News 18 Odia Digital
ନୂଆଦିଲ୍ଲୀ; ବୁଧବାର ଲୋକସଭାର ଶୀତକାଳୀନ ଅଧିବେଶନରେ ଗୃହମନ୍ତ୍ରୀ ଅମିତ ଶାହା ଡ୍ରଗ୍ସ ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବେ କହିଛନ୍ତି । ବିତର୍କ ସମୟରେ ତାଙ୍କ ତରଫରୁ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । କିନ୍ତୁ ଯେତେବେଳେ ଶାହା ନିଜର ମତ ରଖିଥିଲେ, ସେତେବେଳେ ଏକ ସମୟ ଆସିଥିଲା ଯେତେବେଳେ ଟିଏମସି ସାଂସଦ ସ୍ୱାଗତ ରାୟ ମଝିରେ ଅଟକାଇବା ଆରମ୍ଭ କରିଥିଲେ । ଏହା ଗୃହମନ୍ତ୍ରୀଙ୍କୁ କ୍ରୋଧିତ କରିଥିଲା।
ଅମିତ ଶାହା କାହିଁକି ରାଗିଲେ?ବାସ୍ତବରେ, ଯେତେବେଳେ ଅମିତ ଶାହା ତାଙ୍କ ଭାଷଣ ଦେଉଥିଲେ, ଟିଏମସି ସାଂସଦ ସ୍ୱାଗତ ରାୟ ତାଙ୍କ ଉପରେ କଥା କହିବା ଆରମ୍ଭ କରିଥିଲେ । ଗୃହମନ୍ତ୍ରୀ ଏହିପରି ରୋକିବାକୁ ନେଇ କ୍ରୋଧିତ ହୋଇଥିଲେ ଏବଂ ସେ ଖୋଲାଖୋଲି ଭାବରେ କହିଥିଲେ କି ମଝିରେ ଏମିତି ଅଟକାଇବା ଠିକ୍ ନୁହେଁ । ଏହା ଆପଣଙ୍କ ବୟସ କିମ୍ବା ଆପଣଙ୍କ ସିନିଅରିଟି ପାଇଁ ଠିକ୍ ନୁହେଁ। ଯଦି ଆପଣ କହିବାକୁ ଚାହୁଁଛନ୍ତି, ମୁଁ ବସି ଯାଉଛି ଆପଣ ୧୦ ମିନିଟ୍ ପାଇଁ କୁହନ୍ତୁ । ବିଷୟର ଗମ୍ଭୀରତାକୁ ବୁଝନ୍ତୁ ।
ପରେ ଯେତେବେଳେ ବିରୋଧୀ ଦଳର ଜଣେ ସହକର୍ମୀ ଗୃହମନ୍ତ୍ରୀ କାହିଁକି ରାଗିଗଲେ ବୋଲି ପଚାରିଥିଲେ, ଅମିତ ଶାହା କେବଳ କହିଥିଲେ, ରାଗି ନାହିଁ ବୁଝାଉଛି । ବେଳେବେଳେ ବୟସ୍କମାନଙ୍କୁ ମଧ୍ୟ ବ୍ୟାଖ୍ୟା କରିବାକୁ ପଡେ । ଏହା ପରେ ରୋକା ରୋକି ଗୃହରେ ଅଟକି ଯାଇଥିଲା ଏବଂ ଅମିତ ଶାହା ଡ୍ରଗ୍ସ ପ୍ରସଙ୍ଗରେ ନିଜର ମତ ରଖିଥିଲେ । ତାଙ୍କ ପକ୍ଷରୁ ଖୁସି ବ୍ୟକ୍ତ କରାଯାଇଥିଲା କି ଏହି ଗୋଟିଏ ପ୍ରସଙ୍ଗରେ ସମସ୍ତ ଦଳ ଏକଜୁଟ ହୋଇଛନ୍ତି । ଡ୍ରଗ୍ସ ସମସ୍ୟାର ମୂଳୋତ୍ପାଟନ ପାଇଁ ପ୍ରତ୍ୟେକ ରାଜ୍ୟ କେନ୍ଦ୍ର ସହ କାର୍ଯ୍ୟ କରିଛନ୍ତି ।
ନିଶା ସେବନ କରୁଥିବା ବ୍ୟକ୍ତିଙ୍କ ପ୍ରତି ଆମକୁ ସହାନୁଭୂତି ଦେଖାଇବାକୁ ପଡିବ ଏବଂ ଏହି ଡ୍ରଗ୍ସ ବିକ୍ରୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡିବ ବୋଲି ଅମିତ ଶାହା କହିଛନ୍ତି।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।