ବିଦାୟ ପ୍ରଣବ ଦା! PPE କିଟ୍ ପିନ୍ଧି ଶେଷ ଯାତ୍ରାରେ କାନ୍ଧ ଦିଆଗଲା; ଦେଖନ୍ତୁ LIVE

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଶେଷ କୃତ୍ୟ ଦିଲ୍ଲୀର ଲୋଧି ରୋଡ଼ ସ୍ଥିତ ଶ୍ମଶାନରେ କରାଯାଉଛି । ଏହା ପର୍ବରୁ ତାଙ୍କ ୧୦-ରାଜାଜୀ ମାର୍ଗସ୍ଥିତ ବାସଭବନରେ ପ୍ରଣବଙ୍କ ଶେଷଦର୍ଶନ କରିଥିଲେ ବିଭିନ୍ ଦଳର ଅନେକ ବରିଷ୍ଠ ନେତା ।

ବିଦାୟ ପ୍ରଣବ ଦା! PPE କିଟ୍ ପିନ୍ଧି ଶେଷ ଯାତ୍ରାରେ କାନ୍ଧ ଦିଆଗଲା; ଦେଖନ୍ତୁ LIVE
ପ୍ରଣବ ମୁଖାର୍ଜୀଙ୍କ ଶେଷ କୃତ୍ୟ
  • News18 Odia
  • Last Updated: September 1, 2020, 1:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଗତ କାଲି ସନ୍ଧ୍ୟାରେ ଆଖି ବୁଜିଥିବା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଶେଷ କୃତ୍ୟ ଆଜି ଦିଲ୍ଲୀର ଲୋଧି ରୋଡ଼ ସ୍ଥିତ ଶ୍ମଶାନରେ କରାଯାଉଛି । ଏହା ପର୍ବରୁ ତାଙ୍କ ୧୦-ରାଜାଜୀ ମାର୍ଗସ୍ଥିତ ବାସଭବନରେ ପ୍ରଣବଙ୍କ ଶେଷଦର୍ଶନ କରିଥିଲେ ବିଭିନ୍ ଦଳର ଅନେକ ବରିଷ୍ଠ ନେତା ।

ଦେଖନ୍ତୁ ଲାଇଭ୍‌ (Watch Live)







ଦିଲ୍ଲୀର ସେନା ହସ୍‌ପିଟାଲରେ ସୋମବାର ଦିନ ଦେହତ୍ୟାଗ କରିଥିଲେ ଏହି ମହାନ ଜନନାୟକ । ଭାରତୀୟ ରାଜନୀତିରେ ଦୀର୍ଘ ୫୦ ବର୍ଷର ସ୍ବାକ୍ଷରରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ଜଣେ ସାଧାରଣ କର୍ମକର୍ତ୍ତାରୁ ସର୍ବୋଚ୍ଚ ରାଷ୍ଟ୍ରନାୟକ ହେବାର ଗୌରବ କେବଳ ପ୍ରଣବଙ୍କ ନାଁରେ ଯୋଡ଼ି ହୋଇଛି । କଂଗ୍ରେସର କିମ୍ବଦନ୍ତୀ ରାଜନେତାଙ୍କ ଦେହାନ୍ତ ସାରା ଦେଶରୁ ଡୁବାଇଛି ଶୋକରେ ।

ପ୍ରଣବ ମୁଖାର୍ଜୀଙ୍କ ଜନ୍ମ ୧୧ ଡିସେମ୍ବର ୧୯୩୫ରେ ହୋଇଥିଲା. ପଶ୍ଚିମବଙ୍ଗର ବୀରଭୁମି ଜିଲ୍ଲାର ଏକ ମଫସଲ ଗ୍ରାମ ମିରାଟିଠାରେ ଏକ ବ୍ରାହ୍ମଣ ପରିବାରରେ ତାଙ୍କର ଜନ୍ମ ହୋଇଥିଲା। ସେ ଭାରତର ତ୍ରୟୋଦଶ ରାଷ୍ଟ୍ରପତି ଭାବେ ଜୁଲାଇ ୨୦୧୨ରୁ ୨୦୧୭ ଯାଏଁ କାର୍ଯ୍ୟଭାର ସମ୍ଭାଳିଥିଲେ ।  ସେ ୧୯୭୫, ୧୯୮୧, ୧୯୯୩ ଏବଂ ୧୯୯୯ ମସିହାରେ ରାଜ୍ୟସଭାକୁ ପୁନଃ ନିର୍ବାଚିତ ହେଇଥିଲେ ।

ଏହା ବି ପଢ଼ନ୍ତୁ ସାମାଜିକ ଦୂରତା ପାଇଁ ମଥାରେ ଖଟିଆ ଟାଙ୍ଗି ସାଇକେଲ୍ ଚଳେଇଲେ! ଦେଖନ୍ତୁ ମଜାଦାର Video

ଏହା ବି ପଢ଼ନ୍ତୁ ସେପ୍ଟେମ୍ବର ୧ରୁ ବଦଳିଯିବ ଏହି ସବୁ ନିୟମ; ଆପଣଙ୍କ ପର୍ସ ଉପରେ ପଡ଼ିପାରେ ପ୍ରଭାବ

୧୯୭୩ରେ ଇନ୍ଦିରାଙ୍କ କ୍ୟାବିନେଟରେ ତାଙ୍କୁ ଶିଳ୍ପ ବିକାଶ ଉପମନ୍ତ୍ରୀ ନିଯୁକ୍ତ କରାଯାଇଥିଲା । ୧୯୮୨ରୁ ୧୯୮୪ ପର୍ଯ୍ୟନ୍ତ ସେ ଅର୍ଥମନ୍ତ୍ରୀ ଥିଲେ । ତାଙ୍କ ପ୍ରସ୍ତାବିତ ଅର୍ଥନୀତି ଯୋଗୁଁ ଇନ୍ଦିରା ସରକାର ଆନ୍ତର୍ଜାତିକ ମୁଦ୍ରାପାଣ୍ଠିକୁ ଦେଶର ପ୍ରଥମ ଋଣ ପୈଠର ଅନ୍ତିମ କିସ୍ତି କରିବାରେ ସଫଳ ହେଇଥିଲା । ପ୍ରଣବଙ୍କ ପରଲୋକରେ ୭ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।
Published by: Anand Shankar Thankur Das
First published: September 1, 2020, 1:58 PM IST
corona virus btn
corona virus btn
Loading