News18 Odia Digital
Prashant Kishor: ଆଜିକାଲି ବିହାରରେ ପ୍ରଶାନ୍ତ କିଶୋରରଙ୍କ ଜନସୁରଜ ପଦ ଯାତ୍ରା ଚାଲିଛି। ଏହି ସମୟରେ ପ୍ରଶାନ୍ତ କିଶୋର ବିହାର ଡେପୁଟି ସିଏମ ତେଜସ୍ୱୀ ଯାଦବଙ୍କୁ ଟାର୍ଗେଟ କରିଛନ୍ତି।
ଲୋକଙ୍କ ସହ କଥାବାର୍ତ୍ତା କରିବା ସମୟରେ ପ୍ରଶାନ୍ତ କିଶୋର କହିଥିଲେ ଯେ ଲାଲୁଜୀଙ୍କ ପୁଅ ନବମ ପାସ୍ ଓ ସେ ରାଜ୍ୟର ଡେପୁଟି ସିଏମ୍। ଯଦି ଆପଣଙ୍କ ପୁଅ ଏହି ଶିକ୍ଷାଗତ ଯୋଗ୍ୟତା ନେଇ ଚାକିରି କରିବାକୁ ଯାଏ ତାକୁ ଚପରାସୀ ଚାକିରୀ ମିଳିବ କି?
ପରିବାରବାଦ ଉପରେ ଆକ୍ରମଣଜନସୁରଜ ପଦ ଯାତ୍ରାର ଷଷ୍ଠ ଦିନରେ ଶୁକ୍ରବାର ଦିନ ପ୍ରଶାନ୍ତ କିଶୋର ପଶ୍ଚିମ ଚମ୍ପାରଣ ଜିଲ୍ଲାର ଜାମୁନିଆରୁ ବୁଲିବା ପରେ ଡୁମରାପୁରରେ ପହଞ୍ଚିଥିଲେ। ଏହି ସମୟରେ ପରିବାରବାଦ ରାଜନୀତିକୁ ଟାର୍ଗେଟ କରି ସେ କହିଥିଲେ, ‘‘ଲାଲୁଙ୍କର ପୁଅ ନବମ ପାସ୍, ସେ ଉପ-ମୁଖ୍ୟମନ୍ତ୍ରୀ, ଯଦି ଆପଣଙ୍କ ପିଲା ନବମ ପାସ୍ ତେବେ ସେ ଚପରାସୀ ଚାକିରି ପାଇବେ କି?’’
ପ୍ରକାଶ ଥାଉକି ଅକ୍ଟୋବର ୯ରୁ ଆରମ୍ଭ ହୋଇଥିବା ପିକେଙ୍କ ଜନସୁରଜ ଯାତ୍ରା ଶୁକ୍ରବାର ଷଷ୍ଠ ଦିବସରେ ପଦାର୍ପଣ କରିଥିଲା। ସେ ତାଙ୍କର ଯାତ୍ରା ଗୌନାହା ବ୍ଲକ୍ର ଦେବରାହ ଗାଁରୁ ଆରମ୍ଭ କରିଥିଲେ। ଏହି ଯାତ୍ରା କାଳରେ ସେ କଟରାବରେ ମହିଳାଙ୍କୁ ଭେଟି ଜନତାଙ୍କୁ ଜନସୁରଜ ବିଚାର ସମ୍ପର୍କରେ ଅବଗତ କରାଇଛନ୍ତି। ଏହା ପରେ ସେ ପିପରା ଓ ଧନୌଜୀରେ ଲୋକଙ୍କ ସହ ଆଲୋଚନା କରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।