ରାଜ୍ୟସଭାରେ ଗୁଲାମ ନବୀ ଆଜାଦଙ୍କ ବିଷୟରେ କହି ଭାବୁକ ହେଲେ ପିଏମ ମୋଦୀ; ସଂସଦରେ କଲେ ସଲ୍ୟୁଟ
ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦଙ୍କ ବିଦାୟୀ କ୍ଷଣରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାବପ୍ରବଣ ହୋଇ ପଡିଥିଲେ । ରାଜ୍ୟସଭାର ଜଣେ ସାଂସଦ ଭାବରେ ଗୁଲାମ ନବୀ ଆଜାଦଙ୍କର ଆଜି ଶେଷ ଦିନ ଥିଲା ।

ରାଜ୍ୟସଭାରେ ଗୁଲାମ ନବୀ ଆଜାଦଙ୍କ ବିଷୟରେ କହି ଭାବୁକ ହେଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ
- News18 Odia
- Last Updated: February 9, 2021, 12:03 PM IST
ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (Narendra Modi) ମଙ୍ଗଳବାର ଦିନ ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦଙ୍କ (Ghulam Nabi Azad) ବିଦାୟ ସମୟରେ ଭାବପ୍ରବଣ ହୋଇ ପଡିଥିଲେ । ରାଜ୍ୟସଭାର ଜଣେ ସାଂସଦ ଭାବରେ ଗୁଲାମ ନବୀ ଆଜାଦଙ୍କର ଆଜି ଶେଷ ଦିନ ଥିଲା । ଏହି ସମୟ ମଧ୍ୟରେ ପ୍ରଧାନ ମନ୍ତ୍ରୀ କହିଥିଲେ ଯେ 'ଗୁଲାମ ନବୀ ଯେତେବେଳେ ମୁଖ୍ୟ ମନ୍ତ୍ରୀ ଥିଲେ ସେତେବେଳେ ମୁଁ ମଧ୍ୟ ଗୋଟିଏ ରାଜ୍ୟର ମୁଖ୍ୟ ମନ୍ତ୍ରୀ ଥିଲି । ଆମେ ବହୁତ ନିକଟତର ଥିଲୁ । ଥରେ ଗୁଜୁରାଟର କିଛି ଯାତ୍ରୀ ଆତଙ୍କବାଦୀଙ୍କ ଆକ୍ରମଣ ଶିକାର ହୋଇଥିଲେ ଓ ଏଥିରେ ୮ ଜଣଙ୍କର ନାଗରିକଙ୍କର ମୃତ୍ୟୁ ଘଟିଥିଲା । ମୁଁ ପ୍ରଥମେ ଗୁଲାମ ନବୀଙ୍କଠାରୁ ଏକ ଫୋନ କଲ ପାଇଥିଲି । ତାଙ୍କର ଲୁହ ବନ୍ଦ ହେଉ ନଥିଲା । ଏହି ଘଟଣା ବିଷୟରେ ଉଲ୍ଲେଖ କରି ପ୍ରଧାନ ମନ୍ତ୍ରୀ ଭାବପ୍ରବଣ ହୋଇ ପଡ଼ିଥିଲେ ।
ପ୍ରଧାନ ମନ୍ତ୍ରୀ କହିଛନ୍ତି, 'ଗୁଲାମ ନବୀ ଆଜାଦ, ଶ୍ୟାମଶର ସିଂ, ମୀର ମହମ୍ମଦ ଫାୟାଜ, ନାଦିର ଅହମ୍ମଦ ଆପଣ ଚାରିଜଣ ମହାନବ୍ୟକ୍ତିଙ୍କୁ ସଂସଦକୁ ଶୋଭା ବଢାଇବା ପାଇଁ ଓ ଆପଣଙ୍କର ଜ୍ଞାନ ସଂସଦ ଗୃହ ତଥା ଦେଶକୁ ଲାଭ ପ୍ରଦାନ କରିଥିବାରୁ ଓ ନିଜ ଅଞ୍ଚଳର ସମସ୍ୟାର ସମାଧାନ ପାଇଁ ଆପଣଙ୍କ ଯୋଗଦାନ ପାଇଁ ମୁଁ ଆପଣଙ୍କ ଅବଦାନକୁ ଧନ୍ୟବାଦ ଦେଉଛି ।"
ଉଭୟ ଦେଶ ଓ ଦଳ ଚିନ୍ତା କରୁଥିଲେ- ପ୍ରଧାନ ମନ୍ତ୍ରୀ
ରାଜ୍ୟସଭାରେ ପ୍ରଧାନ ମନ୍ତ୍ରୀ କହିଛନ୍ତି, 'ମୋର ଅନୁଭୂତି ଓ ପରିସ୍ଥିତିକୁ ଆଧାର କରି ମୁଁ ଗୁଲାମ ନବୀ ଆଜାଦଙ୍କୁ ସମ୍ମାନ କରେ । ମୁଁ ନିଶ୍ଚିତ ଯେ ଦେଶ ପାଇଁ କାର୍ଯ୍ୟ କରିବା ପାଇଁ ତାଙ୍କର ଅଭିଯାନ ସର୍ବଦା ଚାଲିବ ।'