ଦେଶର ରାଷ୍ଟ୍ରପତିଙ୍କୁ ମିଳେନି NSG ଓ SPG ସୁରକ୍ଷା; ଜାଣନ୍ତୁ ତାଙ୍କ ସୁରକ୍ଷା ବ୍ୟବସ୍ଥା ବାବଦରେ

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ରାଷ୍ଟ୍ରପତିଙ୍କୁ ଏସପିଜି ଓ ଏନଏସଜି ସୁରକ୍ଷା ଉପଲବ୍ଧ ନାହିଁ। ଜାଣନ୍ତୁ ଦେଶର ପ୍ରଥମ ନାଗରିକଙ୍କ ସୁରକ୍ଷା ବ୍ଯବସ୍ଥା ବାବଦରେ ।

ଦ୍ରୌପଦୀ ମୁର୍ମୁ (ପ୍ରତୀକାତ୍ମକ ଛବି)

ଦ୍ରୌପଦୀ ମୁର୍ମୁ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭାରତରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ହେଉଛି ଦେଶର ସବୁଠାରୁ ବଡ ସାମ୍ବିଧାନିକ ପଦ। ଏହା ଅପରିହାର୍ଯ୍ୟ ଯେ ଏପରି ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଦୃଢ଼, କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ରାଷ୍ଟ୍ରପତିଙ୍କୁ ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ ବା ଏସପିଜି (Special Protection Group) ଓ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ବା NSG (National Security Guard) ସୁରକ୍ଷା ଉପଲବ୍ଧ ନାହିଁ। ତାଙ୍କୁ ଦିଆଯାଇଥିବା ସୁରକ୍ଷା Z ପ୍ଲସ୍, Z କିମ୍ବା Y ବର୍ଗରେ ମଧ୍ୟ ଆସେ ନାହିଁ। ବାସ୍ତବରେ, ଦେଶର ପ୍ରଥମ ନାଗରିକ ତଥା ତିନି ସୈନ୍ୟବାହିନୀର ସର୍ବୋଚ୍ଚ କମାଣ୍ଡରଙ୍କ ପକ୍ଷରୁ ତାଙ୍କ ସୁରକ୍ଷା ଦାୟିତ୍ୱ ପିବିଜି (President's Bodyguard -PBG) ଉପରେ ରହିଛି। ଏମାନେ ସେନାର ସର୍ବ ପୁରାତନ। ତେଣୁ ଏହି ଅଙ୍ଗରକ୍ଷୀମାନେ ଅତ୍ୟନ୍ତ ସ୍ୱତନ୍ତ୍ର। ସେମାନଙ୍କର ନିର୍ବାଚନ ମଧ୍ୟ ଏସପିଜି ଓ ଏନଏସଜି କମାଣ୍ଡୋଙ୍କଠାରୁ କମ୍ ନୁହେଁ।  PBG ର ଅଙ୍ଗରକ୍ଷୀ ଅଲଗା ଓ ବହୁ ସମ୍ମାନିତ ପୋଷ୍ଟ। ସେମାନଙ୍କ ପ୍ରଶିକ୍ଷଣଠାରୁ ଆରମ୍ଭ କରି ସେବା ପର୍ଯ୍ୟନ୍ତ ମଧ୍ୟ ସ୍ୱତନ୍ତ୍ର। ଦେଶର ୧୫ ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ତାଙ୍କ ସୁରକ୍ଷା ଅଧୀନରେ ରହିବେ।

ବ୍ରିଟିଶ୍ ଶାସନରେ ଗର୍ଭନର ଜେନେରାଲ୍ ୱାରେନ୍ ହାଷ୍ଟିଙ୍ଗଙ୍କ ସମୟରେ ୧୭୭୩ ମସିହାରେ ଏହି ସ୍ୱତନ୍ତ୍ର ବଡି ଗାର୍ଡ ୟୁନିଟ୍ ଗଠନ କରାଯାଇଥିଲା। ଲ ସେତେବେଳେ ପ୍ରାୟ ୪୮ ଜଣ ରକ୍ଷୀ ଏଥିରେ ରଖାଯାଇଥିଲା। ଭାଇସରାୟଙ୍କ ସୁରକ୍ଷା ପାଇଁ ଏମାନଙ୍କୁ ନିୟୋଜିତ କରାଯାଇଥିଲା। ପରେ ଏହି ରକ୍ଷୀଙ୍କ ସଂଖ୍ୟା ୧୦୦ କୁ ବୃଦ୍ଧି କରାଯାଇଥିଲା। ସ୍ୱାଧୀନତା ପରେ ମଧ୍ୟ ଏହାର ଅସ୍ତିତ୍ୱ ଜାରି ରହିଲା ଓ ବର୍ତ୍ତମାନ ଏହି ୟୁନିଟ୍ ଦେଶର ରାଷ୍ଟ୍ରପତିଙ୍କୁ ସୁରକ୍ଷା ଯୋଗାଇବ।

ଯେଉଁମାନେ ଦେଶର ରାଷ୍ଟ୍ରପତିଙ୍କୁ ସୁରକ୍ଷା ଦିଅନ୍ତି ସେମାନଙ୍କୁ ଅଙ୍ଗରକ୍ଷୀ ଅର୍ଥାତ୍ ରାଷ୍ଟ୍ରପତିଙ୍କ ବଡି ଗାର୍ଡ କୁହାଯାଏ। ରାଷ୍ଟ୍ରୀୟ ଭବନ ହେଉ କିମ୍ବା ଏହା ବାହାରେ ଥିବା ଅଞ୍ଚଳ, ସେମାନେ ରାଷ୍ଟ୍ରପତିଙ୍କ ତତ୍ତ୍ଵାବଧାନ କରନ୍ତି। ଏହା ମଧ୍ୟ ଏକ ବିଶେଷ କଥା ଯେ ଏହି ଦଳରେ କେବଳ ଜାଟ୍, ଶିଖ୍ ଓ ରାଜପୁତମାନେ ପ୍ରାଥମିକତା ପାଆନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଦଳରେ ଜାଟ, ଶିଖ ଓ ରାଜପୁତ ଅଙ୍ଗରକ୍ଷୀ ଅଛନ୍ତି। ପ୍ରାୟ ୧୭୦ ସୈନିକ ଓ ଏକ ଡଜନରୁ ଅଧିକ ଅଧିକାରୀ ରାଷ୍ଟ୍ରପତିଙ୍କ ସୁରକ୍ଷା ଅଧୀନରେ ଅଛନ୍ତି।  ଏହି ସ୍କ୍ୱାର୍ଡ଼ର ୪ ଜଣ ଅଧିକାରୀଙ୍କୁ ସ୍ୱତନ୍ତ୍ର ପ୍ରଶାସନିକ ସହାୟତା ମିଳିଥାଏ। ଏହି ଦଳରେ ୧୧ ଟି JCO ଯଥା ଜୁନିଅର କମିଶନ ଅଫିସର ମଧ୍ୟ ଅଛନ୍ତି।
Published by:Soumya Das
First published: