ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୪ତମ ସାଧାରଣତନ୍ତ୍ର ଦିବସ (Republic day) । ସମ୍ବିଧାନ ଦିବସକୁ ସାରା ଦେଶରେ ସ୍ୱତନ୍ତ୍ର ଭାବେ ପାଳନ କରାଯାଉଛି । ଆଜି ଦିଲ୍ଲୀ କର୍ତ୍ତବ୍ୟ ପଥରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସ୍ୱତନ୍ତ୍ର ସମାରୋହରେ ମୁଖ୍ୟ ଅତିଥୀ ଭାବେ ମଞ୍ଚ ମଣ୍ଡନ କରିଛନ୍ତି ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତହ ଏଲ୍-ସିସି ।
ସାଧାରଣତନ୍ତ୍ର ଦିବସରେ କର୍ତ୍ତବ୍ୟ ପଥରେ ଭବ୍ୟ ପରେଡ୍ ଅନୁଷ୍ଠିତ ହୋଇଛି । ଏହାର ନେତୃତ୍ବ ନେଇଛନ୍ତି ଭାରତୀୟ ସେନାର ସୁପ୍ରିମ କମାଣ୍ଡର ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଇଜିପ୍ଟର ସମ୍ମାନାର୍ଥେ ଦେଶର ଏକ କଣ୍ଟିଜେଣ୍ଟ ପରେଡରେ ସାମିଲ ହୋଇଛନ୍ତି । ଦିଲ୍ଲୀ କର୍ତ୍ତବ୍ୟ ପଥରେ ମଧ୍ୟ ପ୍ରଦର୍ଶିତ ହୋଇଛି ନାରୀ ଶକ୍ତି । ବିଏସଏଫ କଣ୍ଟିଜେଣ୍ଟରେ ସାମିଲ ହୋଇଛନ୍ତି ମହିଳା ଯବାନ। ନାଭାଲ କଣ୍ଟିଜେଣ୍ଟରକୁ ଲିଡ୍ ନେଇଛନ୍ତି ମହିଳା ଅଫିସର। ଆଜିର ଦିନରେ ଦେଶକୁ ମିଳିଥିଲା ବିଶ୍ୱ ସବୁଠାର ବଡ଼ ସମ୍ବିଧାନ । ବ୍ରିଟିଶ ସମ୍ବିଧାନିକ ବ୍ୟବସ୍ଥା ଅପସାରଣ ପରେ ୧୯୫୦ ଜାନୁଆରୀ ୨୬ ତାରିଖରେ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରାରେ ପରିଣତ ହୋଇଥିଲା ଭାରତ।
ଏହି ଖବର ପଢ଼ନ୍ତୁ-
http://ଏଥର କେନ୍ଦ୍ରୀୟ ବଜେଟ୍ରେ ଆମଦାନୀ ଶୁଳ୍କ ବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଇପାରନ୍ତିPublished by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।