IPL DC Vs KXIP: ପ୍ରୀତି ଜିଣ୍ଟା ମଧ୍ୟ ଖରାପ ଅମ୍ପାୟାରିଂଙ୍କୁ ନେଇ କ୍ରୋଧିତ ହେଲେ; କହିଲେ- କେଉଁ କାମରେ ଟେକ୍ନୋଲୋଜି

IPL DC Vs KXIP: ଏହା ପୂର୍ବରୁ ପଞ୍ଜାବ ଦଳର ପୂର୍ବତନ ପ୍ରଶିକ୍ଷକ ବୀରେନ୍ଦ୍ର ସେହୱାଗ ମଧ୍ୟ ଖରାପ ଅମ୍ପାୟାରିଂଙ୍କୁ ନେଇ ଆଲୋଚନା କରିଥିଲେ । ସେ ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ କଡ଼ା ସମାଲୋଚନା କରିଥିଲେ ।

IPL DC Vs KXIP: ପ୍ରୀତି ଜିଣ୍ଟା ମଧ୍ୟ ଖରାପ ଅମ୍ପାୟାରିଂଙ୍କୁ ନେଇ କ୍ରୋଧିତ ହେଲେ; କହିଲେ- କେଉଁ କାମରେ ଟେକ୍ନୋଲୋଜି
ପ୍ରୀତି ଜିଣ୍ଟା (ଫାଇଲ ଫଟୋ)
  • News18 Odia
  • Last Updated: September 21, 2020, 6:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଦୁବାଇ: ରବିବାର ଦିନ ଦିଲ୍ଲୀ କ୍ୟାପିଟାଲ ଓ କିଙ୍ଗସ ଏକାଦଶ ପଞ୍ଜାବ (Delhi Capitals Vs kings Xi Punjab) ମଧ୍ୟରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଖରାପ ଅମ୍ପାୟାରିଂ ପ୍ରସଙ୍ଗ ଏବେ ଜୋର ଧରିବାରେ ଲାଗିଛି । ବର୍ତ୍ତମାନ ଏହି ପ୍ରସଙ୍ଗରେ କିଙ୍ଗସ ଏକାଦଶ ପଞ୍ଜାବର ମାଲିକାଣି ପ୍ରୀତି ଜିଣ୍ଟା ମଧ୍ୟ ଅମ୍ପାୟାରଙ୍କ ଉପରେ କ୍ରୋଧିତ ହୋଇଛନ୍ତି । ସେ ଏହି ପ୍ରସଙ୍ଗରେ ପ୍ରଶ୍ନ ଉଠାଇବା ସହ ବିସିସିଆଇକୁ ଘେରିଛନ୍ତି ଓ କହିଛନ୍ତି ଯେ ଏଭଳି ଟେକ୍ନୋଲୋଜିର କଣ କାମ ଯାହା ଭୁଲ ନିଷ୍ପତ୍ତି ବନ୍ଦ କରିପାରିବ ନାହିଁ । ଏହା ସହିତ ସେ ନୂଆ ନିୟମ ଆଣିବାକୁ ବିସିସିଆଇକୁ ମଧ୍ୟ ନିବେଦନ କରିଛନ୍ତି । ରବିବାର ଦିନ ଆଇପିଏଲର ଦ୍ୱିତୀୟ ମ୍ୟାଚ୍ ଅମିମାଂସିତ ହୋଇଥିଲା । ଏହା ପରେ ଦିଲ୍ଲୀକୁ ସୁପର ଓଭରରେ ବିଜୟ ମିଳିଥିଲା । କିନ୍ତୁ ଏହାପୂର୍ବରୁ ଅମ୍ପାୟାର ୧୯ ଓଭରରେ ପଞ୍ଜାବ ଦଳକୁ ୧ ରନ୍ ଦେବାକୁ ଏହା କହି ମନା କରିଦେଇଥିଲେ ଯେ ସେମାନେ ଏହା ସର୍ଟ ରନ୍ ଥିଲା ।

ପ୍ରୀତି ଜିଣ୍ଟାଙ୍କ କ୍ରୋଧ
ପ୍ରୀତି ଜିଣ୍ଟା ସୋସିଆଲ ମିଡିଆରେ ନିଜର କ୍ରୋଧ ପ୍ରକାଶ କରି ଲେଖିଛନ୍ତି, 'ମୁଁ ସମ୍ପୂର୍ଣ୍ଣ ଉତ୍ସାହର ସହିତ କରୋନା ମହାମାରୀ ମଧ୍ୟରେ ମ୍ୟାଚ୍ ଦେଖିବା ପାଇଁ ୟୁଏଇକୁ ଆସିଥିଲି । ହସଖୁସି 6ଦିନ ଗୃହ ପୃଥକବାସରେ ରହିଲି ଏବଂ 5 ଥର କୋଭିଡ ପରୀକ୍ଷା କରିଲି । କିନ୍ତୁ ଏହି ଗୋଟିଏ ରନ୍ ମୋତେ ବଡ଼ ଝଟକା ଦେଇଛି । ଏପରି ଟେକ୍ନୋଲୋଜିର କ’ଣ କାମ ଯାହା ବ୍ୟବହାର ହୋଇପାରିବ ନାହିଁ? ଏହା ପ୍ରତିବର୍ଷ ହୋଇପାରିବ ନାହିଁ । ବିସିସିଆଇ ଏହାକୁ ରୋକିବା ପାଇଁ ନୂଆ ନିୟମ ଆଣିବା ଦରକାର ।

ସେହୱାଗ କଣ କହିଲେ -
ଏହା ପୂର୍ବରୁ ପଞ୍ଜାବ ଦଳର ପୂର୍ବତନ ପ୍ରଶିକ୍ଷକ ବିରେନ୍ଦର ସେହୱାଗ ମଧ୍ୟ ଖରାପ ଅମ୍ପାୟାରିଂଙ୍କୁ ଆଲୋଚନା କରିଥିଲେ । ଅମ୍ପାୟାରଙ୍କ ନିଷ୍ପତ୍ତିକୁ ଅପମାନିତ କରି ସେ କହିଛନ୍ତି, 'ମୁଁ ମ୍ୟାନ ଅଫ୍ ଦି ମ୍ୟାଚ୍ ନିଷ୍ପତ୍ତିରେ ମୁଁ ଖୁସି ନୁହେଁ । ମ୍ୟାନ୍ ଅଫ୍ ଦି ମ୍ୟାଚର ପ୍ରକୃତ ହକଦାର ହେଉଛି ଅମ୍ପାୟାର । ତାହା ସର୍ଟ ରନ୍ ନ ଥିଲା । ଏହି ବ୍ୟବଧାନରେ ପଞ୍ଜାବ ଦଳ ହାରିଯାଇଛି । ଏହା ବ୍ୟତୀତ ସଞ୍ଜୟ ମଞ୍ଜରେକର ଓ ଆକାଶ ଚୋପ୍ରା ମଧ୍ୟ ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ।

କ’ଣ ଏହି ସଂପୂର୍ଣ୍ଣ ମାମଲା?
ଏହି ଘଟଣା ୧୯ ଓଭରରେ ହୋଇଥିଲା । କ୍ୟାଗିସୋ ରାବାଡା ବଲକୁ ମିଡ଼ଅନ ଆଡକୁ ଖେଳି ମୟଙ୍କ ଅଗ୍ରୱାଲ ଦୁଇଟି ରନ୍ ପୂରଣ କରିଥିଲେ । କ୍ରିସ୍ ଜୋର୍ଡାନ୍ ଅପର ପଟରେ ବ୍ୟାଟିଂ କରୁଥିଲେ । କିନ୍ତୁ ଅମ୍ପାୟାର ନିତିନ ମେନନ ଏହାକୁ ଏକ ସର୍ଟ ରନ୍ ବୋଲି କହିଥିଲେ । ସେ ଦ୍ୱିତୀୟ ଅମ୍ପାୟାରଙ୍କ ସହ କଥା ହୋଇ କହିଥିଲେ ଯେ ଜୋର୍ଡାନ ପ୍ରଥମ ରନ୍ ଶେଷ କରିବା ସମୟରେ ତାଙ୍କ ବ୍ୟାଟ୍କୁ କ୍ରିଜ୍ ଭିତରେ ରଖିନଥିଲେ । ଏଭଳି ପରିସ୍ଥିତିରେ ପଞ୍ଜାବକୁ ଏଠାରେ ମାତ୍ର ୧ ରନ୍ ଦିଆଯାଇଥିଲା । ଟିଭିର ମନ୍ଥର ଗତି ରିପ୍ଲେରେ ଏହା ସ୍ପଷ୍ଟ ଭାବରେ ଦେଖାଯାଇପାରେ ଯେ ଜୋର୍ଡାନଙ୍କ ଏହା ସର୍ଟ ରନ୍ ନଥିଲା । ସେ ବ୍ୟାଟ୍କୁ ସଠିକ୍ ଭାବେ ରଖିଥିଲେ । ତେଣୁ ଗୋଟିଏ ରନ୍ ଅଭାବରୁ ମ୍ୟାଚ୍ ଟାଇ ହୋଇ ଯାଇଥିଲା ।
Published by: Jagdish Barik
First published: September 21, 2020, 1:12 PM IST
corona virus btn
corona virus btn
Loading