ଫାଶୀ ଦଣ୍ଡ ପାଇଥିବା ଚ଼ାରି ଜଣ ଦୋଷୀ
News18 Odia Digital
ନୂଆ ଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିର୍ଭୟା ଗଣଦୁଷ୍କର୍ମରେ ଦୋଷୀ ସାବ୍ୟସ୍ତ ହୋଇଥିବା ମୁକେଶ ସିଂର କ୍ଷମା ଆବେଦନକୁ ଖାରଜ କରିଦେଇଛନ୍ତି । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ରାଷ୍ଟ୍ରପତିଙ୍କ ପାଖକୁ ପଠାଯାଇଥିଲା ଏବଂ ଏହାକୁ ଖାରଜ କରିବାକୁ ନିବେଦନ କରାଯାଇଥିଲା । ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ଜଣ ଦୋଷୀଙ୍କ ମଧ୍ୟରୁ ମୁକେଶ ଅନ୍ୟତମ ହୋଇଥିବାବେଳେ ସେ ଅଳ୍ପଦିନ ପୂର୍ବରୁ କ୍ଷମା ଆବେଦନ କରିଥିଲା ।
ନିର୍ଭୟା ଗଣ ଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ମାମଲାରେ ଚାରି ଜଣ ଦୋଷୀଙ୍କ ମଧ୍ୟରୁ ଅନ୍ୟତମ ମୁକେଶର କ୍ଷମା ଆବେଦନକୁ ଗୃହ ମନ୍ତ୍ରଣାଳୟ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ପଠାଇଦେଇଥିଲେ । ଏହା ସହ ଗୃହ ମନ୍ତ୍ରଣାଳୟ ରାଷ୍ଟ୍ରପତିଙ୍କୁ ଏହି କ୍ଷମା ଆବେଦନକୁ ନାମଞ୍ଜୁର କରିବାକୁ ସୁପାରିଶ କରିଥିଲା । ସେହିପରି ନିର୍ଭୟା ଗଣ ଦୁଷ୍କର୍ମ ଏବଂ ହତ୍ୟାକାଣ୍ଡରେ ସମ୍ପୃକ୍ତ ୪ଦୋଷୀଙ୍କୁ ଗୁରୁବାର ତିହାର ଜେଲର ତିନି ନମ୍ବର କୋଠରୀକୁ ସ୍ଥାନାନ୍ତର କରାଯାଇଛି ଯେଉଁଠାରେ ସେମାନଙ୍କୁ ଫାଶୀ ଦିଆଯିବ ।
ମାମଲାରେ ଦିଲ୍ଲୀର ପଟିଆଲା ହାଉସକୋର୍ଟରୁ ଡେଥ ଓ୍ବାରେଣ୍ଟ ଜାରି ହେବା ପରେ ଦୋଷିମାନେ ସୁପ୍ରିମକୋର୍ଟରେ ଏନେଇ ସମୀକ୍ଷା ଆବେଦନ କରିଥିଲେ । ନିର୍ଭୟା ଦୋଷୀ ବିନୟ ଶର୍ମା ଏବଂ ମୁକେଶଙ୍କ କ୍ୟୁରେଟିଭ ଆବେଦନ ଉପରେ ଆବେଦନରେ ଫାଶୀ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡାଦେଶରେ ରୁପାନ୍ତରିତ କରିବା ଲାଗି ପ୍ରାର୍ଥନା କରାଯାଇଥିଲା । ବିନୟ କହିଛନ୍ତି କି, ସୁପ୍ରିମକୋର୍ଟ ସହିତ ସମସ୍ତ ଅଦାଲତ ମିଡିଆ ଏବଂ ନେତାଙ୍କ ଦ୍ବାରା ପ୍ରଭାବିତ ହୋଇ ମୋତେ ଦୋଷୀ ବୋଲି ଆଖ୍ୟା ଦେଇଛନ୍ତି । ଗରିବ ହୋଇଥିବା କାରଣରୁ ମୋତେ ମୃତ୍ୟୁଦଣ୍ଡ ଦିଆଯାଇଛି । ଜେସିକା ଲାଲ ମର୍ଡ଼ର କେସରେ ଦୋଷୀ ମନୁ ଶର୍ମା ନୃଶଂସ ଭାବେ ତାଙ୍କୁ ହତ୍ୟା କରିଥିଲା କିନ୍ତୁ ତାଙ୍କୁ ଆଜୀବନ କାରା ଦଣ୍ଡାଦେଶ ହୋଇଥିଲା ବୋଲି ସେ କହିଛି ।
Published by:Durgamadhab Rath
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।