ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»କ୍ୟାପଟେନ ଅମରିନ୍ଦର ସିଂଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର

କ୍ୟାପଟେନ ଅମରିନ୍ଦର ସିଂଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର

ଗୁରୁବାର ସକାଳୁ ସାମ୍ନାକୁ ଆସିଲା ବଡ଼ ଖବର । କିଶୋର କହିଛନ୍ତି, ‘‘ମୁଁ ତୁମର ମୁଖ୍ୟ ପରାମର୍ଶଦାତା ଭାବରେ ଦାୟିତ୍ବ ସମ୍ଭାଳି ପାରିବି ନାହିଁ। ଦୟାକରି ମୋତେ ଏହି ଦାୟିତ୍ବରୁ ମୁକ୍ତ କରିବାକୁ ଅନୁରୋଧ କରୁଛି ।’’

କ୍ୟାପଟେନ ଅମରିନ୍ଦର ସିଂଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର
ଅମରିନ୍ଦର ସିଂଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ପ୍ରଶାନ୍ତ କିଶୋର
  • News18 Odia
  • Last Updated: August 5, 2021, 11:11 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ପଞ୍ଜାବର ମୁଖ୍ୟ ମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି। ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ କିଶୋର କହିଛନ୍ତି, ‘‘ମୁଁ ତୁମର ମୁଖ୍ୟ ପରାମର୍ଶଦାତା ଭାବରେ ଦାୟିତ୍ବ ସମ୍ଭାଳି ପାରିବି ନାହିଁ। ଦୟାକରି ମୋତେ ଏହି ଦାୟିତ୍ବରୁ ମୁକ୍ତ କରିବାକୁ ଅନୁରୋଧ କରୁଛି ।’’

ରିପୋର୍ଟ ଅନୁଯାୟୀ କିଶୋର ଆହୁରି କହିଛନ୍ତି, ‘‘ଆପଣ ଜାଣନ୍ତି, ମୁଁ କିଛି ଦିନ ପାଇଁ ସାଧାରଣ ଜୀବନରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଚାହୁଁଛି। ଏପରି ପରିସ୍ଥିତିରେ, ମୁଁ ତୁମର ମୁଖ୍ୟ ପରାମର୍ଶଦାତା ଭାବରେ ଦାୟିତ୍ବ ସମ୍ଭାଳିବାକୁ ସକ୍ଷମ ନୁହେଁ। ବର୍ତ୍ତମାନ ମୁଁ ଭବିଷ୍ୟତରେ କଣ କରିବି ତାହା ସ୍ଥିର କରିବାକୁ ମୁଁ ସକ୍ଷମ ନୁହେଁ ତେଣୁ ଦୟାକରି ମୋତେ ଏହି ଦାୟିତ୍ବରୁ ମୁକ୍ତ କରିବାକୁ ମୁଁ ଅନୁରୋଧ କରୁଛି।’’

ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନ ପରେ ପ୍ରଶାନ୍ତ କିଶୋର ଘୋଷଣା କରିଥିଲେ ଯେ ସେ ବର୍ତ୍ତମାନ ନିର୍ବାଚନ ରଣନୀତିଜ୍ଞଙ୍କ ଭୂମିକାରୁ ମୁକ୍ତି ପାଇବେ। ସେବେ ଠାରୁ ତାଙ୍କୁ ପୁଣି ଥରେ ସକ୍ରିୟ ରାଜନୀତିରେ ପ୍ରବେଶ କରିବାର ସମ୍ଭାବନା ରହିଛି। ସେ କିଛି ବର୍ଷ ପୂର୍ବେ ଜନତା ଦଳ (ୟୁ)ରେ ଯୋଗ ଦେଇଥିଲେ, ହେଲେ ପରେ ତାଙ୍କୁ ଏହି ଦଳରୁ ବିଦାୟ ନେବାକୁ ପଡ଼ିଥିଲା ।

ନିକଟରେ ଶୁଣିବାକୁ ମିଳୁଥିଲା ଯେ ପ୍ରଶାନ୍ତ କିଶୋର କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଓ ଦଳର ପୂର୍ବତନ ଅଧ୍ୟୟ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଏହି କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା ଯେ ସେ କଂଗ୍ରେସରେ ଯୋଗ ଦେବାକୁ ନେଇ ।

ଏହା ପରେ ଆଉ ଏକ ରିପୋର୍ଟରେ କୁହାଯାଇଥିଲା ଯେ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଦ ଦେଇପାରନ୍ତି । ଏଥି ପାଇଁ ରାହୁଲ ଗାନ୍ଧୀ ନିକଟରେ ଦଳର ନେତାଙ୍କ ଠାରୁ ମତାମତ ଲୋଡ଼ିଥିଲେ ।

ଜୁଲାଇ ୨୨ ତାରିଖରେ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକର ଉଦ୍ଦେଶ୍ୟ ଥିଲା ପ୍ରଶାନ୍ତ କିଶୋରଙ୍କ ବିଷୟରେ କଂଗ୍ରେସର ବରିଷ୍ଠ ନେତାମାନେ କ’ଣ ରାୟ ରଖୁଛନ୍ତି। ଜଣେ କଂଗ୍ରେସ ନେତା ଏ ପରିକି ଦାବି କରିଥିଲେ ଯେ ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଆଗାମୀ ଦିନରେ ଏହି ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରିନ୍ତି। ସେଥିପାଇଁ ସେ ପ୍ରଥମେ କଂଗ୍ରେସ ନେତାଙ୍କଠାରୁ ମତାମତ ଲୋଡ଼ିଛନ୍ତି।
Published by: Lipina Das
First published: August 5, 2021, 11:11 AM IST