ମମତା ବାନାର୍ଜୀ (ପ୍ରତୀକାତ୍ମକ ଛବି)
News18 Odia Digital
ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନ ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଏହା ପରେ ଦ୍ରୌପଦୀ ଦେଶ ଭ୍ରମଣରେ ବାହାରି ନେତାମାନଙ୍କୁ ସମର୍ଥନ ଜଣାଇବେ ପାଇଁ ଅନୁରୋଧ କରିବେ।
ବର୍ତ୍ତମାନ ନାମାଙ୍କନପତ୍ର ଦାଖଲ ଦ୍ରୌପଦୀ ମୁର୍ମୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ ଫୋନ ମାଧ୍ୟମରେ କଥା ହୋଇ ତାଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି । ଫୋନରେ ମମତା ବାନାର୍ଜୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନ ନେଇ ଶୁଭକାମନା ଜଣାଇଛନ୍ତି। । ଏହା ସହ ଦ୍ରୌପଦୀଙ୍କୁ ସମର୍ଥନ ଦେବାକୁ ସେ ଦଳ ସହ ଆଲୋଚନା କରିବେ ବୋଲି ମମତା ବାନାର୍ଜୀ କହିଛନ୍ତି।
ଯଦିଓ ଦ୍ରୌପଦୀ ମୁର୍ମୁ ବିରୋଧୀ ଦଳର ନେତାମାନଙ୍କୁ ସମର୍ଥନ ମାଗିଛନ୍ତି। କାରଣ ସେ ବର୍ତ୍ତମାନ ସମୟରେ ଅନ୍ୟ କୌଣସି ଦଳର ସମର୍ଥନ ଆବଶ୍ୟକ କରନ୍ତି ନାହିଁ। କାରଣ ନବୀନ ପଟ୍ଟନାୟକଙ୍କ ବିଜେଡି ଓ ଜଗନ୍ ମୋହନ ରେଡ୍ଡୀଙ୍କ ଦଳ YSR କଂଗ୍ରେସକୁ ସମର୍ଥନ କରିବା ପରେ ସେ ସଂଖ୍ୟାଗରିଷ୍ଠତା ଅତିକ୍ରମ କରୁଥିବା ଜଣାପଡିଛି। ଅନ୍ୟପକ୍ଷରେ ବିରୋଧୀ ଦଳ ଏହି ଆକଳନଠାରୁ ବହୁ ଦୂରରେ ଥିବା ଜଣାପଡିଛି। ଅର୍ଥାତ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପ୍ରାୟ ନିଶ୍ଚିତ। ବିରୋଧୀ ଦଳରୁ ଟିଏମସି ନେତା ଯଶୋବନ୍ତ ସିହ୍ନାଙ୍କୁ ମନୋନୀତ କରାଯାଇଛି, ଯିଏ ଜୁନ୍ 27 ରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।