ଭାରତୀୟ ସଂସ୍କୃତିର ସର୍ବୋତ୍ତମ ରାଷ୍ଟ୍ରଦୂତ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି

୨୦୧୪ ରେ କ୍ଷମତାକୁ ଆସିବା ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ପରିବର୍ତ୍ତନ ଆଣିଛନ୍ତି । ସାରା ବିଶ୍ୱରେ ଯୋଗକୁ ପ୍ରୋତ୍ସାହିତ କରିବା ସହ ପ୍ରଧାନମନ୍ତ୍ରୀ ବିଶ୍ୱ ସ୍ତରରେ ଭାରତୀୟ ସଂସ୍କୃତିର ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିଛନ୍ତି ।

ଭାରତୀୟ ସଂସ୍କୃତିର ସର୍ବୋତ୍ତମ ରାଷ୍ଟ୍ରଦୂତ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଭାରତୀୟ ସଂସ୍କୃତିର ସର୍ବୋତ୍ତମ ରାଷ୍ଟ୍ରଦୂତ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

ନୂଆଦିଲ୍ଲୀ : ୨୦୧୪ ରେ କ୍ଷମତାକୁ ଆସିବା ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ପରିବର୍ତ୍ତନ ଆଣିଛନ୍ତି। ସାରା ବିଶ୍ୱରେ ଯୋଗକୁ ପ୍ରୋତ୍ସାହିତ କରିବା ଠାରୁ ଆରମ୍ଭ କରି ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିରର ମୂଳଦୁଆ ପକାଇବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ବିଶ୍ୱ ସ୍ତରରେ ଭାରତୀୟ ସଂସ୍କୃତିର ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିଛନ୍ତି। ଆଜି ହେଉଛି ତାଙ୍କର ୭୨ ତମ ଜନ୍ମଦିନ । ନଜର ପକାନ୍ତୁ କେଉଁ ସବୁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ।

ଯୋଗ

ମୋଦି ୨୦୧୪ ରେ, ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) ରେ ତାଙ୍କ ଅଭିଭାଷଣରେ ମୋଦି ମିଳିତ ଜାତିସଂଘର ଆନ୍ତର୍ଜାତୀୟ ଯୋଗ ଦିବସର ଧାରଣା ଦେଇଥିଲେ।

“ଯୋଗ ମନ ଏବଂ ଶରୀରର ଏକତାକୁ ଦର୍ଶାଏ, ଚିନ୍ତା ଏବଂ କାର୍ଯ୍ୟ, ସଂଯମତା ଏବଂ ପୂର୍ଣ୍ଣତା, ମନୁଷ୍ୟ ଏବଂ ପ୍ରକୃତି ମଧ୍ୟରେ ସମନ୍ୱୟ, ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ଏକ ସାମଗ୍ରିକ ଆଭିମୁଖ୍ୟ ବୋଲି," ମୋଦି କହିଥଲେ।

ଜୁନ୍ ୨୧ କୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ତିନିମାସ ପରେ ଜାତିସଂଘର ସାଧାରଣ ସଭା ଭାରତ ନେତୃତ୍ୱାଧୀନ ଏକ ସଂକଳ୍ପ ଗ୍ରହଣ କରି ଜୁନ୍ ୨୧ କୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବରେ ଘୋଷଣା କରାଗଲା ଏବଂ ସ୍ୱୀକାର ହେଲା ଯେ “ଯୋଗ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ଏକ ସାମଗ୍ରିକ ଆଭିମୁଖ୍ୟ ପ୍ରଦାନ କରେ”।



ଜାତିସଂଘରେ ତତ୍କାଳୀନ ରାଷ୍ଟ୍ରଦୂତ ଆସକେ ମୁଖାର୍ଜୀଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ଏହି ସଂକଳ୍ପରେ ୧୭୫ଟି ଦେଶ ସହ-ପ୍ରଯୋଜକ ଭାବରେ ଯୋଗ ଦେଇଥିଲେ, ଯାହାକି କୌଣସି ସାଧାରଣ ସଭାର ସଂକଳ୍ପ ପାଇଁ ଏହା ଥିଲା ସର୍ବାଧିକ ସଂଖ୍ୟା । ଏହା ମଧ୍ୟ ପ୍ରଥମ ଥର ଥିଲା ଯେ ୯୦ ଦିନ ଭିତରେ ଜାତିସଂଘର କୌଣସି ଦେଶ ଦ୍ୱାରା ଏଭଳି ପଦକ୍ଷେପ ପ୍ରସ୍ତାବିତକୁ ଏବଂ କାର୍ଯ୍ୟକାରୀ କରାଯାଇଥିଲା। ଏହା ପରେ ମୋଦି କ୍ରମାଗତ ଭାବରେ ତାଙ୍କ ମନ କି ବାତ୍ ରେଡିଓ କାର୍ଯ୍ୟକ୍ରମରେ ଯୋଗକୁ ପ୍ରୋତ୍ସାହିତ କରିଛନ୍ତି ଏବଂ ଏହାର ଉପକାରିତା ବିଷୟରେ କହିଛନ୍ତି।

ଆବୁଧାବିରେ ସର୍ବପ୍ରଥମ ହିନ୍ଦୁ ମନ୍ଦିର ମୂଳଦୁଆ ସ୍ଥାପନ କରିବା ।

୨୦୧୮ ରେ ମୋଦି ଆବୁଧାବିରେ ସର୍ବପ୍ରଥମ ହିନ୍ଦୁ ମନ୍ଦିରର ମୂଳଦୁଆ ପକାଇଲେ । ୟୁଏଇର ଆବୁଧାବିର ଶ୍ରୀ ସ୍ୱାମିନାରାୟଣ ମନ୍ଦିର ସ୍ୱାମିନାରାୟଣ ସନ୍ଥ ମାନଙ୍କ ଦ୍ୱାରା ନିର୍ମାଣ କରାଯାଉଛି । ୟୁଏଇ ସରକାର ୨୦୧୫ ରେ ପଶ୍ଚିମ ଏସିଆ ଦେଶରେ ପ୍ରଥମ ଥର ପାଇଁ ମନ୍ଦିର ନିର୍ମାଣ ପାଇଁ ଆବୁଧାବି ନିକଟରେ ଏକ ଜମି ଆବଣ୍ଟନ କରିବାକୁ ନିଷ୍ପତ୍ତି ନେବା ପରେ ଏହା ସମ୍ଭବ ହୋଇଥିଲା ।

ମନ୍ଦିରର ଏକ ମଡେଲ




୨୦୧୮ରେ ମୋଦି, ବିଭିନ୍ନ ବର୍ଗର ୧୭୦୦ ରୁ ଅଧିକ ଭାରତୀୟ ଏବଂ ଏମିରାଟି ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ପାରମ୍ପାରିକ ପଥର ମନ୍ଦିରର ଏକ ମଡେଲ ଉନ୍ମୋଚନ କରିଥିଲେ।

ଉପହାର ପ୍ରଦାନ କରି କଳା ଚିତ୍ରକୁ ପ୍ରୋତ୍ସାହିତ କରବା ।

ଅନନ୍ୟ ଭାରତୀୟ କଳା ଚିତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ମୋଦି ଉପହାର ପ୍ରଦାନ କରନ୍ତି ।





ଜୁଲାଇରେ, ଟୋକିଓରେ କ୍ୱାଡ ନେତାଙ୍କ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିପକ୍ଷଙ୍କୁ ସଞ୍ଝି କଳା ଏବଂ ହାତରେ ଖୋଦିତ ରୋଗାନ୍ ପେଣ୍ଟିଂ ଓ ପଟ୍ଟାମାଡାଇ ରେଶମ ମ୍ୟାଟ୍ ସହିତ ଉପହାର ପ୍ରଦାନ କରିଥିଲେ । ସେ ତାଙ୍କ ସହିତ ସାକ୍ଷାତ ସମୟରେ ଜାପାନର ପ୍ରତିପକ୍ଷ ଫୁମିଓ କିଶିଡାଙ୍କୁ ସହିତ ଏକ କାଠ ଖୋଦିତ ବାକ୍ସ ଉପହାର ମଧ୍ୟ ଦେଇଥିଲେ ।
Published by:Sujit Swain
First published: