Joe Biden: ସାଉଦି ଆରବର ବରିଷ୍ଠ ନେତାଙ୍କ ସାମ୍ନାରେ ସାମ୍ବାଦିକ ଖାଗୋସିଙ୍କ ହତ୍ୟା ମାମଲାରେ ମୁଁହ ଖୋଲିଲେ ବାଇଡେନ

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଶୁକ୍ରବାର ଦିନ ପଶ୍ଚିମ ଏସିଆ ଗସ୍ତରେ ସାଉଦି ଆରବରେ ପହଞ୍ଚିଛନ୍ତି। ଯେଉଁଠାରେ କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ତାଙ୍କୁ ସ୍ୱାଗତ କରିଥିଲେ। ଦୁଇ ନେତାଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।

ସାମ୍ବାଦିକ ଖାଗୋସିଙ୍କ ହତ୍ୟା ମାମଲାରେ ମୁଁହ ଖୋଲିଲେ ବାଇଡେନ

ସାମ୍ବାଦିକ ଖାଗୋସିଙ୍କ ହତ୍ୟା ମାମଲାରେ ମୁଁହ ଖୋଲିଲେ ବାଇଡେନ

  • Share this:
News 18 Odia Digital

Joe Biden: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଶୁକ୍ରବାର ଦିନ ପଶ୍ଚିମ ଏସିଆ ଗସ୍ତରେ ସାଉଦି ଆରବରେ ପହଞ୍ଚିଛନ୍ତି। ଯେଉଁଠାରେ କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ତାଙ୍କୁ ସ୍ୱାଗତ କରିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି।

ଏହି ବୈଠକ ପରେ ଆମେରିକାର ରାଷ୍ଟ୍ରପତି ଗଣମାଧ୍ୟମକୁ କହିଛନ୍ତି, ‘‘ମୁଁ ଖାସୋଗିଙ୍କ ହତ୍ୟା ପ୍ରସଙ୍ଗରେ ବୈଠକ ଆରମ୍ଭରେ ଉଠାଇଥିଲି। ସିଧାସଳଖ ଯେ ମାନବିକ ଅଧିକାର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଚୁପ୍ ରହିବା ଠିକ୍ ନୁହେଁ। ମୁଁ ସର୍ବଦା ମୋର ମୂଲ୍ୟବୋଧ ପାଇଁ ଛିଡ଼ା ହୋଇଛି।’’

୨୦୧୮ ମସିହାରେ ତୁର୍କୀରେ ସାଉଦି ଆରବର କନସୁଲେଟ୍ ବାହାରେ ୫୯ ବର୍ଷୀୟ ସାମ୍ବାଦିକ ଜମାଲ ଖାସୋଗିଙ୍କୁ ହତ୍ୟା କରାଯାଇଥିଲା। ସାଉଦି ଆରବ ଏହାକୁ ଏକ ଅଘଟଣ ବୋଲି କହିଥିଲା। ସାଉଦି ଆରବର ଏଜେଣ୍ଟମାନେ ଖାସୋଗିଙ୍କୁ ଫେରାଇ ଆଣିବାକୁ ଯାଇଥିଲେ। ହେଲେ ଏହା ପୂର୍ବରୁ ତାଙ୍କୁ ହତ୍ୟା କରାଯାଇଥିଲା। ତେବେ ତୁର୍କୀ ସରକାର ଅଭିଯୋଗ କରିଛନ୍ତି ଯେ ସାଉଦି ସରକାରଙ୍କ ନିର୍ଦ୍ଦେଶରେ ସାମ୍ବାଦିକ ଖାସୋଗିଙ୍କୁ ତାଙ୍କ ଏଜେଣ୍ଟମାନେ ହତ୍ୟା କରିଛନ୍ତି। ଏହି ହତ୍ୟାକାଣ୍ଡ ପରେ ସାରା ବିଶ୍ୱରେ ସାଉଦି ଆରବ ବିରୋଧରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ସାମ୍ବାଦିକଙ୍କ ହତ୍ୟାରେ ସାଉଦି ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ତାଙ୍କ ସମ୍ପୃକ୍ତିକୁ ଅସ୍ୱୀକାର କରିଛନ୍ତି।
Published by:Soumyashree Mishra
First published: