News 18 Odia Digital
ନୂଆଦିଲ୍ଲୀ : ବ୍ରିଟେନର ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଭାରତର ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ଯୋଗଦେବେ । ରାଣୀ ଏଲିଜାବେଥଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଦ୍ରୌପଦି ମୁର୍ମୁ ଲଣ୍ଡନ ଗସ୍ତ କରିବେ । ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ୧୭ ରୁ ୧୯ ସେପ୍ଟେମ୍ବର ଲଣ୍ଡନ ଗସ୍ତ କରିବେ । ବ୍ରିଟେନର ରାଣୀ ଏଲିଜାବେଥ୍ ଦ୍ୱିତୀୟ ସେପ୍ଟେମ୍ବର ୮ ରେ ସ୍କଟଲ୍ୟାଣ୍ଡର ବାଲମୋରାଲ ପ୍ୟାଲେସରେ ମୃତ୍ୟୁ ବରଣ କରିଥିଲେ । ସେପ୍ଟେମ୍ବର ୧୯ ରେ ତାଙ୍କର ରାଜକୀୟ ସମ୍ମାନ ସହ ଅନ୍ତିମ ସଂସ୍କାର କରାଯିବ।
୭୦ ବର୍ଷ ପର୍ଯ୍ୟନ୍ତ ଶାସନ କରିଥିଲେ ଏଲିଜାବେଥରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ନେଇ ରାଜ ପରିବାର ପକ୍ଷରୁ ସୂଚନା ଦିଆଯାଇଥଲା । ଏଲିଜାବେଥ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ । ଏଲିଜାବେଥ ଦୀର୍ଘ ସମୟ ଧରି ବ୍ରିଟେନକୁ ଶାସନ କରିଥିଲେ । ବିଶେଷ କଥା ହେଉଛି ଚଳିତ ବର୍ଷ ଜୁନରେ ବ୍ରିଟେନର ରାଣୀ ଏଲିଜାବେଥଙ୍କ ଶାସନର ୭୦ ବର୍ଷ ପୂର୍ଣ୍ଣ ହୋଇଥିଲା । ଏହି ଅବସରରେ ଏକ ଚାରି ଦିନିଆ ପ୍ଲାଟିନମ୍ ଜୟନ୍ତୀ ଉତ୍ସବ ଆୟୋଜିତ ହୋଇଥିଲା ।
ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ପ୍ରିନ୍ସ ଚାର୍ଲ୍ସ ଉତ୍ତରାଧିକାରୀ ଭାବରେ ନିଯୁକ୍ତ ହୋଇଥିଲେ । ଅର୍ଥାତ୍ ପ୍ରିନ୍ସ ଚାର୍ଲ୍ସ ବର୍ତ୍ତମାନ ବ୍ରିଟେନର ନୂତନ ରାଜା । ବ୍ରିଟିଶ ରାଜ ପରିବାରରେ ରାଣୀଙ୍କ ପରେ ସେ ସିଂହାସନର ପ୍ରଥମ ଉତ୍ତରାଧିକାରୀ ଅଟନ୍ତି । ସେ ପ୍ରିନ୍ସ ଫିଲିପ ଏବଂ ଏଲିଜାବେଥ ଦ୍ୱିତୀୟଙ୍କର ଜ୍ୟେଷ୍ଠ ପୁତ୍ର । ବ୍ରିଟେନର ରାଣୀ ଏଲିଜାବେଥଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମବେଦନା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସେହି ସମୟରେ ତାଙ୍କ ସହ ସାକ୍ଷାତ କରିଥିବା ଏକ ଫଟୋ ସେୟାର କରିଥିଲେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।