ଜାଣନ୍ତୁ କାହିଁକି ସଜାଯାଏ କ୍ରିସ୍‌ମାସ୍‌ ଟ୍ରୀ, କ’ଣ ରହିଛି ତା’ ପଛର କାହାଣୀ ଓ ବିଶ୍ୱାସ

ଶହ ଶହ ବର୍ଷ ପୂର୍ବେ ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟର ଲୋକେ ନିଜ ଘର ଅଗଣାରେ ବୃକ୍ଷ ପ୍ରତିରୋପଣ କରୁଥିଲେ । ମୁଖ୍ୟତଃ ପରିବେଶ ସୁରକ୍ଷା ପାଇଁ ଏହା ଉଦ୍ଦିଷ୍ଟ ଥିଲା । ଆଉ କେତେକଙ୍କ ବିଶ୍ବାସ ରହିଛି ଯେ ଅଧିକ ବୃକ୍ଷ ପ୍ରତିରୋପଣ ହେଲେ ତାହା ଡାହାଣୀ, ପିଶାଚୀ ଏବଂ ଅତୃପ୍ତ ଆତ୍ମାଙ୍କ କବଳରୁ ରକ୍ଷା କରେ । ଜାଣନ୍ତୁ କ୍ରିସ୍‌ମାସ୍‌ ଟ୍ରୀ ପଛରେ ଥିବା ବିଭିନ୍ନ କାହାଣୀ ଓ ବିଶ୍ୱାସ ।

ଜାଣନ୍ତୁ କାହିଁକି ସଜାଯାଏ କ୍ରିସ୍‌ମାସ୍‌ ଟ୍ରୀ, କ’ଣ ରହିଛି ତା’ ପଛର କାହାଣୀ ଓ ବିଶ୍ୱାସ
ଗୋଟେ ଖ୍ରିଷ୍ଟିଆନ୍‌ ପରିବାର ନିଜ ଘରେ କ୍ରିସ୍‌ମାସ୍‌ ଟ୍ରୀ ସଜେଇବାରେ ବ୍ୟସ୍ତ । (ପ୍ରତୀକାତ୍ମକ ଛବି; ଏପି)
  • News18 Odia
  • Last Updated: December 26, 2019, 1:11 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ବଡ଼ ଦିନ ପାଳନ ପାଇଁ ଉତ୍ସବମୁଖର ସାରା ଦୁନିଆ । ଭଗବାନ ଯିଶୁଙ୍କ ଜନ୍ମ ମୁହୂର୍ତ୍ତକୁ ନେଇ ପ୍ରତି ଚର୍ଚ୍ଚରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଯିଶୁଙ୍କ ଦର୍ଶନ କରିବାକୁ ଅନେକ ସ୍ଥାନରେ କ୍ୟାଣ୍ଡଲ୍‌ ଲାଇଟ୍‌ ଓ କ୍ରିସ୍‌ମାସ୍‌ ଟ୍ରୀ (ଖ୍ରୀଷ୍ଟମାସ ଟ୍ରୀ) କୁ ସୁନ୍ଦରଭାବେ ସଜାଯାଇଛି ।

କ୍ରିସ୍‌ମାସ୍‌ ଟ୍ରୀ ପଛରେ ରହିଛି ବେଶ୍‌ କିଛି ସୁନ୍ଦର କାହାଣୀ ଓ ପରମ୍ପରା । କ୍ରିସ୍‌ମାସ୍‌ ଟ୍ରୀ ପ୍ରାଚ଼ୀନ ଇଜିପ୍ଟ୍‌ ଓ ରୋମ୍‌ର ପ୍ରତୀକ । ଏହା ଚ଼ୀର ସବୁଜିମାର ସୂଚ଼କ । ଭୂପୃଷ୍ଠକୁ ଏକ ଚ଼ୀର ସବୁଜ ବଳୟ ମଧ୍ୟରେ ରଖିବା ବା ଏକ ସୁନ୍ଦର ପରିବେଶ ସୃଷ୍ଟି କରିବା ଏହି ପ୍ରତୀକର ଉଦ୍ଦେଶ୍ୟ । ଖ୍ରୀଷ୍ଟମାସ୍‌ ଟ୍ରୀ ଜର୍ମାନୀର ଏକ ପାରମ୍ପରିକ ପ୍ରତୀକ ଭାବେ ଗଣାଯାଏ ।

ତେବେ କ୍ୟାଣ୍ଡଲ ଲାଇଟ କ୍ରିସ୍‌ମାସ୍‌ ‌ ଟ୍ରୀ ୧୮୦୦ ଖ୍ରୀଷ୍ଟାଦ୍ଦରେ ଆମେରିକାରେ ଆରମ୍ଭ ହୋଇଥିଲା । ଆମେରିକାର ନିଉ ୟର୍କ (New York) ସହରରେ ରାଣୀ ଭିକ୍ଟୋରିଆଙ୍କ ବାର୍ଷିକ ଉତ୍ସବରେ କ୍ୟାଣ୍ଡଲ ଲାଇଟ ଟ୍ରୀକୁ ସଜାଯାଉଥିଲା । ସହରର ମଧ୍ୟଭାଗରେ ଶହ ଶହ କ୍ୟାଣ୍ଡଲ ଲାଇଟ ଟ୍ରୀକୁ ସଜାଯାଇ ଆଲୋକିତ କରାଯାଉଥିଲା ।

ଶହ ଶହ ବର୍ଷ ପୂର୍ବରୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକେ ନିଜର ଘର ଓ ଅଗଣାରେ ବୃକ୍ଷ ପ୍ରତିରୋପଣ କରୁଥିଲେ । ବିଶେଷକରି ପରିବେଶ ସୁରକ୍ଷା ପାଇଁ ଏହା ଉଦ୍ଦିଷ୍ଟ ଥିଲା ।



ଆଉ କେତେକଙ୍କ ବିଶ୍ବାସ ରହିଛି ଯେ ଅଧିକ ମାତ୍ରାରେ ବୃକ୍ଷ ପ୍ରତିରୋପଣ ହେଲେ ତାହା ଡାହାଣୀ, ପିଶାଚୀ ଏବଂ ଅତୃପ୍ତ ଆତ୍ମାଙ୍କ କବଳରୁ ରକ୍ଷା କରେ । ଉତ୍ତର ଗୋଲାର୍ଦ୍ଧର ପ୍ରାୟ ୫୦ଟି ଦେଶରେ ଏଭଳି ପରମ୍ପରା ରହିଛି ।

ପ୍ରତି ବର୍ଷ ଡିସେମ୍ବର ୨୧ ଏବଂ ୨୨ରେ ଦିନ ଛୋଟ ଓ ରାତି ବଡ଼ ହେବା ଆରମ୍ଭ ହୋଇଥାଏ ଏବଂ ସୂର୍ଯ୍ୟଙ୍କ କିରଣ ପୃଥିବୀ ବାସୀଙ୍କ ପାଇଁ କ୍ରମଶଃ ଦୁର୍ବଳ ହୋଇପଡ଼େ । ସେଠାକାର ଲୋକେ ସୂର୍ଯ୍ୟଙ୍କୁ ଭଗବାନ ମାନିଥାନ୍ତି ଏବଂ ଏହି ଶୀତ ଋତୁରେ ସୂର୍ଯ୍ୟଙ୍କ ତାଉ ହ୍ରାସ ପାଉଥିବାରୁ ତାହା ଭଗବାନ ରୋଗଗ୍ରସ୍ତ ହୋଇପଡ଼ିଛନ୍ତି ବୋଲି ବିବେଚ଼ନା କରାଯାଏ । ତେବେ ଅଧିକ ମାତ୍ରାରେ ଗଛ ଲଗାଇଲେ ସୂର୍ଯ୍ୟ ଦେବତା ଆରୋଗ୍ୟ ହେବେ ଏବଂ କ୍ରମଶଃ ଶକ୍ତିଶାଳୀ ହେବାର ବିଶ୍ବାସ ରଖି ଲୋକେ ଡିସେମ୍ବର ମାସରେ ପ୍ରଚୁର ପରିମାଣରେ ଗଛ ଲଗାଇଥାନ୍ତି ।

ତେଣୁ ଖ୍ରୀଷ୍ଟମାସ ଟ୍ରୀ ପଛରେ ରହିଛି ଏଭଳି ଏକ ମହାନ କାହାଣୀ ତଥା ପରମ୍ପରା । ପର୍ଯ୍ୟାୟ କ୍ରମେ ଭଗବାନ ଯିଶୁଙ୍କ ଜନ୍ମ ତିଥିରେ ଖ୍ରୀଷ୍ଟମାସ ଟ୍ରୀକୁ ପ୍ରଦର୍ଶନ କରି ପୃଥିବୀ ବାସୀଙ୍କ ଆରୋଗ୍ୟ କାମନା କରିବା ସହ ଦୁଷ୍ଟ ଆତ୍ମା କବଳରୁ ଲୋକଙ୍କ ରକ୍ଷା କରାଯାଏ ବୋଲି ପାରମ୍ପରିକ ବିଶ୍ୱାସ ରହିଆସିଛି ।
Published by: Anand Shankar Thankur Das
First published: December 24, 2019, 7:54 PM IST
corona virus btn
corona virus btn
Loading