ସଞ୍ଜୟ ରାଉତଙ୍କୁ ଏକା କରିଦେଲେ ସାଂସଦ; ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ଅଧିକାଂଶ MP

ଅଧିକାଂଶ ସାଂସଦ ମାନେ ଦ୍ରୌପଦୀ ମୁର୍ମୁଙ୍କ ସର୍ମଥନରେ ବାହାରିଥିବା ବେଳେ କିନ୍ତୁ ସଞ୍ଜୟ ରାଉତ ଏଥିରେ ସହମତି ନାହାଁନ୍ତି । ଯାହା ସୋମବାର ଦିନ ଉଦ୍ଧବ ଠାକରେ ଡାକିଥିବା ବୈଠକରୁ ଜଣା ପଡିଛି ।

ସଞ୍ଜୟ ରାଉତ (ପ୍ରତୀକାତ୍ମକ ଛବି)

ସଞ୍ଜୟ ରାଉତ (ପ୍ରତୀକାତ୍ମକ ଛବି)

  • Share this:
News 18 Odia Digital

ଆସନ୍ତା ୧୮ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନକୁ ନେଇ ପୁଣି ଆରମ୍ଭ ହେଇଛି ଶିବସେନା ଭିତରେ ଗୃହ ଯୁଦ୍ଧ । ବିଧାୟକଙ୍କ ପରେ ଏବେ ସାଂସଦଙ୍କ ପାଳି । ଅଧିକାଂଶ ସାଂସଦ ମାନେ ଦ୍ରୌପଦୀ ମୁର୍ମୁଙ୍କ ସର୍ମଥନରେ ବାହାରିଥିବା ବେଳେ କିନ୍ତୁ ସଞ୍ଜୟ ରାଉତ ଏଥିରେ ସହମତି ନାହାଁନ୍ତି । ଯାହା ସୋମବାର ଦିନ ଉଦ୍ଧବ ଠାକରେ ଡାକିଥିବା ବୈଠକରୁ ଜଣା ପଡିଛି । ସଞ୍ଜୟ ରାଉତ କିନ୍ତୁ ସାଂସଦମାନଙ୍କୁ କହିଛନ୍ତି ଯେ ଯଶୋବନ୍ତ ସିହ୍ନାଙ୍କୁ ସମର୍ଥନ କରାଯିବା ଉଚିତ। କିନ୍ତୁ ଉଦ୍ଧବ ଠାକରେଙ୍କ ନିଷ୍ପତ୍ତିକୁ ସାଂସଦମାନେ ଅପେକ୍ଷା କରିଛନ୍ତି।

ବିଜେପିର ଏନଡିଏ ମିଳିତ ମଞ୍ଚ ରାଷ୍ଟ୍ରପତି ନିର୍ବାଚନରେ ​​ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପକ୍ଷରେ ବିରୋଧୀ ଯଶୋବନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିଛନ୍ତି। ବିଜେପି ଓ ଶିବସେନା ମଧ୍ୟରେ ସମ୍ପର୍କ ଆଉ ସମାନ ନୁହେଁ ଓ ସମୟ ଗଡିବା ସହିତ ସେମାନେ ସମ୍ପର୍କ ତୁଟିଛି ମଧ୍ୟ। ତେଣୁ ଉଦ୍ଧବ ଠାକରେଙ୍କ ସହକର୍ମୀ ସଞ୍ଜୟ ରାଉତ ଯଶୋବନ୍ତ ସିହ୍ନାଙ୍କ ଦଳକୁ ସମର୍ଥନ କରିବାକୁ ଚାହୁଁଛନ୍ତି। କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତି ଏପର୍ଯ୍ୟନ୍ତ ଉଦ୍ଧବ ଠାକରେ ଗ୍ରହଣ କରିନାହାଁନ୍ତି।

ସୋମବାର ଦିନ ଉଦ୍ଧବ ଠାକରେ ତାଙ୍କର ସମସ୍ତ ସାଂସଦଙ୍କ ବୈଠକ ଡାକିଥିଲେ। ଏହି ବୈଠକରେ ୧୯ ଜଣଙ୍କ ମଧ୍ୟରୁ ମୋଟ ୧୧ ଜଣ ସାଂସଦ ଉପସ୍ଥିତ ଥିଲେ। ସେହି ବୈଠକରେ ଅଧିକାଂଶ ସାଂସଦ ରାଷ୍ଟ୍ରପତି ନିର୍ବାଚନରେ ​​ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଉଦ୍ଧବଙ୍କୁ ନିବେଦନ କରିଛନ୍ତି।

ବୈଠକରେ ୧୯ ଜଣଙ୍କ ମଧ୍ୟରୁ କେବଳ ୧୧ ଜଣ ସାଂସଦଙ୍କ ଆଗମନକୁ ନେଇ ପ୍ରଶ୍ନ ଉଠିଥିଲା। ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ରାଓସେହେବ ଦାନଭେ ଦାବି କରିଛନ୍ତି ଯେ ଶିବସେନା ସାଂସଦ ୧୨ ଜଣ ସିନ୍ଦେ କ୍ୟାମ୍ପ ସହ ଯୋଗାଯୋଗରେ ଅଛନ୍ତି।
Published by:Soumya Das
First published: