ଆପଲ୍ ଆଇଫୋନ୍‌ର ଦାମ୍ ଆଜି ଠାରୁ ବଢ଼ିଲା; ବଜେଟରେ ଆମଦାନୀ ଶୁଳ୍କ ବୃଦ୍ଧି ହିଁ କାରଣ

କରୋନା ଭାଇରସ ଯୋଗୁଁ କେତକ ଚ଼ାଇନିଜ୍ ବ୍ରାଣ୍ଡର ଉତ୍ପାଦନ ଓ ଯୋଗାଣ ଉପରେ ପ୍ରଭାବ ପଡ଼ିଛି, କିନ୍ତୁ ସୂଚନା ଅନୁଯାୟୀ ଆପଲ୍ ଉପରେ ତା’ର କୌଣସି ପ୍ରଭାବ ପଡ଼ି ନାହିଁ । ଆମଦାନୀ ହେଉଥିବା ମୋବାଇଲ ଫୋନ୍ ଓ ଚାର୍ଜରର ଦାମ୍ କଷ୍ଟମ ଶୁଳ୍କରେ ବୃଦ୍ଧି ଯୋଗୁଁ ହିଁ ବଢ଼ିଛି ।

ଆପଲ୍ ଆଇଫୋନ୍‌ର ଦାମ୍ ଆଜି ଠାରୁ ବଢ଼ିଲା; ବଜେଟରେ ଆମଦାନୀ ଶୁଳ୍କ ବୃଦ୍ଧି ହିଁ କାରଣ
ଆପଲ୍‌ର ଆଇଫୋନ୍‌
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କେନ୍ଦ୍ର ବଜେଟ୍ ୨୦୨୦ରେ ଭାରତକୁ ଆମଦାନୀ ହେଉଥିବା ମୋବାଇଲ ଫୋନ୍‌ ଓ ଚ଼ାର୍ଜର୍‌ ଉପରେ କଷ୍ଟମ ଶୁଳ୍କ ବୃଦ୍ଧି ହୋଇଥିବାରୁ ଓ ସାମାଜିକ କଲ୍ୟାଣ ସରଚ଼ାର୍ଜ ଲାଗୁ ହୋଇଥିବାରୁ ଆପଲ କମ୍ପାନୀ ତା’ର କେତକ ଭଲ ମଡେଲର ଦାମ୍‌ ବୃଦ୍ଧି କରିଛି । ଏହି ଦାମ୍‌ ବୃଦ୍ଧି ଆଇଫୋନ୍‌ ୧୧ ପ୍ରୋ ମାକ୍ସ, ଆଇଫୋନ ୧୧ ପ୍ରୋ ଓ ଆଇଫୋନ୍‌ ୮ ମଡେଲରେ ଆଜି ଠାରୁ ଲାଗୁ ହୋଇଯାଇଛି ।

ଆଇଫୋନର ଏକ୍ସଆର ଓ ଆଇଫୋନ ୭ ଭାରତରେ ଆପଲର ଯୋଗାଣକାରୀ ସଂସ୍ଥା ଫକ୍ସକନ୍ ଏବଂ ୱିଷ୍ଟି୍ରନ ଦ୍ବାରା ତିଆରି ହେଉଥିବାରୁ ଏହି ବେଶୀ ବିକ୍ରି ହେଉଥିବା ମଡେଲଗୁଡିକର ଦାମରେ ପରିବରତ୍ତନ ହୋଇ ନାହିଁ । କମ୍ପାନୀ ଲୋକପ୍ରିୟ ଆଇଫୋନ ୧୧, ଆଇପ୍ୟାଡ, ଆପଲ ଘଣ୍ଟା ଓ କମ୍ପ୍ୟୁଟରଗୁଡ଼ିକର ଦାମ୍‌ ବୃଦ୍ଧି କରିନାହିଁ ।

ପୂର୍ବରୁ ଆଇଫୋନ ପ୍ରୋ ମ୍ୟାକ୍ସର ମୂଲ୍ୟ ୧,୦୯,୯୦୦ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଏବେ ଆଇଫୋନ ୧୧ ପ୍ରୋ ମ୍ୟାକ୍ସ ୬୪ ଜିବିର ଦାମ୍‌ ୧,୧୧,୨୦୦ ଟଙ୍କା, ୨୫୬ ଜିବି ମଡେଲର ଦାମ୍‌ ୧,୨୫,୨୦୦ ଟଙ୍କା ଓ ୫୧୨ ଜିବି ମଡେଲର ଦାମ୍‌ ୧,୪୩,୨୦୦ ଟଙ୍କା ରଖାଯାଇଛି ।

ଆଇଫୋନ ପ୍ରୋର ମୂଲ୍ୟ ପୂର୍ବରୁ ୯୯,୯୦୦ ଟଙ୍କାରୁ ଆରମ୍ଭ ହେଉଥିଲା । ଏବେ ଆଇଫୋନ ୧ ପ୍ରୋର ୬୪ ଜିବି ମଡେଲର ଦାମ୍‌ ୧,୦୧,୨୦୦ ଟଙ୍କା ଥିବା ବେଳେ ୨୫୬ ଜିବି ମଡେଲର ଦାମ୍‌ ୧,୧୫,୨୦୦ ଟଙ୍କା ଓ ଆଇଫୋନ ୧୧ ପ୍ରୋ ୫୧୧ ଜିବି ମଡେଲର ଦାମ୍‌ ୧,୩୩,୩୦୦ ଟଙ୍କା ରଖାଯାଇଛି ।

ଆାଇଫୋନ ପ୍ରୋ ମ୍ୟାକ୍ସ ୬୪ ଜିବିର ମୂଲ୍ୟ ଏବେ ୧,୧୧,୨୦୦ ଟଙ୍କା ହୋଇଛି । ଆଇଫୋନ ୧୧ ପ୍ରୋ ସିରିଜର ଦାମରେ ପ୍ରାୟ ୧,୩୦୦ ଟଙ୍କା ବୃଦ୍ଧିପାଇଛି । ଆଇଫୋନ ୮ର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି ।

ଆଇଫୋନ ୮ର +୬୪ ଜିବି ମଡେଲର ଦାମ୍‌ ଏବେ ୫୦,୦୦୦ ଟଙ୍କା ରହିଥିବା ବେଳେ ୧୨୮ ଜିବି ମଡେଲର ଦାମ୍‌ ୫୫,୬୦୦ ଟଙ୍କା ରଖାଯାଇଛି । ଏହାର ପୂର୍ବ ମୂଲ୍ୟ ୪୯,୯୦୦ ଟଙ୍କାରୁ ୭୦୦ ଟଙ୍କା ବୃଦ୍ଧି କରାଯାଇଛି । ଆାଇଫୋନ ୮ର ୬୪ ଜିବି ମଡେଲର ଦାମ୍‌ ୪୦,୫୦୦ ଟଙ୍କା ଓ ୧୨୮ ଜିବି ମଡେଲର ଦାମ୍‌ ୪୫,୫୦୦ ଟଙ୍କା କାଯାଇଛି ।

କରୋନା ଭାଇରସ ଯୋଗୁ କେତକ ଚ଼ୀନ ବ୍ରାଣ୍ଡର ଉତ୍ପାଦନ ଓ ଯୋଗାଣ ଉପରେ ପ୍ରଭାବ ପଡ଼ିଛି, କିନ୍ତୁ ଶିଳ୍ବ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ତାହାର ଆପଲ ଉପରେ କୌଣସି ପ୍ରଭାବ ପଡ଼ି ନାହିଁ । ଆମଦାନୀ ହେଉଥିବା ମୋବାଇଲ ଫୋନ ଏବଂ ଚାର୍ଜରର ଦାମ୍‌ କଷ୍ଟମ ଶୁଳ୍କ ବୃଦ୍ଧି ଯୋଗୁଁ ହିଁ ବୃଦ୍ଧି ପାଇଛି ।

ମୋବାଇଲ ଫୋନଗୁଡିକ ଉପରେ ପୂର୍ବରୁ ୧୦ ପ୍ରତିଶତ ସେବା ମଙ୍ଗଳ ଶୁଳ୍କ (ସର୍ଭିସ୍‌ ୱେଲଫେଆର୍‌ ସେସ୍‌) ଲାଗୁ ନ ଥିଲା, ହେଲେ ଏବେ ଭାରତକୁ ଆମଦାନୀ ହେଉଥିବା ଫୋନପୁଡ଼ିକ ଉପରେ ତାହା ଲାଗୁ କରାଯାଇଛି । ପୂର୍ବରୁ ଲାଗୁଥିବା ୨୦ ପ୍ରତିଶତ ମୌଳିକ କଷ୍ଟମସ୍‌ ଡ୍ୟୁଟି ଦେବା ସହିତ ଏହି ନୂଆ ଶୁଳ୍କ ଆମଦାନୀ ହେଉଥିବା ଫୋନପୁଡ଼ିକ ଉପରେ ଏବେ ଲାଗୁଛି । ସରକାର ପ୍ରିଣ୍ଟେଡ ସିର୍କିଟ ବୋର୍ଡ ଆସେମ୍ବଲି (ପିସିବିଏ) ଉପରେ ଆମଦାଦୀ ଶୁଳ୍କକୁ ୧୦ ପ୍ରତିଶତରୁ ବଢ଼ାଇ ୨୦ ପ୍ରତିଶତ ଓ ଚ଼ାର୍ଜର୍‌ ଉପରେ ଏହାକୁ ୧୫ ପ୍ରତିଶତରୁ ବଢ଼ାଇ ୨୦ ପ୍ରତିଶତ କରିଛନ୍ତି ।
First published: March 2, 2020, 5:23 PM IST