News18 Odia Digitalଗର୍ଭବତୀ ମହିଳାମାନେ ସୂର୍ଯ୍ଯ ଗ୍ରହଣ ସମୟରେ ଏହି ସତର୍କତା ଅବଲମ୍ବନ କରିବା ଉଚିତ୍: ଚଳିତ ବର୍ଷର ପ୍ରଥମ ସୂର୍ଯ୍ଯ ଗ୍ରହଣ ଏପ୍ରିଲ ୩୦ରେ ହେବାକୁ ଯାଉଛି। ବର୍ଷର ଏହି ପ୍ରଥମ ଚନ୍ଦ୍ରଗ୍ରହଣ ୩୦ ଏପ୍ରିଲ ୨୦୨୨ରେ ହେବ। ଏହି ସୂର୍ଯ୍ୟ ଗ୍ରହଣ ଆଂଶିକ ହେବ। ତେଣୁ, ଏହାର ସୂତାକ ଅବଧି ବୈଧ ହେବ ନାହିଁ ଓ ଧର୍ମ ଦୃଷ୍ଟିରୁ ଏହାର ବିଶେଷ ଗୁରୁତ୍ୱ ରହିବ ନାହିଁ। ତେବେ ଜ୍ୟୋତିଷ ଶାସ୍ତ୍ର ଓ ଜ୍ୟୋତିର୍ବିଜ୍ଞାନ ଦୃଷ୍ଟିରୁ ଏହି ଚନ୍ଦ୍ରଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଏହା ସୂର୍ଯ୍ୟ ଗ୍ରହଣର ସମୟବର୍ଷର ଏହି ପ୍ରଥମ ସୂର୍ଯ୍ୟ ଗ୍ରହଣ ୩୦ ଏପ୍ରିଲ ମଧ୍ୟରାତ୍ରିରୁ ହେବ। ସୂର୍ଯ୍ୟପରାଗ ରାତି ୧୨:୧୫ ରୁ ଆରମ୍ଭ ହୋଇ ସକାଳ ୪: ୮ପର୍ଯ୍ୟନ୍ତ ଚାଲିବ। ଏହି ଚନ୍ଦ୍ରଗ୍ରହଣ ଭାରତରେ ଦେଖାଯିବ ନାହିଁ। ଏହି ସୂର୍ଯ୍ୟପରାଗ ଦକ୍ଷିଣ ଆମେରିକାର ଦକ୍ଷିଣ-ପଶ୍ଚିମ ଭାଗରେ, ଆଟଲାଣ୍ଟିକ୍, ଆଣ୍ଟାର୍କଟିକା ଓ ପ୍ରଶାନ୍ତ ମହାସାଗରରେ ଦୃଶ୍ୟମାନ ହେବ।
ଅନେକ କାର୍ଯ୍ୟକଳାପ ସୂର୍ଯ୍ୟ ଗ୍ରହଣ ସମୟରେ ନିଷେଧ ବୋଲି ବିବେଚନା କରାଯାଏ। କୁହାଯାଏ ଯେ ଏହି ସମୟ ମଧ୍ୟରେ ନକାରାତ୍ମକ ଶକ୍ତିର ପ୍ରଭାବ ବହୁତ ଅଧିକ ରହିଥାଏ, ତେଣୁ କିଛି ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ବିଶେଷକରି ଗର୍ଭବତୀ ମହିଳାମାନେ ସୂର୍ଯ୍ୟ ଗ୍ରହଣ ସମୟରେ ଅଧିକ ସତର୍କ ହେବା ଆବଶ୍ୟକ।
ବିଶ୍ୱାସ କରାଯାଏ ଯେ, ଜନ୍ମିତ ଶିଶୁ ଉପରେ ସୂର୍ଯ୍ୟ ଗ୍ରହଣର ଖରାପ ପ୍ରଭାବ ପଡେ, ତେଣୁ ଗର୍ଭବତୀ ମହିଳାମାନେ ଅଧିକ ସଚେତନ ହେବା ଆବଶ୍ୟକ। ଆସନ୍ତୁ ଜାଣିବା ଗର୍ଭବତୀ ମହିଳାମାନେ ଚନ୍ଦ୍ରଗ୍ରହଣ ସମୟରେ କେଉଁ ଜିନିଷଗୁଡ଼ିକୁ ଧ୍ୟାନରେ ରଖିବା ଆବଶ୍ୟକ କରନ୍ତି।
ଶୋଇବା ଠାରୁ ଦୂରେଇ ରୁହନ୍ତୁ: ବିଶ୍ୱାସ କରାଯାଏ ଯେ ସୂର୍ଯ୍ୟ ଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ ଶୋଇବା ଠାରୁ ଦୂରେଇ ରହିବା ଉଚିତ ଓ ଭଗବାନଙ୍କ ଭକ୍ତି ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବା ଉଚିତ୍। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଯଦି ଜଣେ ଗର୍ଭବତୀ ମହିଳା ସୂର୍ଯ୍ୟ ଗ୍ରହଣ ସମୟରେ ଶୋଇପଡ଼ନ୍ତି, ତେବେ ଏହାର ପ୍ରଭାବ ଶିଶୁର ଆଖି ଉପରେ ପଡ଼େ।
ତୀକ୍ଷ୍ଣ ଜିନିଷ ବ୍ୟବହାର କରନ୍ତୁ ନାହିଁ:ବିଶ୍ୱାସ କରାଯାଏ ଯେ ସୂର୍ଯ୍ୟ ଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ କୌଣସି ପ୍ରକାରର ତୀକ୍ଷ୍ଣ ଜିନିଷ ବ୍ୟବହାର ନକରିବା ଉଚିତ୍। ଏହି ସମୟ ମଧ୍ୟରେ, ସେମାନେ ପୋଷାକ କାଟିବା କିମ୍ବା ସିଲେଇ କରିବା ଭଳି କାର୍ଯ୍ୟ କରିବା ଉଚିତ୍ ନୁହେଁ। କୁହାଯାଏ ଯେ ଯଦି ଏହି ଜିନିଷଗୁଡ଼ିକର ଧ୍ୟାନ ନ ଦିଆଯାଏ ନାହିଁ, ତେବେ ଶିଶୁର କୌଣସି ଅଂଶ କ୍ଷତିଗ୍ରସ୍ତ ହୋଇପାରେ।
ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗର୍ଭବତୀ ମହିଳାମାନେ ସୂର୍ଯ୍ୟ ଗ୍ରହଣ ସମୟରେ ସେମାନଙ୍କ ସହିତ ଏକ ନଡ଼ିଆ ରଖିବା ଉଚିତ୍। ଏପରି କରିବା ଦ୍ୱାରା ନକାରାତ୍ମକତା ଶକ୍ତିର ପ୍ରଭାବ ପଡେ ନାହିଁ।
କୌଣସି ଜିନିଷ ଖାଇବା କିମ୍ବା ପିଇବା ଠାରୁ ଦୂରେଇ ରୁହନ୍ତୁ:ସୂର୍ଯ୍ୟ ଗ୍ରହଣ ସମୟରେ କିଛି ଖାଇବା କିମ୍ବା ପିଇବା ପ୍ରତି ଧ୍ୟାନ ଦେବାକୁ ଗର୍ଭବତୀ ମହିଳାମାନଙ୍କୁ ପରାମର୍ଶ ଦିଆଯାଇଛି। କାରଣ ଏହା ବିଶ୍ୱାସ କରାଯାଏ ଯେ ଏହି ସମୟ ମଧ୍ୟରେ ରଖାଯାଇଥିବା ଖାଦ୍ୟ ନଷ୍ଟ ହୋଇଯାଏ।
କୁହାଯାଏ ଯେ ସୂର୍ଯ୍ୟ ଗ୍ରହଣ ର କୁପ୍ରଭାବକୁ ଏଡାଇବା ପାଇଁ ଗର୍ଭବତୀ ମହିଳାମାନେ ତୁଲସୀ ପତ୍ରକୁ ଜିଭରେ ରଖି ହନୁମାନ ଚାଳିଶା ଓ ଦୁର୍ଗା ସ୍ତୁତି ପାଠ କରିବା ଉଚିତ୍।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।