News 18 Odia Digital
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ହମିରପୁର ଜିଲ୍ଲାରେ ରହୁଥିବା ପରବିନ୍ଦର ସିଂ ଗ୍ରାଫ୍ଟିଂ କରି ଗୋଟିଏ ଗଛ (tree)ରେ ଆଳୁ, ବାଇଗଣ ଓ ଟମାଟୋ ଫଳାଇ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛନ୍ତି। ଏହାପୂର୍ବରୁ ସେ ଗୋଟିଏ ଗଛରେ ଅଶ୍ୱଗନ୍ଧା, ଟମାଟୋ ଓ ବାଇଗଣ ଅମଳ କରି ସାରିଛନ୍ତି।
କୃଷିରେ ବର୍ତ୍ତମାନ ନୂଆ କୌଶଳ ପ୍ରୟୋଗ କରାଯାଉଛି । ଏହି କୌଶଳ ସାହାଯ୍ୟରେ କୃଷକମାନେ ଭଲ ଲାଭ କରୁଛନ୍ତି । ହିମାଚଳ ପ୍ରଦେଶର ହମିରପୁର ଜିଲ୍ଲାର କୃଷକ ପରବିନ୍ଦର ସିଂ ଏପରି କିଛି କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କୃଷକ (farmer) ପରବିନ୍ଦର ସିଂ ଗ୍ରାଫ୍ଟିଙ୍ଗ କରି ଗୋଟିଏ ପ୍ଲାଣ୍ଟରେ ଆଳୁ (patato), ବାଇଗଣ ଓ ଟମାଟୋ ଫଳାଇ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛନ୍ତି ।
ଆଳୁ ଗଛରୁ ଅମଳ କଲେ ବାଇଗଣ ଓ ଟମାଟୋହମିରପୁରର ୱାର୍ଡ ନମ୍ବର ୧୧ ଲାହଲଡି ଗାଁର କୃଷକ ପରବିନ୍ଦର ସିଂ ଏହା ପୂର୍ବରୁ ମଧ୍ୟ କ୍ଷେତରେ ଗ୍ରାଫ୍ଟିଂ ପଦ୍ଧତିରେ ଚାଷ କରି ପରିଚିତ ହୋଇପାରିଛନ୍ତି । ସେ ପ୍ରତ୍ୟେକ ଥର ନୂଆ ନୂଆ ପଦ୍ଧତିରେ ଗ୍ରାଫ୍ଟିଂ କରି ଲୋକଙ୍କୁ ଆଶ୍ଚର୍ଯ୍ୟ କରନ୍ତି । ପରବିନ୍ଦର ତାଙ୍କ ଘରେ ଏକ ନର୍ସରୀ (Nursery) ସ୍ଥାପନ କରିଛନ୍ତି।
ଗ୍ରାଫ୍ଟିଂ ପଦ୍ଧତି ଦ୍ବାରା ଦୁଇ ମାସରେ ୩ ଟି ଫସଲ ଏକାଠି କରାଯାଇପାରେପରବିନ୍ଦର ସିଂ କହିଛନ୍ତି ଯେ ଆଳୁ ଗଛରେ ଟମାଟୋ ଓ ବାଇଗଣ ଗ୍ରାଫ୍ଟିଂ କରାଯାଇଥିଲା । ବର୍ତ୍ତମାନ ଏଥିରେ ବାଇଗଣ ଓ ଟମାଟୋ ଲଗାଯାଇଛି । ଗ୍ରାଫ୍ଟିଙ୍ଗର ଦେଢ଼ରୁ ଦୁଇ ମାସ ପରେ, ଗୋଟିଏ ଉଦ୍ଭିଦରୁ ଦୁଇରୁ ତନୋଟି ଫସଲର ପନିପରିବା ଅମଳ କରିହେବ।
କୃଷକ ପରବିନ୍ଦର ସିଂ ସରକାରଙ୍କୁ ଏହି ଦାବି କରିଛନ୍ତିକୃଷକ ପରବିନ୍ଦର ସିଂ ଅଶ୍ୱଗନ୍ଧା ଗଛରେ ଟମାଟୋ ଓ ବାଇଗଣ ପ୍ରସ୍ତୁତ କରିସାରିଛନ୍ତି। ସେ କହିଛନ୍ତି ଯେ ଯଦି ଠିକ୍ ସମୟରେ ଦେଖାରଖା କରିବା ସହ ଗ୍ରାଫ୍ଟିଙ୍ଗ୍ ଯଦି ଭଲ କରାଯାଏ, ତେବେ ଫଳାଫଳ ଭଲ ହେବ । ଭଲ ଲାଭ (profit) ପାଇବା ପାଇଁ କୃଷକମାନେ ଏହି କୌଶଳର ଲାଭ ଉଠାଇ ପାରିବେ । ଏହା ବ୍ୟତୀତ କୃଷି ବିଭାଗ ନିକଟରେ ଗ୍ରାଫ୍ଟିଂ ଟେକ୍ନୋଲୋଜି (Grafting technology) ଉପରେ ଅଧିକ କାର୍ଯ୍ୟ ଓ ଅନୁସନ୍ଧାନ କରିବାକୁ ସେ ଦାବି କରିଛନ୍ତି, ଯାହା ଦ୍ବାରା ଅଧିକରୁ ଅଧିକ ଚାଷୀ ଲାଭ ପାଇପାରିବେ।
ଏହି ଖବର ପଢ଼ନ୍ତୁ -
ଯୁବକଙ୍କ ପ୍ରେମରେ ପଡ଼ିଲେ ୧୦ଟି ସନ୍ତାନର ମା': ଉପହାର ଦେଇ ବିବାହ କରାଇଲେ ଗ୍ରାମବାସୀPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।