ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କ ଅସାଧାରଣ- ଟ୍ରମ୍ପ ଜୁନିୟର

US ELECTION 2020: ଆମେରିକାର ରାଷ୍ଟ୍ରପତିଙ୍କ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିୟର ଭାରତୀୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ନିଜ ପିତା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କକୁ ଅସାଧାରଣ ବୋଲି ବର୍ଣ୍ଣନା କରିଛନ୍ତି ।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କ ଅସାଧାରଣ- ଟ୍ରମ୍ପ ଜୁନିୟର
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କ ଅସାଧାରଣ- ଟ୍ରମ୍ପ ଜୁନିୟର
  • News18 Odia
  • Last Updated: October 19, 2020, 4:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିୟର (Donald Trump Jr) ଭାରତୀୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ନିଜ ପିତା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କକୁ ଅସାଧାରଣ ବୋଲି ବର୍ଣ୍ଣନା କରିଛନ୍ତି । ଟ୍ରମ୍ପ ଜୁନିୟର ତାଙ୍କର ୭୪ ବର୍ଷୀୟ ପିତା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାର କରୁଛନ୍ତି । ୩ ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ପ୍ରଧାନ ମନ୍ତ୍ରୀ ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ ଥିବା ଗଭୀର ସମ୍ପର୍କ ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ଉପରେ ଏହାର ପ୍ରଭାବ ପଡ଼ିବାକୁ ଟ୍ରମ୍ପ ଜଜୁନିୟର ଇସାରା କରିଛନ୍ତି । କିଛି ମାସ ପୂର୍ବେ ନିଜ ପିତା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ପାଇଥିବା ଚମତ୍କାର ରାଜ୍ୟ ସମ୍ମାନ ଓ ସ୍ୱାଗତ ବିଷୟରେ ଟ୍ରମ୍ପ ଜୁନିୟର ଉଲ୍ଲେଖ କରିଥିଲେ ।

'ଡୋନାଲ୍ଡ ଟ୍ରମ୍ପ ଓ ପିଏମ ମୋଦୀଙ୍କ ସମ୍ପର୍କ ଅସାଧାରଣ'

ରବିବାର ଦିନ ନିଜ ପୁସ୍ତକ 'ଲିବରାଲ୍ ପ୍ରାଇଭିଲିଜ୍'ର 'ସଫଳତା'କୁ ପାଳନ କରିବା ପାଇଁ ନ୍ୟୁୟର୍କର ଲଙ୍ଗ ଦ୍ୱୀପରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ANI ସହ କଥାବାର୍ତ୍ତା କରି ଟ୍ରମ୍ପ୍ ଜୁନିୟର କହିଛନ୍ତି ଯେ ମୁଁ ଭାବୁଛି ମୋ ପିତା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପିଏମ ମୋଦୀ ସମ୍ପର୍କ ଅସାଧାରଣ ଅଟେ । ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଦେଖିବା ଓ ବୁଝିବା ପ୍ରେମ ଓ ସମ୍ମାନର ବିଷୟ । ସେମାନଙ୍କ ମଧ୍ୟରେ ଏକ ମହାନ ଓ ଶକ୍ତିଶାଳୀ ସମ୍ପର୍କ ଅଛି ଯାହା ଭବିଷ୍ୟତରେ ଉଭୟ ଆମେରିକା ଓ ଭାରତ ପାଇଁ ଲାଭଦାୟକ ହେବ ।





ସମାଜବାଦ ଓ ସାମ୍ପ୍ରଦାୟିକତା ବିରୋଧରେ ସଂଗ୍ରାମରେ ଏକାଠି କରୁଛନ୍ତି

ଟ୍ରମ୍ପ ଜୁନିୟର କହିଛନ୍ତି ଯେ ଭାରତ ଓ ଆମେରିକା ଦୁଇଟି ବଡ଼ ଗଣତାନ୍ତ୍ରିକ ଦେଶ ଏବଂ ଦୁଇ ଦେଶର ସର୍ବୋଚ୍ଚ ନେତାମାନେ ଏକାଠି ହୋଇ ସମାଜବାଦ ଓ ସାମ୍ପ୍ରଦାୟିକତା ବିରୋଧରେ ଏକ ବଡ଼ ସଂଗ୍ରାମ କରୁଛନ୍ତି ଓ ଏହାର ସମଗ୍ର ବିଶ୍ୱରେ କରୁଛନ୍ତି ।

ଜୁନିୟର ତାଙ୍କ ପୁସ୍ତକର ସଫଳତାକୁ ପାଳନ କଲେ

ରବିବାର ସନ୍ଧ୍ୟାରେ ନ୍ୟୁୟର୍କରେ ଭାରତୀୟ ଆମେରିକୀୟ ସମ୍ପ୍ରଦାୟ ପାଇଁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଟ୍ରମ୍ପ ଜୁନିୟର ତାଙ୍କ ପୁସ୍ତକ "ଲିବରାଲ୍ ପ୍ରିଭିଲିଜ୍" ର ସଫଳତାକୁ ପାଳନ କରିଥିଲା । ବିଶେଷକରି ଭାରତୀୟ ଆମେରିକୀୟ ସମ୍ପ୍ରଦାୟ ମଧ୍ୟରେ ତାଙ୍କ ପୁସ୍ତକ କେଉଁ ପ୍ରକାର ବାର୍ତ୍ତା ଦେବ ବୋଲି ପଚରାଯାଇଥିଲା ? ଏହି ପ୍ରଶ୍ନର ଉତ୍ତରରେ ଟ୍ରମ୍ପ ଜୁନିଅର କହିଛନ୍ତି ଯେ ଭାରତୀୟ ଆମେରିକୀୟମାନେ କଠିନ ପରିଶ୍ରମର ଅର୍ଥ ଜାଣନ୍ତି । ଏହା ବ୍ୟତୀତ ସେମାନେ କପଟୀକୁ ମଧ୍ୟ ଭଲ ଭାବରେ ବୁଝିଛନ୍ତି । ସେମାନେ ଦେଖୁଛନ୍ତି ଯେ ଆମେରିକାରେ କ’ଣ ଘଟୁଛି , ଅନ୍ୟମାନେ ଡକାୟତି, ହିଂସା, ଅପମାନଜନକ ବୃତ୍ତି ଆପଣାଇଛନ୍ତି କିନ୍ତୁ ସେମାନେ ନିଜ ପରିବାର ସହିତ ଶିକ୍ଷାକୁ ଆଖି ବୁଝି ଗ୍ରହଣ କରିଛନ୍ତି ।

ଟ୍ରମ୍ପ ଜୁନିୟର ରାଷ୍ଟ୍ରପତି ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବିଡେନଙ୍କୁ ଭାରତ ଦୃଷ୍ଟିକୋଣରୁ ଏକ ଖରାପ ପସନ୍ଦ ବୋଲି କହିଛନ୍ତି। ଜୁନିଅରଙ୍କ ଅନୁଯାୟୀ ବିଡେନ ଭାରତ ପାଇଁ ଭଲ ପସନ୍ଦ ନୁହେଁ କାରଣ ସେ ଚୀନ୍ ପ୍ରତି ଏକ ନରମ ମନୋଭାବ ରଖି ପାରନ୍ତି ।
Published by: Jagdish Barik
First published: October 19, 2020, 4:53 PM IST
corona virus btn
corona virus btn
Loading