President Of India: ଓଡ଼ିଆଣୀ ବନିଲେ ରାଇସିନାର ରାଣୀ; ୨୫ରେ ନେବେ ଶପଥ

ରାଇସିନାର ରାଣୀ ବନି ଯାଇଛନ୍ତି ଜଣେ ଓଡ଼ିଆଣୀ। ସମଗ୍ର ଓଡ଼ିଆ ଜାତି ପାଇଁ ଗୌରବ ଆଣିଦେଇଛନ୍ତି ମାନ୍ୟବର ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ। ୨୫ରେ ନେବେ ଶପଥ ଗ୍ରହଣ କରିବେ ।

ଦ୍ରୌପଦୀ ମୁର୍ମୁ (ପ୍ରତୀକାତ୍ମକ ଛବି)

ଦ୍ରୌପଦୀ ମୁର୍ମୁ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Odisha (Orissa)
  • Share this:
News18 Odia Digital

ଏବେ ଦେଶର ପ୍ରଥମ ନାଗରିକ ହେଲେ ଜଣେ ଓଡ଼ିଆ । ରାଇସିନାର ରାଣୀ ବନି ଯାଇଛନ୍ତି ଜଣେ ଓଡ଼ିଆଣୀ। ସମଗ୍ର ଓଡ଼ିଆ ଜାତି ପାଇଁ ଗୌରବ ଆଣିଦେଇଛନ୍ତି ମାନ୍ୟବର ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ। ଦେଶର ପ୍ରଥମ ନାଗରିକ ଆଦିବାସୀଙ୍କ ପାଇଁ ପ୍ରେରଣା ସାଜିଥିବା ଓଡ଼ିଶା ମାଟିର ସନ୍ତାନ ଯାହାଙ୍କ ବ୍ୟକ୍ତିତ୍ୱର ବର୍ଣ୍ଣନା ଅକଳ୍ପନୀୟ।

୬୪.୦୩ ପ୍ରତିଶତ ଭୋଟରେ ନିର୍ବାଚନରେ ​​ଜିତିବା ପରେ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ସରକାରୀ ଘୋଷଣା କରାଯାଇଥିଲା। ଯଶୋବନ୍ତ ସିହ୍ନା ମୋଟ ବୈଧ ଭୋଟର ୩୬ ପ୍ରତିଶତ ପାଇଛନ୍ତି।  ମୁର୍ମୁ ୫୪୦ ସାଂସଦଙ୍କ ସମେତ ମୋଟ ୨୮୨୪ ଭୋଟର ପାଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ସିହ୍ନା ୨୦୮ ସାଂସଦଙ୍କ ସମେତ ୧,୮୭୭ ଭୋଟ୍ ପାଇଛନ୍ତି।



ରାଷ୍ଟ୍ରପତି ନିର୍ବାଚନରେ ମୁର୍ମୁ ସମସ୍ତ ରାଜ୍ୟରେ ଭୋଟ୍ ପାଇଥିଲେ। ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶୋବନ୍ତ ସିହ୍ନା ତିନୋଟି ରାଜ୍ୟ - ଆନ୍ଧ୍ରପ୍ରଦେଶ, ନାଗାଲାଣ୍ଡ ଓ ସିକ୍କିମରେ ଭୋଟ୍ ପାଇନାହାଁନ୍ତି।

ଆନ୍ଧ୍ରପ୍ରଦେଶର ସମସ୍ତ ବିଧାୟକ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ଭୋଟ୍ ଦେଇଥିବାବେଳେ ଅରୁଣାଚଳ ପ୍ରଦେଶରେ ସେ ଚାରିଜଣଙ୍କ ବ୍ୟତୀତ ସମସ୍ତ ବିଧାୟକଙ୍କ ଭୋଟ୍ ପାଇଛନ୍ତି।

ଉଭୟ ଦ୍ରୌପଦୀ ଓ ଯଶୱନ୍ତଙ୍କୁ କେତେ ଭୋଟ ମିଳିଛି, ତା’ର ଚିତ୍ର ସାମ୍ନାକୁ ଆସିଛି । ନିର୍ବାଚନ ଜିତିଥିବା ମୁର୍ମୁଙ୍କୁ ଦେଶର ସବୁ ରାଜ୍ୟରୁ ଭୋଟ ମିଳିଛି । ହେଲେ ଯଶୱନ୍ତ ସିହ୍ନାଙ୍କୁ ୩ ଟି ରାଜ୍ୟ ଆନ୍ଧ୍ର ପ୍ରଦେଶ, ସିକ୍କିମ ଓ ନାଗାଲାଣ୍ଡରୁ ଗୋଟିଏ ହେଲେ ବି ଭୋଟ ମିଳିନି । ଆନ୍ଧ୍ରର ୧୭୫ ଜଣ ବିଧାୟକଙ୍କ ମଧ୍ୟରୁ ୧୭୩ ଜଣ ଭୋଟ ଦେଇଥିଲେ । ସମସ୍ତ ୧୭୩ ଜଣ ବିଧାୟକଙ୍କ ଭୋଟ ବୈଧ ଥିବା ବେଳେ ସବୁତକ ଭୋଟ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ଯାଇଛି । ନାଗାଲାଣ୍ଡର ୬୦ ଜଣ ବିଧାୟକଙ୍କ ମଧ୍ୟରୁ ୫୯ ଜଣ ଭୋଟ ଦେଇଥିଲେ । ସମସ୍ତ ୫୯ ଜଣ ବିଧାୟକ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଛନ୍ତି । ସିକ୍କିମର ୩୨ ଜଣ ବିଧାୟକ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଛନ୍ତି । ଆନ୍ଧ୍ରପ୍ରଦେଶର ୧୭୩ ବିଧାୟକ, ଅରୁଣାଚଳ ପ୍ରଦେଶର ୫୯ ରୁ ୫୫ ବିଧାୟକ ଶ୍ରୀମତୀ ମୂର୍ମୁଙ୍କୁ ସମର୍ଥନ କରିଛନ୍ତି । ସେହିପରି ବିଭିନ୍ନ ରାଜ୍ୟରୁ ମୋଟ ୧୨୬ ବିଧାୟକ କ୍ରସ ଭୋଟ କରିଛନ୍ତି । ଆସାମ ରୁ ୨୨ , ଓଡିଶାରୁ ଜଣେ , ଆନ୍ଧ୍ରରୁ ୨ଜଣ ବିଧାୟକ କଲେ କ୍ରସ ଭୋଟ । ସେହିଭଳି ୧୭ ଜଣ ସାଂସଦ କଲେ କ୍ରସ ଭୋଟ ।
Published by:Soumya Das
First published: