ତେଜସ୍ୱୀ ୯ମ ପାସ କରି ଉପମୁଖ୍ୟମନ୍ତ୍ରୀ, ଆପଣଙ୍କ ପୁଅକୁ ଚପରାଶି ଚାକିରି ମିଳୁନି: ପ୍ରଶାନ୍ତ କିଶୋର

ଲାଲୁ ଯାଦବଙ୍କ ସାନ ପୁଅ ନବମ ପାସ୍ କରି ଡେପୁଟି ସିଏମ୍ ହୋଇଛନ୍ତି,କିନ୍ତୁ ବିହାରର ଅନେକ ପୁଅ ଅଛନ୍ତି ଯେଉଁମାନେ ୯ମ ପାସ ପରେ ବି ଚପରାଶି ଚାକିରି ବି ପାଇ ନାହାଁନ୍ତି: ପ୍ରଶାନ୍ତ

ପ୍ରଶାନ୍ତ କିଶୋର (ପ୍ରତୀକାତ୍ମକ ଛବି)

ପ୍ରଶାନ୍ତ କିଶୋର (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ପାଟଣା: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବିହାରର ଉପମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ଲାଲୁ ଯାଦବଙ୍କ ସାନ ପୁଅ ନବମ ପାସ୍ ଓ ସେ ବିହାରର ଡେପୁଟି ସିଏମ୍ କିନ୍ତୁ ବିହାରର ଏପରି ଅନେକ ପୁଅ ଅଛନ୍ତି ଯେଉଁମାନେ ୯ମ ପାସ ପରେ ବି ଚପରାଶି ଚାକିରି ବି ପାଇ ନାହାଁନ୍ତି ବୋଲି କହିଛନ୍ତି ପ୍ରଶାନ୍ତ କିଶୋର।

ପ୍ରଶାନ୍ତ କିଶୋର କହିଛନ୍ତି ଯେ ବିହାରର ସମସ୍ତ ମନ୍ତ୍ରୀଙ୍କ ପୁଅ ୯ମ ପାସ କଲେ କି ଫେଲ ହେଲେ ବି କିଛି ନା କିଛି ଚାକିରି ମିଳିଯିବ। କିନ୍ତୁ ବିହାରର ଜନତାଙ୍କ ପିଲା ଚାକିରି ପାଉ ନାହାଁନ୍ତି। ଏହି ବ୍ୟବସ୍ଥାରେ ପରିବର୍ତ୍ତନ ହେବା ଉଚିତ କି ନାହିଁ ବୋଲି ଜନସାଧାରଣଙ୍କୁ ପ୍ରଶ୍ନ କରିଛନ୍ତି ପ୍ରଶାନ୍ତ।

ଆପଣଙ୍କ ପୁଅ ଚାକିରି ଖୋଜିବାରେ ଘରୁ ବାହାରିଛନ୍ତି। ଚାହିଁଲେ ବି ଘରକୁ ଆସିପାରୁ ନାହାନ୍ତି। ସେଥିପାଇଁ ବିହାରରେ ନିଯୁକ୍ତି ପାଇବା ଉଚିତ ବୋଲି ଦାବି ଉଠାଇଛନ୍ତି ପ୍ରଶାନ୍ତ କିଶୋର।
Published by:Soumya Das
First published: