ରାକ୍ଷୀ ପୂର୍ଣ୍ଣିମା ପାଇଁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବୁଧବାର ସନ୍ଧ୍ୟାରେ ସେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇଛନ୍ତି।

ଦ୍ରୌପଦୀ ମୁର୍ମୁ (ପ୍ରତୀକାତ୍ମକ ଛବି)

ଦ୍ରୌପଦୀ ମୁର୍ମୁ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବୁଧବାର ସନ୍ଧ୍ୟାରେ ସେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇଛନ୍ତି।

ସେଥିରେ ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି," ରକ୍ଷା ବନ୍ଧନ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି। ରକ୍ଷା ବନ୍ଧନ ଭାଇ ପ୍ରତି ଭଉଣୀର ଭଲପାଇବା ଓ ସ୍ନେହର ଅଭିବ୍ୟକ୍ତି। ଏହା ସେମାନଙ୍କ ମଧ୍ୟରେ ଥିବା ଅତୁଟ ବନ୍ଧନକୁ ଦୋହରାଇବାର ଅବସର। ସ୍ୱତଃସ୍ଫୂର୍ତ୍ତ ଭଲପାଇବା ଓ ପରିପୂରକତାର ପ୍ରତୀକ ରକ୍ଷା ବନ୍ଧନ ଲୋକଙ୍କୁ ଆପଣାର କରିଥାଏ। ଭାଇ ଓ ଭଉଣୀ ମଧ୍ୟରେ ପାରସ୍ପରିକ ବିଶ୍ୱାସର ଏହି ପର୍ବ ସମାଜରେ ମହିଳାମାନଙ୍କ ପ୍ରତି ସଦ୍ଭାବ ଓ ସମ୍ମାନକୁ ପ୍ରୋତ୍ସାହିତ କରୁ କାମନା କରୁଛି,"।
Published by:Soumya Das
First published: