News18 Odia Digital
Priyanka Gandhi: କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମଙ୍କ ବଡ଼ ବୟାନକୁ ନେଇ ବେଶ୍ ଚର୍ଚ୍ଚା। ସେ ଦେଇଥିବା ଏକ ସାକ୍ଷାତକାରରେ ଏଭଳି କଥା କହି ଚର୍ଚ୍ଚାରେ।
୨୦୨୪ ଲୋକସଭା ନିର୍ବାନରେ ପ୍ରିୟଙ୍କା ଗାନ୍ଧିଙ୍କୁ (Priyanka Gandhi) କଂଗ୍ରେସ ଦଳର ନେତୃତ୍ୱ ନେବା ସହ ପ୍ରଧାନମନ୍ତ୍ରୀ ଚେହେରା (Prime Minister) ଭାବରେ ଘୋଷଣା କରିବା ପାଇଁ ଦାବି କରିଛନ୍ତି କୃଷ୍ଣମ। ସେ ଏହା ମଧ୍ୟ କହିଛନ୍ତି ଯେ କଂଗ୍ରେସ ପାର୍ଟି (Congress Party) ପାଖରେ ଚେହେରାର ଅଭାବ ନାହିଁ।
ସେ ଉତ୍ତର ପ୍ରଦେଶ ଆଇନ ବ୍ୟବସ୍ତା ଉପରେ ଏଭଳି ବିୟାନ ଦେଇଛନ୍ତି, ଯେ ଯଦି ବୁଲଡୋଜର ଆଇନ ବ୍ୟବସ୍ତା ସମ୍ଭାଳୁଛି ତେବେ ପୋଲିସକୁ ନଗର ନିଗମ, ଜଳସେଚନ କିମ୍ବା ପିଡବ୍ଲ୍ୟୁଡି ବିଭାଗକୁ ହସ୍ତାନ୍ତର କରିଦେବା ଉଚିତ୍। ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ଦଳ ଭିତରେ ଏମିତି ଲୋକ ଅଛନ୍ତି ଯେଉଁମାନେ ଦଳକୁ ବରବାଦ କରିବାକୁ ଚେଷ୍ଟା କରୁଛନ୍ତି।
ତେବେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ମେଣ୍ଟ ଗଠନ କରିବାପାଇଁ କଂଗ୍ରେସ ଯେଉଁ ଉଦ୍ୟମ କରୁଛି ତାହା ଲଗାତର ଭାବରେ ବିଫଳ ହେଉଛି। ଗତ ମାସରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ସମାଜବାଦି ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ, ଆମ୍ ଆଦମୀ ପାର୍ଟିର ସର୍ବେସର୍ବା ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସହ ଭେଟ ହୋଇଥିଲା। ଏହି ସମୟରେ ଅଣ-କଂଗ୍ରେସ ଓ ଅଣ-ବିଜେପି ମିଳିତ ମଞ୍ଚ ଗଠନ କରିବା ନେଇ ଏକ ଆଲୋଚନା ହୋଇଥିଲା।
ଏଥି ସହିତ କିଛିଦନ ପୂର୍ବରୁ ଅଖିଳେଶ ଯାଦବ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଭେଟିଥିଲେ। ଏହି ବୈଠକ ପରେ କୁହାଯାଉଛି କି ସମାଜବାଦି ପାର୍ଟି ଏବେ କଂଗ୍ରେସ ସହ ମେଣ୍ଟ ଗଠନ କରିବାକୁ ଚାହୁଁ ନାହିଁ। ଏହା ସହ ମମତା ବାନାର୍ଜୀଙ୍କୁ (Mamata Banerjee) ୨୦୨୪ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ଦଳ ସମର୍ଥନ କରବ। ସୂଚାଇ ହେବୁ କି ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ମଧ୍ୟ ସମାଜବାଦି ପାର୍ଟି କଂଗ୍ରେସ ସହ ମେଣ୍ଟ ଗଠନ କରିବା ପାଇଁ ଆଗ୍ରହ ଦେଖାଇନଥିଲା।
ପଢ଼ନ୍ତୁ ଏହି ଖବର: ପିଲାଙ୍କ ଭବିଷ୍ୟତକୁ ନେଇ ଆପଣ ଅଛନ୍ତି କି ଚିନ୍ତିତ? ଏହି ମିଚ୍ୟୁଆଲ ଫଣ୍ଡ୍ କରିବ ସାହାଯ୍ୟକଂଗ୍ରେସ ପକ୍ଷରୁ ଏହା ଅସ୍ୱିକାର କରାଯାଇପାରେ, କିନ୍ତୁ ରାଜନୈତିକ ମହଲରେ ଏହା ଚର୍ଚ୍ଚା ହେଉଛି କି ଭାରତ ଯୋଡୋ ଯାତ୍ରା ମାଧ୍ୟମରେ ରାହୁଲ ଗାନ୍ଧିଙ୍କ (Rahul Gandhi) ଭାବମୁର୍ତ୍ତିକୁ ସୁଦୃଢ କରିବା ଓ ତାଙ୍କୁ ଜଣେ ବଡ଼ ନେତା ଭାବରେ ପ୍ରତିଷ୍ଠିତ କରିବା ପାଇଁ ଜୋରଦାର ଚେଷ୍ଟା କରାଯାଇଥିଲା । ତେବେ ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ନେଇ ବହୁତ ଥର ଅସ୍ୱିକାର କରିଛନ୍ତି ରାହୁଲ ଗାନ୍ଧି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।