News18 Odia Digital
White Hair Prevention: ଆଗ କାଳରେ, ଯଦି ମୁଣ୍ଡରେ ଧଳା କେଶ ଦେଖାଯାଉଥିଲା, ତେବେ ଏହା ବୃଦ୍ଧାବସ୍ଥାର ସଙ୍କେତ ଭାବରେ ବିବେଚନା କରାଯାଉଥିଲା, କିନ୍ତୁ ବର୍ତ୍ତମାନ ଯୁଗରେ ୨୫ ରୁ ୩୦ ବର୍ଷ ବୟସର ଯୁବ ପିଢ଼ିଙ୍କର କେଶ ଧଳା ହେବାରେ ଲାଗିଛି। ଏହି କାରଣରୁ, ଯୁବକମାନଙ୍କୁ ଅନେକ ସମୟରେ ଲଜ୍ଜା ଓ କମ୍ ଆତ୍ମବିଶ୍ୱାସର ସମ୍ମୁଖୀନ ହେବାକୁ ପଡୁଛି।
କେଶକୁ ପୁଣି କଳା କରିବା ପାଇଁ ଅନେକ ପ୍ରାକୃତିକ ଉପାୟ ଅଛି। ଆଜି ଆମେ ଆପଣଙ୍କୁ ସେହି ଉପାୟ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣ ନିଜକୁ ଧଳା କେଶ ସମସ୍ୟାରୁ ରକ୍ଷା କରିପାରିବେ।
କେଶ ଧଳା ହେବା ବନ୍ଦ କରିବା ପାଇଁ ପ୍ରତିକାର
୧. ସୁସ୍ଥ ଖାଦ୍ୟ ଖାଆନ୍ତୁଆମ ଶରୀରର ଅଧିକାଂଶ ସମସ୍ୟା ଅସ୍ୱାସ୍ଥ୍ୟକର ଖାଦ୍ୟ ହେତୁ ଜନ୍ମ ହୋଇଥାଏ, କେଶ ଧଳା ହେବା ମଧ୍ୟ ଏହାର କାରଣ। ବର୍ତ୍ତମାନର ଯୁଗର ଯୁବକମାନେ ବଜାରରେ ଜଙ୍କ ଓ ଫାଷ୍ଟଫୁଡ୍ ଖାଇବାକୁ ବେଶ୍ ପସନ୍ଦ କରୁଛନ୍ତି। ଯାହା ଆମ ସ୍ୱାସ୍ଥ୍ୟକୁ ନଷ୍ଟ କରୁଛି। ଯଦି ପେଟ ଠିକ୍ ନଥାଏ, ତେବେ ଏହାର ପ୍ରଭାବ କେଶ ଉପରେ ପଡ଼ିଥାଏ। ଆପଣଙ୍କ ଦୈନନ୍ଦିନ ଖାଦ୍ୟରେ ଭିଟାମିନ୍, କ୍ୟାଲସିୟମ୍, ପ୍ରୋଟିନ୍, ଜିଙ୍କ୍, ଆଇରନ୍ ଓ କପର ଭଳି ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱକୁ ଅନ୍ତର୍ଭୁକ୍ତ କରିବା ଜରୁରୀ।
୨. ଧୂମପାନ ଛାଡ଼ନ୍ତୁସିଗାରେଟ୍, ବିଡି, ହୁକା ଭଳି ଜିନିଷ ଆଦୌ ସ୍ୱାସ୍ଥ୍ୟ ପାଇଁ ଭଲ ନହେଁ, ଆମେ ଜାଣୁ ଯେ ଏହି ଜିନିଷରୁ ବାହାରୁଥିବା ଧୂଆଁ ଆମ ଫୁସଫୁସକୁ ନଷ୍ଟ କରିଦିଏ। କିନ୍ତୁ ଆପଣ ଜାଣନ୍ତି କି ଧୂମପାନ କେଶକୁ ଶୀଘ୍ର ଧଳା କରିଦିଏ? ଆଜିର ଯୁବବର୍ଗରେ ଏହି ଖରାପ ନିଶା ଅଧିକ ଦେଖିବାକୁ ମିଳୁଛି, ଏଥି ପାଇଁ କମ୍ ବୟସରେ ପିଲାଙ୍କ କେଶ ଧଳା ପଡ଼ିଯାଉଛି।
୩. ଟେନସନ ହ୍ରାସ କରନ୍ତୁଚାପ ଅନେକ ରୋଗର ମୂଳ ବୋଲି ବିବେଚନା କରାଯାଏ, କାରଣ ଏକ ସୁସ୍ଥ ମନ ବିନା ଆମେ ଏକ ସୁସ୍ଥ ଶରୀର କଳ୍ପନା କରିପାରିବା ନାହିଁ। କୁହାଯାଏ ଯେ ଟେନସନ ହେତୁ ଧଳା କେଶ ବଢ଼େ। ତେଣୁ ଦୈନନ୍ଦିନ ଜୀବନରେ ଅତ୍ୟଧିକ ଚାପ ନ ନେବା ଭଲ।
୪. ଥାଏରଏଡ୍ ଟେଷ୍ଟ କରନ୍ତୁଯେତେବେଳେ ଆମ ଶରୀରରେ ଥାଇରକ୍ସାଇନ୍ ହରମୋନ୍ ଅତ୍ୟଧିକ ନିର୍ଗତ ହୁଏ, ଏହା ଧଳା କେଶର ସମସ୍ୟା ସୃଷ୍ଟି କରିଥାଏ। ହାଇପୋଥାଇରଏଡିଜମକୁ ଏଡ଼ାଇବା ପାଇଁ, ଆପଣଙ୍କୁ ଥାଏରଏଡ୍ ପରୀକ୍ଷା କରିବାକୁ ପଡ଼ିବ।
(Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ। ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ଡାକ୍ତରୀ ପରାମର୍ଶ ନିଅନ୍ତୁ। ନ୍ୟୁଜ୧୮ ଓଡ଼ିଆ ଏହା ନିଶ୍ଚିତ କରେ ନାହିଁ।)
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।