଲ୍ଥ ID

ଆଜି ଜାତୀୟ ଡିଜିଟାଲ ସ୍ବାସ୍ଥ୍ୟ ମିଶନ ଆରମ୍ଭ କରିବେ PM ମୋଦି; ସମସ୍ତଙ୍କୁ ମିଳିବ ହେଲ୍ଥ ID

ପ୍ରଧାନ ମନ୍ତ୍ରୀ ମୋଦି ଗତ ବର୍ଷ ଅଗଷ୍ଟ ୧୫ରେ ଲାଲା କିଲା ଦୁର୍ଗରୁ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ଅଭିଯାନର ପାଇଲଟ ପ୍ରକଳ୍ପ ଘୋଷଣା କରିଥିଲେ। ବର୍ତ୍ତମାନ ଏହି ଯୋଜନା ପ୍ରାରମ୍ଭିକ ପର୍ଯ୍ୟାୟରେ ଛଅଟି ୟୁନିଅନ୍ ଅଞ୍ଚଳରେ କାର୍ଯ୍ୟକାରୀ ହେଉଛି।

ଆଜି ଜାତୀୟ ଡିଜିଟାଲ ସ୍ବାସ୍ଥ୍ୟ ମିଶନ ଆରମ୍ଭ କରିବେ PM ମୋଦି; ସମସ୍ତଙ୍କୁ ମିଳିବ ହେଲ୍ଥ ID
ଆଜି ଜାତୀୟ ଡିଜିଟାଲ ସ୍ବାସ୍ଥ୍ୟ ମିଶନ ଆରମ୍ଭ କରିବେ PM ମୋଦି (ଫାଇଲ୍ ଫଟୋ)
  • News18 Odia
  • Last Updated: September 27, 2021, 9:11 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତଥା ସୋମବାର ଭିଡିଓ କନଫରେନ୍ସ ମାଧ୍ୟମରେ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ (NDHM) ଆରମ୍ଭ କରିବେ। ରବିବାର ଦିନ ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଥିଲା ।

ପିଏମଓ ପକ୍ଷରୁ କୁହାଯାଇଥିଲା, ‘‘ଏକ ଐତିହାସିକ ପଦକ୍ଷେପର ଅଂଶ ଭାବରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୨୭ରେ ସାକାଳ ୧୧ଟା ସମୟରେ ଭିଡିଓ କନଫରେନ୍ସ ମାଧ୍ୟମରେ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ଅଭିଯାନ ଆରମ୍ଭ କରିବେ। ଏହା ପରେ ପ୍ରଧାନ ମନ୍ତ୍ରୀ ମଧ୍ୟ ସମ୍ବୋଧିତ କରିବେ।’’

ପ୍ରଧାନ ମନ୍ତ୍ରୀ ଗତ ବର୍ଷ ଅଗଷ୍ଟ ୧୫ରେ ଲାଲା କିଲା ଦୁର୍ଗରୁ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ଅଭିଯାନର ପାଇଲଟ ପ୍ରକଳ୍ପ ଘୋଷଣା କରିଥିଲେ। ବର୍ତ୍ତମାନ ଏହି ଯୋଜନା ପ୍ରାରମ୍ଭିକ ପର୍ଯ୍ୟାୟରେ ଛଅଟି ୟୁନିଅନ୍ ଅଞ୍ଚଳରେ କାର୍ଯ୍ୟକାରୀ ହେଉଛି।

ଦେଶବ୍ୟାପୀ NDHMର ଶୁଭାରମ୍ଭ ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ତୃତୀୟ ବାର୍ଷିକୀ ସହିତ ସମକକ୍ଷ । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ମଧ୍ୟ ଉପସ୍ଥିତ ରହିବେ। ଜନ ଧନ, ଆଧାର ଓ ମୋବାଇଲ୍ (JAM) ଟ୍ରିନିଟି, ସରକାରଙ୍କ ଅନ୍ୟାନ୍ୟ ଡିଜିଟାଲ୍ ପଦକ୍ଷେପ ଭଳି ଭିତ୍ତିଭୂମି ଉପରେ ଆଧାର କରି NDHM ବିଭିନ୍ନ ତଥ୍ୟ ପ୍ରଦାନ ମାଧ୍ୟମରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବ୍ୟକ୍ତିଗତ ସୂଚନାର ସୁରକ୍ଷା, ଗୋପନୀୟତା ସୁନିଶ୍ଚିତ କରିବ । ଏହା ଏକ ଅନଲାଇନ୍ ପ୍ଲାଟଫର୍ମ ସୃଷ୍ଟି କରିବ । ସୂଚନା ପାଇଁ ଏହା ଉପଯୁକ୍ତ ଭିତ୍ତିଭୂମି ସେବା ତଥା ଏକ ପାରସ୍ପରିକ କାର୍ଯ୍ୟକ୍ଷମ ଓ ମାନକ-ଆଧାରିତ ଡିଜିଟାଲ୍ ସିଷ୍ଟମକୁ ସକ୍ଷମ କରିବ । ଏହି ଅଭିଯାନ ଅଧୀନରେ ନାଗରିକଙ୍କ ସହମତିରେ ସ୍ୱାସ୍ଥ୍ୟ ରେକର୍ଡଗୁଡିକର ଆକ୍ସେସ୍ ଓ ଆଦାନପ୍ରଦାନ ସକ୍ଷମ ହେବ ।

NDHMର ମୁଖ୍ୟ ଉପାଦାନଗୁଡ଼ିକ ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଆଇଡି ଅନ୍ତର୍ଭୂକ୍ତ କରେ ଯାହାକି ସେମାନଙ୍କର ସ୍ୱାସ୍ଥ୍ୟ ଆକାଉଣ୍ଟ୍ ଭାବରେ ମଧ୍ୟ କାର୍ଯ୍ୟ କରିବ, ଏକ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ରେକର୍ଡଗୁଡ଼ିକୁ ଲିଙ୍କ୍ ଓ ଦେଖିବା ପାଇଁ ଅନୁମତି ଦେବ ।

ଏହା ଅଧୀନରେ ସ୍ୱାସ୍ଥ୍ୟସେବା ପ୍ରଫେସନାଲ୍ ରେଜିଷ୍ଟ୍ରି (HPR) ଓ ସ୍ୱାସ୍ଥ୍ୟସେବା ସୁବିଧା ରେଜିଷ୍ଟ୍ରି (HFR) ଉଭୟ ଆଧୁନିକ ଓ ପାରମ୍ପାରିକ ଔଷଧ ପ୍ରଣାଳୀରେ ସମସ୍ତ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ପାଇଁ ସଂଗ୍ରହାଳୟ ଭାବରେ କାର୍ଯ୍ୟ କରିବ । ଏହା ଡାକ୍ତରଖାନା ଓ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ପାଇଁ ବ୍ୟବସାୟ କରିବା ସହଜତାକୁ ନିଶ୍ଚିତ କରିବ ।
Published by: Lipina Das
First published: September 27, 2021, 9:11 AM IST