ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସଂସଦରେ ପାରିତ ହୋଇଥିବା ତିନୋଟି କୃଷି ବିଲ୍କୁ ଅନୁମୋଦନ କଲେ

Farm Bills: ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସଂସଦରେ ପାରିତ ହୋଇଥିବା ତିନୋଟି କୃଷି ବିଲ୍କୁ ଅନୁମୋଦନ କରିଛନ୍ତି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହି ବିଲ୍ ପାସ୍ ହେବା ଦ୍ୱାରା କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ । ଏହି ସମୟରେ ବିରୋଧୀ ଓ କୃଷକମାନେ ଏହି ବିଲକୁ କ୍ରମାଗତ ବିରୋଧ କରୁଛନ୍ତି ।

ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସଂସଦରେ ପାରିତ ହୋଇଥିବା ତିନୋଟି କୃଷି ବିଲ୍କୁ ଅନୁମୋଦନ କଲେ
ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ତିନୋଟି କୃଷି ବିଲ୍କୁ ଅନୁମୋଦନ କଲେ
  • News18 Odia
  • Last Updated: September 27, 2020, 7:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସଂସଦରେ ପାରିତ ହୋଇଥିବା ତିନୋଟି କୃଷି ବିଲ୍କୁ ଅନୁମୋଦନ କରିଛନ୍ତି । ରବିବାର ଦିନ ରାଜ୍ୟସଭା କୃଷି ଉତ୍ପାଦନ ବାଣିଜ୍ୟ ତଥା ବାଣିଜ୍ୟ (ଉନ୍ନତି ଓ ସୁବିଧା) ବିଲ୍ -୨୦୨୦, କୃଷକ (ସଶକ୍ତିକରଣ ଓ ସୁରକ୍ଷା) ମୂଲ୍ୟ ନିଶ୍ଚିତତା ଚୁକ୍ତିନାମା ତଥା କୃଷି ସେବା ବିଲ୍ -୨୦୨୦ ଓ ଜରୁରୀ ଦ୍ରବ୍ୟ (ସଂଶୋଧନ) ବିଲ୍କୁ ପ୍ରବଳ ଉତ୍ତେଜନା ମଧ୍ୟରେ ରବିବାର ପାସ୍ ହୋଇଥିଲା । ପୂର୍ବରୁ ଏହି ବିଲ୍ ଲୋକସଭାରେ ମଧ୍ୟ ପାସ୍ ହୋଇସାରିଥିଲା ।

ସଂସଦର ମମୌସୁମୀ ଅଧିବେଶନରେ ଉପସ୍ଥାପିତ ହୋଇଥିବା ଏହି ତିନୋଟି ବିଲ୍କୁ ନେଇ ଦେଶର କୃଷକମାନେ ବିରୋଧ କରୁଛନ୍ତି । ଏଥିସହ ବିରୋଧୀମାନେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ମଧ୍ୟ ଏହି ବିଲ୍ ପାସ୍ ନ କରିବା ନେଇ ଭେଟିଥିଲେ । କୃଷକ ସଂଗଠନ ଓ ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ ଭାରତୀୟ ଖାଦ୍ୟ ଓ କୃଷି ବ୍ୟବସାୟ ଉପରେ ପ୍ରାଧାନ୍ୟ ଦେବାକୁ ଚାହୁଁଥିବା ବଡ଼ ବ୍ୟବସାୟୀଙ୍କ ପାଇଁ ଏହି ବିଲ୍ ଅଣାଯାଇଛି ଓ ଏହା କୃଷକଙ୍କ ବୁଝାମଣାକୁ ଦୁର୍ବଳ କରିବ ।

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବିଲ୍ ପାସ୍ ହେବା ପରେ ଭାରତୀୟ କୃଷି ଇତିହାସରେ ଏକ ଐତିହାସିକ ଦିନ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଏହି ବିଲ୍ କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବ ଓ ଏହା କୃଷକଙ୍କ ଆୟକୁ ଦୁଇଗୁଣ କରିବା ସହ ସୁଦୃଢ଼ କରିବ ।

ଏହା ବି ପଢ଼ନ୍ତୁ | ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର! ଦଶହରା ଓ ଦୀପାବଳୀ ପୂର୍ବରୁ ରେଳବାଇ ଚଳାଇ ପାରେ ୮୦ଟି ନୂଆ ଟ୍ରେନ୍

ଏହା ବି ପଢ଼ନ୍ତୁ ଆଉ ମୃତକମାନଙ୍କର ହେବନି କରୋନା ଟେଷ୍ଟ; ସାନି ନିର୍ଦ୍ଦେଶ ଜାରି କଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ

ଅନ୍ୟ ପକ୍ଷରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ଏହି ବିଲ୍କୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରି ଏହାକୁ କୃଷକମାନଙ୍କ ପାଇଁ “ମୃତ୍ୟୁ ୱାରେଣ୍ଟ” ବୋଲି କହିଛନ୍ତି ଓ ଏହାକୁ 'ଗଣତନ୍ତ୍ରର କଳା ଦିନ' ବୋଲି କହିଛି ।



ଏହି କୃଷି ବିଲ୍ ଯୋଗୁଁ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ତଥା ଶିରୋମଣି ଅକାଲୀ ଦଳର ନେତା ହରସିମରତ କ‌ୌର୍ ବାଦଲ ଏହି ପଦରୁ ଇସ୍ତଫା ଦେଇ ଦେଇଥିଲେ । ଏହା ସହ SAD ଶନିବାର ଦିନ ଏନଡିଏ ସହ ମଧ୍ୟ ମେଣ୍ଟକୁ ମଧ୍ୟ ଭାଙ୍ଗି ଦେଇଛି ।
Published by: Jagdish Barik
First published: September 27, 2020, 7:19 PM IST
corona virus btn
corona virus btn
Loading