ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ବିରୋଧରେ ଯାଞ୍ଚ ଆରମ୍ଭ କରିବାକୁ ରାଷ୍ଟ୍ରପତି ଦେଲେ ମଞ୍ଜୁରୀ

Delhi University: ଶିକ୍ଷା ମନ୍ତ୍ରଣାଳୟର (Ministry of Education) କଥିତ ପ୍ରଶାସନିକ ତ୍ରୁଟି ମାମଲାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତି ଯୋଗେଶ ତ୍ୟାଗୀଙ୍କ ବିରୋଧରେ ଯାଞ୍ଚ ପାଇଁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ବିରୋଧରେ ଯାଞ୍ଚ ଆରମ୍ଭ କରିବାକୁ ରାଷ୍ଟ୍ରପତି ଦେଲେ ମଞ୍ଜୁରୀ
ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ବିରୋଧରେ ଯାଞ୍ଚ ଆରମ୍ଭ କରିବାକୁ ରାଷ୍ଟ୍ରପତି ମଞ୍ଜୁରୀ ଦେଲେ
  • News18 Odia
  • Last Updated: October 28, 2020, 6:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ରାଷ୍ଟ୍ରପତି ରାମ ନାଥ କୋବିନ୍ଦ (President Ramnath Kovind) ଦିଲ୍ଲୀ ବିଶ୍ୱବିଦ୍ୟାଳୟର (Delhi University) ପରିଦର୍ଶକ ଭାବରେ ନିଜ ଶକ୍ତିର ବ୍ୟବହାର କରି କୁଳପତି ପ୍ରଫେସର ଯୋଗେଶ ତ୍ୟାଗୀଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ଓ ତାଙ୍କ ବିରୋଧରେ ହୋଇଥବା କର୍ତ୍ତବ୍ୟର ଅବହେଳା ଅଭିଯୋଗକୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଶାସନିକ ତ୍ରୁଟି ମାମଲାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତି ଯୋଗେଶ ତ୍ୟାଗୀଙ୍କ ବିରୋଧରେ ତଦନ୍ତ ପାଇଁ ଶିକ୍ଷା ମନ୍ତ୍ରଣାଳୟକୁ ରାଷ୍ଟ୍ରପତି ଏହି ଅନୁମୋଦନ ପ୍ରଦାନ କରିଛନ୍ତି । ସୂତ୍ରରୁ ଏହି ସୂଚନା ମିଳିଛି ।

ସୂତ୍ରରୁ ପ୍ରକାଶ ଯେ ବିଶ୍ୱବିଦ୍ୟାଳୟର କୁଳପତି ରାମନାଥ କୋବିନ୍ଦ ମଙ୍ଗଳବାର ତାଙ୍କ ଅନୁମୋଦନ ପଠାଇ ଦେଇଛନ୍ତି । ଏକ ସୂତ୍ରରୁ ପ୍ରକାଶ, 'ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତ୍ୟାଗୀଙ୍କ ବିରୋଧରେ ତଦନ୍ତ ପ୍ରସ୍ତାବକୁ ଅନୁମୋଦନ କରିଛି । ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ତ୍ୟାଗୀ ଛୁଟିରେ ରହିବେ । ତ୍ୟାଗୀ ୨ ଜୁଲାଇରେ ଜରୁରୀକାଳୀନ ଚିକିତ୍ସା ଅବସ୍ଥାରେ AIIMS ରେ ଭର୍ତ୍ତି ହେବା ପରେ ଛୁଟିରେ ଅଛନ୍ତି । ୧୭ ଜୁଲାଇରେ ତ୍ୟାଗୀ ଫେରିବା ପର୍ଯ୍ୟନ୍ତ ପ୍ରତି କୁଳପତି ପିସି ଯୋଶୀଙ୍କୁ କୁଳପତିଙ୍କ ଦାୟିତ୍ୱ ଦେଇଥିଲେ ।



ଏହିପରି ଭାବରେ ଆରମ୍ଭ ହେହୋଇଥିଲା ବିବାଦ
ଗତ ସପ୍ତାହରେ ଗୁରୁବାର ଦିନ ଏହି ବିବାଦ ଉପୁଜିଥିଲା ​​ଯେତେବେଳେ ତ୍ୟାଗୀ ଯୋଶୀଙ୍କୁ କୁଳପତି ପଦରୁ ହଟାଇ ତାଙ୍କ ସ୍ଥାନରେ ବିଶ୍ୱବିଦ୍ୟାଳୟର ଅଣ-କଲେଜିଏଟ୍ ମହିଳା ଶିକ୍ଷା ବୋର୍ଡର ନିର୍ଦ୍ଦେଶକ ଗୀତା ଭଟ୍ଟଙ୍କୁ ନିଯୁକ୍ତି କରିଥିଲେ ।

ଏହି ସମୟରେ ଯୋଶୀ ନୂତନ ରେଜିଷ୍ଟ୍ରାର ବିକାଶ ଗୁପ୍ତାଙ୍କ ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ଜାରି କରିଥିଲେ । ଯାହାର ସାକ୍ଷାତକାର ସମାପ୍ତ ହୋଇଥିଲା ଓ କାର୍ଯ୍ୟନିର୍ବାହୀ ପରିଷଦ ମଧ୍ୟ ବୁଧବାର ତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି । ସେହି ଦିନ ତ୍ୟାଗୀ ପିସି ଝାଙ୍କୁ କାର୍ଯ୍ୟକାରୀ ରେଜିଷ୍ଟ୍ରାର ଓ ସାଉଥ କ୍ୟାମ୍ପସର ନିର୍ଦ୍ଦେଶକ ଭାବେ ନିଯୁକ୍ତି କରିବାକୁ ଅନୁମୋଦନ ଦେବା ସହ ଏକ ବିଜ୍ଞପ୍ତି ଜାରି କରିଥିଲେ ।

ବଢ଼ିଲା ଅଧିକାରୀ ମଧ୍ୟରେ ଦ୍ୱନ୍ଦ୍ୱ

ଏହା ପରେ ମନ୍ତ୍ରଣାଳୟ କୁଳପତି ଓ ଉପ-କୁଳପତିଙ୍କ ମଧ୍ୟରେ ଚାଲିଥିବା ଅଧିକାରୀକ ଦ୍ୱନ୍ଦ୍ୱରେ ହସ୍ତକ୍ଷେପ କରି କହିଛନ୍ତି ତ୍ୟାଗୀଙ୍କ ଦ୍ୱାରା ନବନିଯୁକ୍ତି 'ବୈଧ' ନୁହେଁ କାରଣ ସେ ଛୁଟିରେ ଥିଲେ ।

ଅଧିକାରୀଙ୍କ ମଧ୍ୟରେ ତିକ୍ତତା ସେତେବେଳେ ବଢ଼ି ଯାଇଥିଲା ଯେତେବେଳେ ଝା 'ଆକ୍ଟିଂ ରେଜିଷ୍ଟ୍ରାର' ବୋଲି କହି ମନ୍ତ୍ରଣାଳୟକୁ ଏକ ଚିଠି ଲେଖିଥିଲେ ଯେ ତ୍ୟାଗୀ ନେଇଥିବା ସମସ୍ତ ନିଷ୍ପତ୍ତି ବିଶ୍ୱବିଦ୍ୟାଳୟ ନିୟମ ଅନୁଯାୟୀ ହୋଇଛି । ଏହି ଚିଠିକୁ ବିରୋଧ କରି ମନ୍ତ୍ରଣାଳୟ ଝା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛି ।
Published by: Jagdish Barik
First published: October 28, 2020, 6:46 PM IST
corona virus btn
corona virus btn
Loading