ରାଷ୍ଟ୍ରପତିଙ୍କ ଆସାମ ଗସ୍ତରୁ ଆସିଲା ନିଆରା ଦୃଶ୍ଯ: ପ୍ରୋଟୋକଲ୍ ଭାଙ୍ଗିଲେ, ଲୋକଙ୍କୁ ଭେଟିଲେ

ପ୍ରୋଟୋକଲ୍ ଭାଙ୍ଗିଲେ, ଲୋକଙ୍କୁ ଭେଟିଲେ । ରାଷ୍ଟ୍ରପତିଙ୍କ ଆସାମ ଗସ୍ତରୁ ଆସିଲା ନିଆରା ଦୃଶ୍ଯ । କାଜିରଙ୍ଗା ଯାଉଥିବା ବେଳେ ହଠାତ ଗାଡ଼ିରୁ ଓହ୍ଲାଇ ପଡ଼ିଲେ । ବୋକାଖାଟ୍‌ ଠାରେ ରାସ୍ତାର ଉଭୟ ପାର୍ଶ୍ବରେ ଅପେକ୍ଷାରତ ଲୋକଙ୍କୁ ଭେଟି କଥା ହେଲେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ।

ରାଷ୍ଟ୍ରପତିଙ୍କ ଆସାମ ଗସ୍ତରୁ ଆସିଲା ନିଆରା ଦୃଶ୍ଯ: ପ୍ରୋଟୋକଲ୍ ଭାଙ୍ଗିଲେ, ଲୋକଙ୍କୁ ଭେଟିଲେ

ରାଷ୍ଟ୍ରପତିଙ୍କ ଆସାମ ଗସ୍ତରୁ ଆସିଲା ନିଆରା ଦୃଶ୍ଯ: ପ୍ରୋଟୋକଲ୍ ଭାଙ୍ଗିଲେ, ଲୋକଙ୍କୁ ଭେଟିଲେ

  • News18 Odia
  • Last Updated :
  • Assam, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଆମ ରାଷ୍ଟ୍ରପତି ପିପୁଲ୍‌ସ ପ୍ରେସିଡେଣ୍ଟ । ଲୋକ ଆଗ, ପ୍ରୋଟୋକଲ୍ ପଛ । ପ୍ରୋଟୋକଲ୍ ଭାଙ୍ଗିଲେ, ଲୋକଙ୍କୁ ଭେଟିଲେ । ଏ ଦୃଶ୍ୟ ଦର୍ଶାଇ ଦେଉଛି, ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (president draupadi murmu) ଲୋକଙ୍କର ରାଷ୍ଟ୍ରପତି । ଲୋକଙ୍କ ପାଖକୁ ଯାଆନ୍ତି, ଭଲମନ୍ଦ ବୁଝନ୍ତି ।

ତିନି ଦିନିଆ ଆସାମ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାଜିରଙ୍ଗା ଯାଉଥିଲେ । ରାସ୍ତାରେ ଜନ ସମୁଦ୍ର ଦେଖି ହଠାତ୍ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ । ଗାଡ଼ିରୁ ଓହ୍ଲାଇ ଶତାଧିକ ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ । ଆସାମ ଗୋଲାଘାଟ ଜିଲ୍ଲାର ବୋକାଖାଟ୍‌ ଠାରେ ରାସ୍ତାର ଉଭୟ ପାର୍ଶ୍ବରେ ଅପେକ୍ଷାରତ ଶହ ଶହ ଲୋକଙ୍କୁ ଭେଟି ସେମାନଙ୍କ ସହ କଥା ବି ହୋଇଥିଲେ । ଏହା ହିଁ ଦର୍ଶାଉଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅତି ସାଧାରଣ ଜୀବନ ଶୈଳୀକୁ । ଦେଶର ସର୍ବୋଚ୍ଚ ପଦବୀରେ ଥାଇ ଲୋକଙ୍କ ରାଷ୍ଟ୍ରପତି ଭାବରେ ସେ ଏକ ନୂଆ ଉଦାହରଣ ପାଲଟିଛନ୍ତି ।

ଆସନ୍ତାକାଲି କାଜିରଙ୍ଗା ନ୍ୟାସନାଲ ପାର୍କରେ ଗଜ ଉତ୍ସବ ୨୦୨୩କୁ ଉଦଘାଟନ କରିବେ ରାଷ୍ଟ୍ରପତି । ଏହା ପରେ ଗୁହ୍ବାଟୀରେ ମାଉଣ୍ଟ କାଞ୍ଚନଜଙ୍ଘା ଅଭିଯାନ ୨୦୨୩କୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଆସନ୍ତାକାଲି ମଧ୍ୟ ଗୁଆଟୀ ହାଇକୋର୍ଟର ୭୫ତମ ବାର୍ଷିକ ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ଆସନ୍ତା ୮ ତାରିଖରେ ଲଢ଼ୁଆ ଯୁଦ୍ଧ ବିମାନରେ ଉଡିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶନିବାର ଆସାମ ତେଜପୁର ବାୟୁସେନା ଷ୍ଟେସନରୁ ଯୁଦ୍ଧ ବିମାନ ସୁଖୋଇ-30 MKI ବିମାନରେ ବସି ଉଡିବେ ରାଷ୍ଟ୍ରପତି ।

ଏହି ଖବର ପଢ଼ନ୍ତୁ-  ପ୍ରତ୍ୟେକ ପରିବାରକୁ ମାଗଣା LPG ସିଲିଣ୍ଡର ଓ ୧୫ଶହ ଟଙ୍କା ! କେମିତି ପାଇବେ ପଢନ୍ତୁ...
Published by:Soubhagya Mishra
First published: