ଶୁଭେଚ୍ଛା ଜଣାଇବାକୁ ମୁର୍ମୁଙ୍କ ବାସଭବନକୁ ଆସିବେ ନିଜେ PM ଓ ତାଙ୍କ କ୍ୟାବିନେଟ

ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗଣନା ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନ ୪ ଟାରେ ଦ୍ରୌପଦୀ ମୁର୍ମୁଙ୍କ ଘରକୁ ଯିବେ।

ଦ୍ରୌପଦୀ ମୁର୍ମୁ (ପ୍ରତୀକାତ୍ମକ ଛବି)

ଦ୍ରୌପଦୀ ମୁର୍ମୁ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗଣନା ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନ ୪ ଟାରେ ଦ୍ରୌପଦୀ ମୁର୍ମୁଙ୍କ ଘରକୁ ଯିବେ।

ରାଷ୍ଟ୍ରପତି ନିର୍ବାଚନ ଗଣନା ପରେ ସମଗ୍ର ମୋଦି କ୍ୟାବିନେଟ୍ ଅଭିନନ୍ଦନ ଜଣାଇବା ପାଇଁ ଦ୍ରୌପଦୀ ମୁର୍ମୁଙ୍କ ଘରେ ପହଞ୍ଚିବେ।  କୁହାଯାଉଛି ଯେ ଜେପି ନାଡ୍ଡା ଏକ ରୋଡ୍ ସୋ କରିବା ପରେ ଦ୍ରୌପଦୀଙ୍କ ଘରେ ମଧ୍ୟ ପହଞ୍ଚିବେ। ଏଥି ସହିତ ଶୁକ୍ରବାର ଦିନ ସାଧାରଣ ଲୋକଙ୍କ ପାଇଁ ଦ୍ରୌପଦୀଙ୍କ ବାସଭବନ ଖୋଲା ରହିବ।

ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ଲୋକମାନେ ଖୁସି ହେଉଛନ୍ତି। ବିଜୟ ଘୋଷଣା ପୂର୍ବରୁ ମଧ୍ୟ ସମଗ୍ର ଗାଁ ଉତ୍ସବରେ ବ୍ୟସ୍ତ ଅଛନ୍ତି।  ବିଦ୍ୟାଳୟର ଛାତ୍ରମାନେ ନୃତ୍ୟ ଏବଂ ଗୀତରେ ଉତ୍ସବ ପାଳନ କରୁଥିବାବେଳେ ଗାଁରେ ୨୦ ହଜାର ଲଡୁ ତିଆରି କରାଯାଇଛି।

ଦ୍ରୌପଦୀ ମୁର୍ମୁ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ଆଜି ତାଙ୍କ ଗାଁରେ ଏହି ସମ୍ପ୍ରଦାୟର ଲୋକମାନଙ୍କ ଦ୍ବାରା ବିଶେଷ ପୂଜା ପାଠ କରାଯାଇଛି। ଭାରତୀୟ ସଂସ୍କୃତିର ମୂଳ ଜନଜାତି କୁହାଯାଉଥିବା ଆଦିବାସୀମାନେ ନିଜ ବିଶ୍ୱାସ, ପ୍ରଥା ଓ ପରମ୍ପରା ସହ ମୁର୍ମୁଙ୍କୁ ପାଇଁ ପ୍ରାର୍ଥନା କରିଛନ୍ତି। ସେମାନେ ଏକତ୍ରିତ ହୋଇ ସେମାନଙ୍କ ଭଗବାନଙ୍କ ନିକଟରେ ଦ୍ରୌପଦୀଙ୍କ ପାଇଁ ଆଶିଷ ମାନସିଛନ୍ତି। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଫଟୋକୁ ଦେଖି ସମସ୍ତେ ବେଶ ପ୍ରଶଂସା କରୁଛନ୍ତି।

କେବଳ ସେତିକି ନୁହେଁ ନିର୍ବାଚନୀ ଫଳାଫଳ ଘୋଷଣା ପୂର୍ବରୁ ଖୁବ୍ ଉତ୍ସାହିତ ମୟୂରଭଞ୍ଜବାସୀ। ବିଜୟ ଉତ୍ସବ ପାଳିବା ପାଇଁ ପ୍ରସ୍ତୁତ ହୋଇଛି ୫୦ କ୍ୱିଣ୍ଟାଲର ଲଡ଼ୁ। ଆଜି ଫଳାଫଳ ବାହାରିବା ପରେ ପରସ୍ପରକୁ ଲଡ଼ୁ ଖୁଆଇ ଉତ୍ସବ ମନାଇବେ ମୟୂରଭଞ୍ଜବାସୀ।
Published by:Soumya Das
First published: