News18 Odia Digital
Couple Kissing in Drain: ନିଜ ବିବାହ ପାଇଁ ଲୋକମାନେ ବହୁତ ଉତ୍ସାହିତ ଥାଆନ୍ତି । ପ୍ରି ୱେଣ୍ଡିଂରୁ ଆରମ୍ଭ ହୁଏ ବିବାହ ଉତ୍ସବ । ଲୋକମାନେ ବିବାହ ପୂର୍ବର ସ୍ମ଼ତିକୁ ସାଇତି ରଖିବା ପାଇଁ ବିଭିନ୍ନ ସ୍ଥାନରେ ବିଭିନ୍ନ ଆଉଟଫିଟରେ ଫଟୋ ଉଠାଇଥାଆନ୍ତି। ସେଥିପାଇଁ ଭିନ୍ନ ଭିନ୍ନ ପୋଜ ଓ କ୍ରିଏଟିଭ ଉପାୟରେ ନିଜ ଫଟୋ ଉତ୍ତୋଳନ କରିଥାଆନ୍ତି । କିନ୍ତୁ ଆମେ ଆପଣଙ୍କୁ ଏଭଳି ଏକ ଫଟୋସୁଟ ବାବଦରେ କହିବୁ, ଯାହାକୁ ଆପଣ କେବେ ଦେଖି ନଥିବେ କିମ୍ୱା ଶୁଣିବି ନଥିଲେ ।
ଆଜିକାଲି ବିବାହ ପୂର୍ବର ଫଟୋସୁଟ୍, ବିବାହ ଫଟୋସୁଟ୍ ଏବଂ ହନିମୁନ୍ ଫଟୋସୁଟ୍ ବହୁତ ଲୋକପ୍ରିୟ। ସାଧାରଣତ ଲୋକମାନେ କିଛି ସୁନ୍ଦର ସ୍ଥାନରେ, ପର୍ବତ ଉପରେ କିମ୍ବା ନଦୀ କିମ୍ବା ସମୁଦ୍ର କୂଳରେ ଫଟୋସୁଟ୍ କରିବା ପାଇଁ ପସନ୍ଦ କରୁଛନ୍ତି । ଏଥିପାଇଁ କ୍ୟାମେରା ବାଲା ଲୋକମାନଙ୍କଠାରୁ ବହୁତ ଟଙ୍କା ନେଇଥାନ୍ତି । ସୋସିଆଲ ମିଡିଆରେ ଦମ୍ପତିଙ୍କ ଏପରି ଏକ ଫଟୋସୁଟ ଭାଇରାଲ ହେଉଛି। ଏହାର କାରଣ ହେଉଛି ସେମାନେ ଏକ ମଇଳା ଡ୍ରେନରେ ଫଟୋସୁଟ୍ କରିଛନ୍ତି । ଅଳିଆ ପରିପୂର୍ଣ୍ଣ ଡ୍ରେନ୍ରେ ବସିଥିବା ଏହି ଦମ୍ପତିଙ୍କ ଚାରିପାଖରେ ଗଦା ଗଦା ମଇଳା ଭର୍ତ୍ତି ଥିଲା ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦମ୍ପତିଙ୍କ ଚିତ୍ରରେ ଏହା ଡ୍ରେନ୍ କିମ୍ବା ନଦୀ ଏ ବିଷୟରେ ଜଣା ପଡିନାହିଁ। ଏହି ଦମ୍ପତିଙ୍କ ବିଷୟରେ ମଧ୍ୟ କୌଣସି ସୂଚନା ମିଳି ନାହିଁ, କିନ୍ତୁ ଏହିପରି ଏକ ନିଆରା ଫଟୋସୁଟ୍ କରି ଏହି ଦମ୍ପତ୍ତି ଚର୍ଚ୍ଚାର ବିଷୟ ହୋଇଛନ୍ତି । ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଯେ ସେମାନଙ୍କ ବିବାହ ପୂର୍ବରୁ ଏପରି ଫଟୋସୁଟ କରିବା ପାଇଁ କେତେ ସାହସ ଆବଶ୍ୟକ ପଡ଼ିଥିବ ।
ବଡ଼ ଖବର: ଏଣିକି ବିନା ଟିକେଟରେ ଟ୍ରେନରେ ଯାତ୍ରା କରିପାରିବେ ମହିଳାକେବଳ ସେତିକି ନୁହେଁ ଫଟୋଗୁଡ଼ିକରେ ଏହା ଦେଖିବାକୁ ମିଳିଛି ଯେ ଡ୍ରେନ୍ରେ ଥିବା ଅଳିଆ ଆବର୍ଜନା ମଧ୍ୟରେ ଏହି ଦମ୍ପତ୍ତି ରୋମାଣ୍ଟିକ୍ ପୋଜ୍ ଦେଉଛନ୍ତି। କିଛି ଚିତ୍ରରେ ଉଭୟ ଚୁମ୍ବନ ଦେଉଛନ୍ତି ଓ କେତେକରେ ସେମାନେ ପରସ୍ପରକୁ କୁଣ୍ଢାଇ ଧରିଛନ୍ତି । ଅନେକ ସମାନ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏପରି ପରିସ୍ଥିତିରେ, ଏହା ମଧ୍ୟ ହୋଇପାରେ ଯେ ସେମାନେ କପଲଙ୍କ ପରିବର୍ତ୍ତେ ମଡେଲ ହୋଇଥିବେ । ତେବେ, ମଇଳା ଡ୍ରେନ୍ ଭିତରରେଏପରି ଫଟୋସୁଟ୍ ପରେ ଫଟୋଗୁଡ଼ିକ ଭାଇରାଲ୍ ହୋଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।