ନୂଆଁଖାଇ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ନୂଆଁଖାଇ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କର ସ୍ୱାସ୍ଥ୍ୟ ପାଇଁ ମଧ୍ୟ କାମନା କରିଛନ୍ତି ।

ନୂଆଁଖାଇ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଁଖାଇ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

  • News18 Odia
  • Last Updated :
  • Share this:
News 18 Odia Digital

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ନୂଆଁଖାଇ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ଆମ ଦେଶକୁ ଖାଦ୍ୟ ଯୋଗାଉଥିବା ଆମର ପରିଶ୍ରମୀ କୃଷକମାନଙ୍କୁ କୃତଜ୍ଞତା ଜଣାଇବାକୁ ଏହି ପର୍ବ ଏକ ସୁଯୋଗ ।

ସମସ୍ତଙ୍କର ସ୍ୱାସ୍ଥ୍ୟ ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ କାମନା କରିଛନ୍ତି । ଟ୍ୱିଟରରେ ଅଭିନନ୍ଦନ ବାର୍ତ୍ତା ଲେଖି ସେ କହିଛନ୍ତି ଯେ, "ନୂଆଁଖାଇ ଜୁହାର! ଏହି ବିଶେଷ ଦିନରେ ସମସ୍ତଙ୍କୁ ଶୁଭେଚ୍ଛା ।  ଦେଶକୁ ଖାଦ୍ୟ ଯୋଗାଉଥିବା ଭଳି ଆଦର୍ଶ କାର୍ଯ୍ୟ ପାଇଁ ଆମର ପରିଶ୍ରମୀ କୃଷକମାନଙ୍କୁ କୃତଜ୍ଞତା ଜଣାଇବା ପାଇଁ ଏହା ଏକ ସୁଯୋଗ । ଆମ ସମାଜର ପ୍ରଗତି ହେଉ ଏବଂ ସମସ୍ତେ ଖୁସି ଏବଂ ସୁସ୍ଥରେ ରୁହନ୍ତୁ । "





ପଶ୍ଚିମ ଓଡ଼ିଶା ଏବଂ ଦକ୍ଷିଣ ଛତିଶଗଡରେ ନୂଆଁଖାଇ ପାଳନ କରାଯାଏ । ନୂତନ ଫସଲକୁ ସ୍ୱାଗତ କରିବା ପାଇଁ ଏହି ପର୍ବ ପାଳନ କରାଯାଏ । ନୂଆଁଖାଇ ହେଉଛି ଦୁଇଟି ଶବ୍ଦର ମିଶ୍ରଣ ଯାହା ନୂତନ ଚାଉଳ ଖାଇବାକୁ ସୂଚାଏ, 'ନୂଆଁ' ଅର୍ଥାତ୍ ଚାଉଳ ଏବଂ 'ଖାଇ' ଅର୍ଥାତ୍ ଖାଦ୍ୟ ।
Published by:Sujit Swain
First published: