ବ୍ଲଡ଼ କ୍ୟାନ୍ସରରେ ପୀଡ଼ିତ ଅଛନ୍ତି ପୁଟିନ! ରେକର୍ଡ଼ିଂରୁ ଜଣାପଡ଼ିଲା ସବୁ ସତ

ପୁଟିନ ଗୁରୁତର ଅସୁସ୍ଥ ଥିବା ନେଇ ଜଣେ ପୂର୍ବତନ ବ୍ରିଟିଶ ଗୁପ୍ତଚର ଖ୍ରୀଷ୍ଟୋଫେର ଷ୍ଟେଲି ସୂଚନା ଦେଇଛନ୍ତି। ପୁଟିନ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଏକ ରେକର୍ଡ଼ିଂରୁ ଶୁଣିବାକୁ ମିଳୁଛି।

ଭ୍ଲାଦମିର ପୁଟିନ (ପ୍ରତୀକାତ୍ମକ ଛବି)

ଭ୍ଲାଦମିର ପୁଟିନ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟକୁ ନେଇ ନିରନ୍ତର କଳ୍ପନାଜଳ୍ପନା ଚାଲିଛି। ଏହି ସମୟରେ ପୁଟିନ ଗୁରୁତର ଅସୁସ୍ଥ ଥିବା ନେଇ ଜଣେ ପୂର୍ବତନ ବ୍ରିଟିଶ ଗୁପ୍ତଚର ଖ୍ରୀଷ୍ଟୋଫେର ଷ୍ଟେଲି ସୂଚନା ଦେଇଛନ୍ତି।  ପୁଟିନ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଏକ ରେକର୍ଡ଼ିଂରୁ ଶୁଣିବାକୁ ମିଳୁଛି।

ଋଷର ନେତାଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ ପୁଟିନ ରକ୍ତ କର୍କଟ ରୋଗରେ ପୀଡ଼ିତ। ଆମେରିକାର ପତ୍ରିକା ନ୍ୟୁ ଲାଇନ୍ସ ଦ୍ୱାରା ପ୍ରାପ୍ତ ଏକ ରେକର୍ଡିଂରେ ଅଜ୍ଞାତ ବ୍ୟକ୍ତି, ପାଶ୍ଚାତ୍ୟ ବ୍ୟବସାୟୀଙ୍କ ସହ ପୁଟିନଙ୍କ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା କରୁଥିବା ଶୁଣିବାକୁ ମିଳିଥିଲା।



ୟୁକ୍ରେନ ଯୁଦ୍ଧ ପରଠାରୁ ପୁଟିନଙ୍କ ସ୍ୱାସ୍ଥ୍ୟକୁ ନେଇ କଳ୍ପନାଜଳ୍ପନା ଚାଲିଛି

ୟୁକ୍ରେନ ସହ ଯୁଦ୍ଧ ପରଠାରୁ ପୁଟିନ୍‌ଙ୍କୁ ବହୁତ କମ୍‌ ଥର ସର୍ବସାଧାରଣରେ ଦେଖିବାକୁ ମିଳିଛି। ସୂଚନାଥାଉ କି, ଗତ ସପ୍ତାହରେ ମସ୍କୋର ବିଜୟ ଦିବସ ଉପଲକ୍ଷେ ପୁଟିନ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଥିଲେ। ଏହି ସମୟରେ ସେ ଅସୁସ୍ଥ ଥିବା ଜଣାପଡ଼ିଥିଲା
Published by:Soumya Das
First published: