ପ୍ରେମ ପରେ ରେପ୍ ଅଭିଯୋଗ କରିଥିଲେ ଯୁବତୀ; ଯୁବକ ନାବାଳକ ବୋଲି ଜଣାପଡ଼ିଲା; ଜେଲ୍ ଗଲେ ଯୁବତୀ

Pregnant woman accuses minor boy lover of rape, goes to jail | ଛଅ ମାସର ଗର୍ଭବତୀ ହୋଇଥିବା ଏହି ଯୁବତୀ ଏହା ବି ଅଭିଯୋଗ କରିଥିଲେ ଯେ ତାଙ୍କ ପ୍ରେମିକଙ୍କ ପରିବାର ତାଙ୍କୁ ଗର୍ଭପାତ କରିବାକୁ ବାଧ୍ୟ କରିଆସୁଛି ଓ ତାଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛି ।

ପ୍ରେମ ପରେ ରେପ୍ ଅଭିଯୋଗ କରିଥିଲେ ଯୁବତୀ; ଯୁବକ ନାବାଳକ ବୋଲି ଜଣାପଡ଼ିଲା; ଜେଲ୍ ଗଲେ ଯୁବତୀ
ବନ୍ଧୁତା ଧୀରେ ଧୀରେ ପ୍ରେମରେ ପରିଣତ ହୋଇଥିଲା । (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: June 21, 2021, 10:35 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଦେହରାଦୁନ୍: ପ୍ରେମ କରିବା ବେଳେ କିଛି ଲୋକ ଯେ ହିତାହିତ ଜ୍ଞାନ ଭୁଲିଯାଆନ୍ତି, ଏହି ଘଟଣା ତା’ର ଏକ ଉଦାହରଣ । ଏମିତି ଲୋକ ଉଭୟ ପୁରୁଷ ଓ ନାରୀ ହୋଇପାରନ୍ତି । ଜଣେ ୨୨ ବର୍ଷୀୟା ଯୁବତୀ ପ୍ରେମ କରିବା ପରେ ଗର୍ଭବତୀ ହେଲେ ଓ ତାଙ୍କ ପ୍ରେମିକ ତାଙ୍କୁ ବାହା ହେବାକୁ ମନା କରିବାରୁ ସେ ତାଙ୍କ ବିରୁଦ୍ଧରେ ଏକ ଦୁଷ୍କର୍ମ (ରେପ୍‌) ମାମଲା ରୁଜୁ କରାଇଲେ । ହେଲେ ଫଳ ହେଲା ଓଲଟା ।

ଏହି ଘଟଣା ନିକଟରେ ଉତ୍ତରାଖଣ୍ଡର ରାଜଧାନୀ ଦେହରାଦୁନରେ ଘଟିଛି । ଏହି ୨୨ ବର୍ଷୀୟା ଯୁବତୀ ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କ ପ୍ରେମିକ ତାଙ୍କୁ ବିବାହ କରିବ ବୋଲି ପ୍ରତିଶ୍ରୁତି ଦେଇ ତାଙ୍କ ସହ ଅନେକ ଥର ଶାରୀରିକ ସମ୍ପର୍କ ରଖିଥିଲା ଓ ତାଙ୍କୁ ବାରମ୍ବାର ରେପ୍‌ କରିଥିଲା । ପୋଲିସ ତାଙ୍କ ଅଭିଯୋଗ ପାଇବା ପରେ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା ।

ଏହା ବି ପଢ଼ନ୍ତୁ | PM Kisan: କେନ୍ଦ୍ର ସରକାର ଏହି ମାସ କୃଷକମାନଙ୍କ ଆକାଉଣ୍ଟକୁ ୪,୦୦୦ ଟଙ୍କା ଟ୍ରାନ୍ସଫର୍ କରିପାରନ୍ତି

ଛଅ ମାସର ଗର୍ଭବତୀ ହୋଇଥିବା ଏହି ଯୁବତୀ ଏହା ବି ଅଭିଯୋଗ କରିଥିଲେ ଯେ ତାଙ୍କ ପ୍ରେମିକଙ୍କ ପରିବାର ତାଙ୍କୁ ଗର୍ଭପାତ କରିବାକୁ ବାଧ୍ୟ କରିଆସୁଛି ଓ ତାଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛି । ଯୁବତୀଙ୍କ ପ୍ରେମିକ ତାଙ୍କ ଘର ନିକଟରେ ହିଁ ନିଜ ପରିବାର ସହ ରହନ୍ତି । ପୀଡ଼ିତା ଯୁବତୀ ନିଜ ଅଭିଯୋଗରେ କହିଥିଲେ ଯେ ସେହି ଯୁବକଙ୍କ ସହ ତାଙ୍କର ବନ୍ଧୁତା ଥିଲା ଓ ସେହି ବନ୍ଧୁତା ଧୀରେ ଧୀରେ ପ୍ରେମରେ ପରିଣତ ହୋଇଥିଲା । ଯୁବତୀ ଗର୍ଭବତୀ ହେବା ପରେ ପ୍ରେମିକଙ୍କୁ ବାରମ୍ବାର ତାଙ୍କୁ ବିବାହ କରିବାକୁ କହିବା ପରେ ବି ସେ ତାହା କରିବାକୁ ରାଜି ହୋଇ ନ ଥିଲେ ବୋଲି ସେ ନିଜ ଅଭିଯୋଗରେ କହିଥିଲେ ।

ଏହା ବି ପଢ଼ନ୍ତୁ | COVID ହୋଇଥିଲା, ଉଚ୍ଚ ଜ୍ୱର ଥିଲା, ତଥାପି ଏହି ଓଡ଼ିଆ IAS ଅଧିକାରୀ ଅମ୍ଳଜାନ ଯୋଗାଉଥିଲେ; ଚାଲିଗଲେ

ପୋଲିସ ପ୍ରେମିକଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋଡ଼ର (ଆଇ.ପି.ସି.) ଦଫା ୩୬୭, ୫୦୪ ଓ ୫୦୬ ଲଗାଇ ମାମଲା ରୁଜୁ କରିବା ପରେ ପ୍ରଥମେ ପୀଡ଼ିତା ଯୁବତୀଙ୍କ ବୟାନ ରେକର୍ଡ଼ କଲା । ତା’ ପରେ ପ୍ରେମିକଙ୍କ ଘରକୁ ଆସି ପୋଲିସ ତାଙ୍କ ସହ ପଚରା ଉଚରା କଲା । ହେଲେ ଜଣା ପଡ଼ିଲା ଯେ ଯୁବତୀଙ୍କ ସେହି ପ୍ରେମିକ ନାବାଳକ ଥିଲେ । ତାଙ୍କ ବୟସ ଥିଲା ମାତ୍ର ୧୪ ବର୍ଷ ୭ ମାସ ।

ଏହା ବି ପଢ଼ନ୍ତୁ | ମୋଦି ସରକାର ଏହି ମାସ ମାଗଣା LPG ଗ୍ୟାସ୍ କନେକ୍ସନ୍ ଦେବେ; କେମିତି ଆବେଦନ କରିବେ ଜାଣନ୍ତୁ



ଏହା ପରେ ପୋଲିସ ଏହି ମାମଲା ବିଷୟରେ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରି POCSO ଆଇନ୍‌ ଅନୁଯାୟୀ ସେହି ଯୁବତୀଙ୍କ ବିରୋଧରେ ଏକ ମାମଲା ଦାୟର କରିଥିଲା । ଯୁବତୀଙ୍କୁ ଗିରଫ କରି କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ଏହି ମାମଲାର ଶୁଣାଣି କରିବା ପରେ ଯୁବତୀଙ୍କୁ ନ୍ୟାୟିକ ହେପାଜତକୁ, ଅର୍ଥାତ ଜେଲକୁ, ପଠାଇଥିଲେ ।
Published by: Anand ST Das
First published: June 21, 2021, 10:35 PM IST