​ରାଷ୍ଟ୍ରପତି ନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲ କଲେ ଏନଡିଏ ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ

ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଦ୍ରୌପଦୀ ମୁର୍ମୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀଙ୍କ ସମେତ ଅନେକ ମାନ୍ୟଗନ୍ୟ ବ୍ୟକ୍ତି ପ୍ରାର୍ଥୀପତ୍ର ଦାଖଲ ସମୟରେ ଉପସ୍ଥିତ ଥିଲେ ।

ଓଡିଶା ଭବନରେ ସାଧା ଖାଦ୍ୟ ଖାଇଲେ ମୁର୍ମୁ (ପ୍ରତୀକାତ୍ମକ ଛବି)

ଓଡିଶା ଭବନରେ ସାଧା ଖାଦ୍ୟ ଖାଇଲେ ମୁର୍ମୁ (ପ୍ରତୀକାତ୍ମକ ଛବି)

  • Share this:
NEWS 18 ODIA DIGITAL

ନୂଆଦିଲ୍ଲୀ: ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି  ଦ୍ରୌପଦୀ ମୁର୍ମୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀଙ୍କ ସମେତ ଅନେକ ମାନ୍ୟଗନ୍ୟ ବ୍ୟକ୍ତି ପ୍ରାର୍ଥୀପତ୍ର ଦାଖଲ ସମୟରେ ଉପସ୍ଥିତ ଥିଲେ ।

ଦ୍ରୌପଦୀ ମୁର୍ମୁ ବିରୋଧୀ ଦଳର ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ସହ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଯାଉଛନ୍ତି । ଅନେକ ରାଜ୍ୟରୁ ଅଭୁତପୂର୍ବ ସମର୍ଥନ ପାଇବା ଯୋଗୁଁ ଏବଂ  ଏନଡିଏ ସମର୍ଥନରେ ଅଧିକ ଭୋଟ ରହିଥିବା କାରଣରୁ ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ନିଶ୍ଚିତ ବିଜୟ ଲାଭ କରିବେ ବୋଲି ସବୁ ମହଲରେ ବିଶ୍ୱାସ ରହିଛି ।

ରାଷ୍ଟ୍ରପତି ନିର୍ବାଚନ ପାଇଁ ଆସନ୍ତା ୧୮ ତାରିଖରେ ଭୋଟ୍ ଗ୍ରହଣ କରାଯିବ । ଜୁଲାଇ ୨୧ରେ ଭୋଟ୍ ଗଣନା ହେବ । ଜୁଲାଇ ୨୫ରେ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ।

ଗତକାଲି ମଧ୍ୟାହ୍ନରେ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ଦିଲ୍ଲୀରେ ପହଂଚିଥିଲେ । ଏୟାରପୋର୍ଟରୁ ବାହାରି ଓଡ଼ିଶା ଭବନ ଅଭିମୁଖେ ଯାତ୍ରା କରିଥିଲେ । ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସଂସଦ ଭବନକୁ ଆସିଥିଲେ ।
Published by:Soubhagya Mishra
First published: