ନିର୍ଭୟା ମାମଲାର ଦୋଷୀ ପୱନ ଗୁପ୍ତାର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କଲେ

ଏହି ମାମଲାରେ ମୁତ୍ୟୁ ଦଣ୍ଡରେ ଦଣ୍ଡିତ ହେବା ପରେ ସର୍ବୋଚ୍ଚ କୋର୍ଟରେ ସମୀକ୍ଷା ଆବେଦନ କରିଥିବା ଶେଷ ଅଭିଯୁକ୍ତ ଥିଲା ପୱନ ଗୁପ୍ତା । ଶେଷ ଆଇନଗତ ପ୍ରତିକାର ଭାବେ ତା’ ପାଖରେ ଏହି ସୁଯୋଗ ବାକି ଥିଲା ।

ନିର୍ଭୟା ମାମଲାର ଦୋଷୀ ପୱନ ଗୁପ୍ତାର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କଲେ
ମୃତ୍ୟୁ ଦଣ୍ଡ ପାଇଥିବା ଚ଼ାରି ଦୋଷୀ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦିଲ୍ଲୀ ଗଣବଳାତ୍କାର ଏବଂ ହତ୍ୟା ମାମଲାର ଦୋଷୀ ପୱନ ଗୁପ୍ତାର ରାଜକ୍ଷମା ଆବେଦନକୁ ଖାରଜ କରିଦେଇଛନ୍ତି । ପୂର୍ବରୁ ଦିଲ୍ଲୀ ସରକାର ଏହି ଆବେଦନକୁ ପ୍ରତ୍ୟାଖାନ କରିବାକୁ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେଇଥିଲେ ।

ଡିସେମ୍ବର ୧୬, ୨୦୧୨ରେ ୨୩ ବର୍ଷୀୟା ଡାକ୍ତରୀ ଛାତ୍ରୀଙ୍କୁ ଗଣବଳାତ୍କାର କରିବା ପରେ ହତ୍ୟା କରିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୱନ ଗୁପ୍ତାଙ୍କ (୨୫) କ୍ଷମା ଆବେଦନକୁ ସୁପ୍ରିମ କୋର୍ଟ ଖାରଜ କରିବା ପରେ ସେ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିଥିଲେ । ଗୁପ୍ତା ଓ ଅନ୍ୟ ତିନି ଜଣ ଅଭିଯୁକ୍ତଙ୍କୁ ମାର୍ଚ୍ଚ ୩ ତାରିଖରେ ତିହାର ଜେଲରେ ଫାଶୀ ଦେବାର ନିର୍ଦ୍ଦେଶ ଥିଲା । ହେଲେ ଗୁପ୍ତା ଗତ ସୋମବାର ଫାଶୀ ବଦଳରେ ଆଜୀବନ ସଜା ଶୁଣାଇବାକୁ ସୁପ୍ରିମ କୋର୍ଟରେ ଆବେଦନ କରିବା ପରେ କାହାରିକୁ ଫାଶୀ ଦିଆଯାଇ ନ ଥିଲା ।

ଏହି ମାମଲାରେ ମୁତ୍ୟୁ ଦଣ୍ଡରେ ଦଣ୍ଡିତ ହେବା ପରେ ସର୍ବୋଚ୍ଚ କୋର୍ଟରେ ସମୀକ୍ଷା ଆବେଦନ କରିଥିବା ଶେଷ ଅଭିଯୁକ୍ତ ଥିଲା ପୱନ ଗୁପ୍ତା । ଶେଷ ଆଇନଗତ ପ୍ରତିକାର ଭାବେ ତାଙ୍କ ପାଖରେ ଏହି ସୁଯୋଗ ବାକି ଥିଲା ।

ସର୍ବୋଚ୍ଚ ନ୍ୟାୟଳୟରେ କ୍ଷମା ଆବେଦନ କରି ପୱନ କହିଥିଲା ଯେ ଅପରାଧ ଘଟିଥିବା ଦିନ ତା’ର ବୟସ ୧୬ ବର୍ଷ ଦୁଇ ମାସ ଥିଲା । ଏହି ତଥ୍ୟ ତାଙ୍କ ପାଖରେ ଥିବା ଶେଷ ସ୍କୁଲ ରେକର୍ଡରେ ରହିଛି ବୋଲି ସେ କହିଥିଲା । ନାବାଳକ ଆକ୍ଟ ଅନୁଯାୟୀ ମାମଲାର ବିଚ଼ାର ବେଳେ ବୟସକୁ ବିଚ଼ାରକୁ ନିଆଯାଇ ନାହିଁ ବୋଲି ସେ କହିଥିଲା ।

ଏହି ସମସ୍ତ ସୂଚନା ସରକାରଙ୍କ ଦ୍ବାରା ଚ଼ପାଇ ଦିଆଯାଇଥିଲା ବୋଲି ପୱନ କୋର୍ଟରେ ଦାବି କରିଥିଲା । ସେ ହେଉଛି ଏହି ମାମଲାର ଏକ ମାତ୍ର ଦୋଷୀ ଯିଏ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ ଓ ଦୟା ଆବେଦନର ଆଇନଗତ ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ କରି ନ ଥିଲେ ।

ଫେବ୍ରୁଆରୀ ୧୭ ତାରିଖରେ ନିର୍ଭୟା ମାମଲାର ଚ଼ାରି ଜଣ ଦୋଷୀ ମୁକେଶ କୁମାର ସିଂ (୩୨), ପୱନ କୁମାର ଗୁପ୍ତା, ବିନୟ କୁମାର ଶର୍ମା (୨୬) ଓ ଅକ୍ଷୟ ସିଂ(୩୧)ଙ୍କୁ ଫାଶୀ ଦେବାକୁ ନୂଆ ତାରିଖ ଭାବେ ମାର୍ଚ୍ଚ ୩ ତାରିଖ ସକାଳ ୬ ଟା ସମୟ ଘୋଚିତ କରିଥିଲେ ଟ୍ରାଏଲ୍‌ କୋର୍ଟ ।

ପୂର୍ବରୁ ମୁକେଶ, ବିନୟ ଓ ଅକ୍ଷୟଙ୍କ ଦ୍ବାରା ଦିଆଯାଇଥିବା ରାଜ କ୍ଷମା ଆବେଦନ ରାଷ୍ଟ୍ରପତି ଖାରଜ କରିସାରିଛନ୍ତି । ରାଷ୍ଟ୍ରପତିଙ୍କ ଦ୍ବାରା କ୍ଷମା ଆବେଦନ ଖାରଜ ହେବାକୁ ଚ୍ୟାଲେଞ୍ଜ କରି ମୁକେଶ ଓ ବଂ ବିନୟ ପୃଥକ ପୃଥକ ଆବେଦନ କରିଥିଲେ, ହେଲେ ଏହି ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଥିଲେ । ଅକ୍ଷୟ ଏବେ ଯାଏ ତାଙ୍କ କ୍ଷମା ଆବେଦନ ଖୋରଜ ହେବାକୁ ଚ୍ୟାଲେଞ୍ଜ କରିନାହାନ୍ତି ।

ଏହି ଚ଼ାରି ଜଣ ଦୋଷୀଙ୍କ ସମେତ ଛଅ ଜଣ ଯୁବକ ଏହି ମାମଲାରେ ଅଭିଯୁକ୍ତ ଥିଲେ । ମାମଲାର ଶୁଣାଣି ହେବାର କିଛି ଦିନ ପରେ ଷଷ୍ଠ ଅଭିଯୁକ୍ତ ରାମ ସିଂ ତିହାର ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତିନି ବର୍ଷ ଜେଲରେ ରହିବା ପରେ ୨୦୧୫ରେ ଉକ୍ତ ନାବାଳକକୁ ମୁକ୍ତ କରଯାଇଥିଲା ।
First published: March 4, 2020, 5:40 PM IST
corona virus btn
corona virus btn
Loading