Pranab Mukherjee: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆଉ ନାହାନ୍ତି; ୮୪ ବର୍ଷ ବୟସରେ ଦେହାନ୍ତ ହେଲା

ପ୍ରଣବ ମୁଖାର୍ଜୀଙ୍କ ୮୪ ବର୍ଷ ବୟସରେ ଦେହାନ୍ତ ହୋଇଛି : ପ୍ରଣବ ମୁଖାର୍ଜୀଙ୍କୁ ଅଗଷ୍ଟ ୧୦ ରେ ଦିଲ୍ଲୀର ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେହି ଦିନ ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା ପାଇଁ ତାଙ୍କର ଜରୁରୀକାଳୀନ ଭାବରେ ଅସ୍ତ୍ରୋପଚାର କରାଯାଇଥିଲା ।

Pranab Mukherjee: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆଉ ନାହାନ୍ତି; ୮୪ ବର୍ଷ ବୟସରେ ଦେହାନ୍ତ ହେଲା
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ
  • News18 Odia
  • Last Updated: August 31, 2020, 6:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ତାଙ୍କ ପୁଅ ଅଭିଜିତ୍ ମୁଖାର୍ଜୀ (Abhijit Mukherjee) ଟ୍ୱିଟ୍ କରି ପୂର୍ବତନ ରାଷ୍ଟ୍ରପତିଙ୍କ ମୃତ୍ୟୁ ହୋଇଛି ବୋଲି ସୂଚନା ଦେଇଛନ୍ତି । ପ୍ରଣବ ମୁଖାର୍ଜୀ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ । ସୋମବାର ପୂର୍ବାହ୍ନରେ ପ୍ରଣବ ମୁଖାର୍ଜୀଙ୍କ ଫୁସଫୁସରେ ସଂକ୍ରମଣ ନିଶ୍ଚିତ ହୋଇଥିଲା । ଫୁସଫୁସରେ ଇଞ୍ଜେକ୍ସନ ଦିଆଯିବା ପରେ ତାଙ୍କ ଅବସ୍ଥା ବିଗିଡି ଯାଉଥିଲା ।

ପ୍ରଣବ ମୁଖାର୍ଜୀଙ୍କୁ ୧୦ ଅଗଷ୍ଟରେ ଦିଲ୍ଲୀର ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେହି ଦିନ ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା ପାଇଁ ଜରୁରୀକାଳୀନ ପରିସ୍ଥିତିରେ ଅସ୍ତ୍ରୋପଚାର କରାଯାଇଥିଲା । ସେବେଠାରୁ ତାଙ୍କ ଅବସ୍ଥା ଗୁରୁତର ରହିଥିଲା । ପ୍ରଣବ ୧୦ ଅଗଷ୍ଟରେ ଏହା ମଧ୍ୟ କହିଥିଲେ ଯେ ସେ କରୋନା ପଜିଟିଭ୍ ହୋଇଛନ୍ତି ।

ରାଷ୍ଟ୍ରପତିଙ୍କ ସମେତ ଅନେକ ବିଶିଷ୍ଠ ବ୍ୟକ୍ତି ତାଙ୍କ ମୃତ୍ୟୁରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟ୍ କରି ପ୍ରଣବ ମୁଖାର୍ଜୀଙ୍କ ମୃତ୍ୟୁରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ଖବର ଦୁଃଖ ଦାୟକ ବୋଲି ରାମନାଥ କୋବିନ୍ଦ ଏକ ଟ୍ୱିଟରେ ଲେଖିଛନ୍ତି । ତାଙ୍କର ବିୟୋଗ ହେଉଛି ଏକ ଯୁଗର ଶେଷ ହୋଇଛି । ପ୍ରଣବ ମୁଖାର୍ଜୀ ଦେଶ ସେବା କରିଥିଲେ, ଆଜି ତାଙ୍କ ବିୟୋଗରେ ସମଗ୍ର ଦେଶ ଦୁଃଖିତ।

୨୦୧୨ ରେ ଦେଶର ରାଷ୍ଟ୍ରପତି ଥିଲେ
ଜୁଲାଇ ୨୦୧୨ ରେ ପ୍ରଣବ ମୁଖାର୍ଜୀ ଭାରତର ୧୩ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ । ସେ ୨୫ ଜୁଲାଇ ୨୦୧୭ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ । ୨୬ ଜାନୁଆରୀ ୨୦୧୯ ରେ ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ପ୍ରଣବ ମୁଖାର୍ଜୀ ଇତିହାସ ଓ ରାଜନୀତି ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିବା ସହିତ କଲିକତା ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଥିଲେ । ସେ ଜଣେ ଓକିଲ ଓ କଲେଜ ପ୍ରଫେସର ଥିଲେ ଏବଂ ତାଙ୍କୁ ସମ୍ମାନଜନକ ଡି ଲିଟ ଡିଗ୍ରୀ ମଧ୍ୟ ପ୍ରଦାନ କରାଯାଇଥିଲା । ମୁଖାର୍ଜୀ ପ୍ରଥମେ କଲେଜ ପ୍ରଫେସର ଓ ପରେ ସାମ୍ବାଦିକ ଭାବରେ କ୍ୟାରିୟର ଆରମ୍ଭ କରିଥିଲେ । ପ୍ରଣବ ମୁଖାର୍ଜୀ ୧୧ ଡିସେମ୍ବର ୧୯୩୫ ରେ ପଶ୍ଚିମବଙ୍ଗ (West Bengal) ର କୁମାରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ୧୯୨୦ ରୁ କଂଗ୍ରେସ ପାର୍ଟିରେ ସକ୍ରିୟ ଥିଲେ। ମୁଖାର୍ଜୀଙ୍କ ପିତା ଜଣେ ସମ୍ମାନିତ ସ୍ୱାଧୀନତା ସଂଗ୍ରାମୀ ଥିଲେ, ଯିଏକି ବ୍ରିଟିଶ ଶାସନର ଖଲିଫାତ ଆନ୍ଦୋଳନ କରି ୧୦ ବର୍ଷରୁ ଅଧିକ ସମୟ କାରାଗାରରେ ରହିଥିଲେ।

୧୯୬୯ ମସିହାରେ ପ୍ରଥମ ଥର ପାଇଁ ରାଜ୍ୟସଭା ପହଞ୍ଚିଥିଲା
ଭାରତୀୟ ଜାତୀୟ କଂଗ୍ରେସର ଜଣେ ବରିଷ୍ଠ ନେତା ମୁଖାର୍ଜୀଙ୍କ ପ୍ରାୟ ପାଞ୍ଚ ଦଶନ୍ଧି ଧରି ସଂସଦୀୟ କରିୟର ରହିଛି। ସେ ପ୍ରଥମେ ୧୯୬୯ ରେ ରାଜ୍ୟସଭାରେ ପହଞ୍ଚିଥିଲେ । ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କ ଯୋଗ୍ୟତା ଦ୍ୱାରା ପ୍ରଭାବିତ ହୋଇ ତାଙ୍କୁ ୧୯୬୯ ମସିହାରେ ୩୫ ବର୍ଷ ବୟସରେ କଂଗ୍ରେସ ପାର୍ଟି ତରଫରୁ ରାଜ୍ୟସଭାର ସଦସ୍ୟ କରିଥିଲେ । ଏହା ପରେ ସେ ୧୯୭୫, ୧୯୮୧, ୧୯୯୩ ଓ ୧୯୯୯ ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ପ୍ରଣବ ମୁଖାର୍ଜୀ ତାଙ୍କର ଯୋଗ୍ୟତା ହେତୁ ୧୯୮୨ ରୁ ୧୯୮୪ ପର୍ଯ୍ୟନ୍ତ ଅନେକ କ୍ୟାବିନେଟ ପଦରେ ନିର୍ବାଚିତ ହୋଇ ୧୯୮୪ ରେ ଭାରତର ଅର୍ଥମନ୍ତ୍ରୀ ହୋଇଥିଲେ ।

ଯେତେବେଳେ ମୁଖାର୍ଜୀ କଂଗ୍ରେସରୁ ଅଲଗା ହୋଇଯାଇଥଲେ
ପ୍ରଣବ ମୁଖାର୍ଜୀଙ୍କ ଅର୍ଥମନ୍ତ୍ରୀ ଥିବା ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ଭାରତର ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଥିଲେ। ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଲୋକସଭା ନିର୍ବାଚନ ହୋଇଥିଲା । ଏହା ପରେ ମୁଖାର୍ଜୀ ରାଜୀବ ଗାନ୍ଧୀଙ୍କ ସମର୍ଥକଙ୍କ ଷଡ଼ଯନ୍ତ୍ରର ଶିକାର ହୋଇଥିଲେ । କାରଣ ସେ କ୍ୟାବିନେଟରେ ଅନ୍ତର୍ଭୁକ୍ତ ହୋଇନଥିଲେ । କେବଳ ଏତିକି ନୁହେଁ ତାଙ୍କୁ କିଛି ସମୟ ପାଇଁ କଂଗ୍ରେସ ଦଳରୁ ବହିଷ୍କାର କରାଯାଇଥିଲା । ସେହି ସମୟ ମଧ୍ୟରେ ସେ ତାଙ୍କର ରାଜନୈତିକ ଦଳ ନ୍ୟାସନାଲ ସୋସିଆଲିଷ୍ଟ କଂଗ୍ରେସ ଗଠନ କରିଥିଲେ କିନ୍ତୁ ୧୯୮୯ ରେ ରାଜୀବ ଗାନ୍ଧୀଙ୍କ ସହ ଚୁକ୍ତିନାମା ପରେ ସେ ନିଜ ଦଳକୁ କଂଗ୍ରେସ ପାର୍ଟିରେ ମିଶ୍ରଣ କରି ଦେଇଥିଲେ।
Published by: Jagdish Barik
First published: August 31, 2020, 6:50 PM IST
corona virus btn
corona virus btn
Loading