News 18 Odia Digital
PPF Scheme: ଆପଣମାନେ ଜାଣିଛନ୍ତି ଯେ, ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡ୍ ବା (ପିପିଏଫ୍) ହେଉଛି ଏକ ସଞ୍ଚୟ ଯୋଜନା ଯେଉଁଥିରେ ୧୫ ବର୍ଷ ପାଇଁ ପୁଞ୍ଜି ବିନିଯୋଗ କରାଯାଇପାରିବ । ତେବେ ଏହି ଖାତାର ପରିପକ୍ୱତା କେବଳ ୧୫ ବର୍ଷର ଅବଧି ପରେ ହୋଇପାରିବ । ଯଦି ତା ପୂର୍ବରୁ ଆର୍ଥିକ ସମସ୍ୟା ଦେଖାଯାଏ କିମ୍ୱା ଆପଣ ଟଙ୍କା ଉଠାଇବାକୁ ଚାହାନ୍ତି ତେବେ କିଛି ସର୍ତ୍ତ ମଧ୍ୟରେ ଆପଣ ସେ ସବିଧା ମଧ୍ୟ ପାଇପାରିବେ ।
ପିପିଏଫ୍ ସ୍କିମ୍ ଅପଡେଟ୍: ଲୋକଙ୍କ ସୁବିଧା ପାଇଁ ସରକାର ଅନେକ ଯୋଜନା ଚଳାଉଛନ୍ତି। ନିବେଶକମାନେ ମଧ୍ୟ ସେମାନଙ୍କ ପାଇଁ ବିନିଯୋଗ କରିବାର ସୁଯୋଗ ପାଆନ୍ତି । ଯଦି ଜଣେ ନିବେଶକ ବିନିଯୋଗ କ୍ଷେତ୍ରରେ କୌଣସି ସରକାରି ଯୋଜନାରେ ଟଙ୍କା ବିନିଯୋଗ କରନ୍ତି, ତେବେ ସେ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡରେ ବିନିଯୋଗ କରିପାରିବେ । ଏହି ଯୋଜନାରେ ଟଙ୍କା ବିନିଯୋଗ କରି ଲୋକମାନେ ଅଧିକ ଲାଭ ପାଇଥାନ୍ତି । ଆହୁରି ମଧ୍ୟ, ଏହି ଯୋଜନାରେ ଆପଣ ଦୀର୍ଘ ସମୟ ଧରି ବିନିଯୋଗ ମଧ୍ୟ କରିପାରିବେ ।
PPF ଯୋଜନାପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡ୍ (ପିପିଏଫ୍) ହେଉଛି ଏକ ସଞ୍ଚୟ ଯୋଜନା ଯେଉଁଥିରେ ୧୫ ବର୍ଷ ପାଇଁ ପୁଞ୍ଜି ବିନିଯୋଗ କରାଯାଇପାରିବ । ଖାତାର ମାଚ୍ୟୁରିଟି କେବଳ ୧୫ ବର୍ଷର ଅବଧି ପରେ ଘଟିବ । ଯଦି ମାଚ୍ୟୁରିଟି ପୂର୍ବରୁ ଆପଣ ଟଙ୍କା ଉଠାନ୍ତି ତେବେ ପିପିଏଫ ନିୟମ ଅନୁସାରେ ଆପଣଙ୍କୁ ଟଙ୍କା ମିଳବ ଯେଉଁଥିପାଇଁ କିଛିଟା ସର୍ତ୍ତ ରଖାଯାଇଛି ।
PPF ଆକାଉଣ୍ଟ୍ବ୍ୟବହାରକାରୀମାନେ ପିପିଏଫ୍ ଆକାଉଣ୍ଟରେ ଜମା ହୋଇଥିବା ଟଙ୍କା ଉପରେ ସୁଧ ପାଆନ୍ତି । ଏହି ଯୋଜନାରେ ସରକାର ଗ୍ୟାରେଣ୍ଟି ଦେଇଛନ୍ତି, ଯେଉଁଥିପାଇଁ ଏହି ଯୋଜନାରେ ବିପଦ ବହୁତ କମ୍ ଅଟେ । ଏଥି ସହିତ, ଏହି ଆକାଉଣ୍ଟରେ ଦିଆଯାଇଥିବା ସୁଧର ପ୍ରତିଶତ ଉପରେ ପ୍ରତି ତିନିମାସରେ ଥରେ ସମୀକ୍ଷା କରାଯାଇଥାଏ ଏବଂ ଆବଶ୍ୟକ ହେଲେ ସୁଧ ହାର ମଧ୍ୟ ପରିବର୍ତ୍ତନ କରାଯାଇପାରେ ।
PPF ପ୍ରତି ଆଗ୍ରହବର୍ତ୍ତମାନ ପରିସ୍ଥିତିରେ ପିପିଏଫ୍ ଆକାଉଣ୍ଟରେ ବର୍ଷକୁ ୭.୧ ପ୍ରତିଶତ ଆଧାରରେ ସୁଧ ପ୍ରଦାନ କରାଯାଉଛି । ଗ୍ରାହକ ପିପିଏଫ୍ ଆକାଉଣ୍ଟରେ ସେମାନଙ୍କର ଟଙ୍କା ବିନିଯୋଗ କରିପାରିବା ସହ ଏହି ସୁବିଧାର ଲାଭ ଉଠାଇପାରିବେ । ଏହା ମଧ୍ୟ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ, ୩ମାସିଆ ସମୀକ୍ଷା ପରେ ଯଦି ସୁଧର ହାର ପରିବର୍ତ୍ତନ ହୁଏ ତେବେ ସେହି ଆଧାରରେ ଲୋକମାନେ ସୁଧ ପାଇବେ ।
PPF ମାଚ୍ୟୁରିଟିଏହାର ଲାଭ ପାଇବା ପାଇଁ ଗ୍ରାହକଙ୍କୁ ବର୍ଷକୁ ସର୍ବନିମ୍ନ ୫ଶହ ଟଙ୍କା ଓ ସର୍ବାଧିକ ଦେଢ ଲକ୍ଷ ଟଙ୍କା ନିଜର ପିପିଏଫ୍ ଆକାଉଣ୍ଟରେ ଜମା କରିବାକୁ ପଡିବ । ଏଥିସହ ଆପଣ ଜାଣିରଖନ୍ତୁ ଯେ, ପିପିଏଫ୍ ଆକାଉଣ୍ଟରେ ଜମା ହୋଇଥିବା ଟଙ୍କା ଏବଂ ମାଚ୍ୟୁରିଟି ଉପରେ ପାଇବାକୁ ଥିବା ଟଙ୍କା ଉପରେ କୌଣସି ଟିକସ ଲାଗିବ ନାହିଁ ।
ଏହି ଖବର ପଢ଼ନ୍ତୁ -
ଶାଢୀ ଦୋକାନ ସାମ୍ନାରେ ୨ମହିଳାଙ୍କ ଧସ୍ତାଧସ୍ତି: ଦେଖନ୍ତୁ ଭିଡିଓନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।