News 18 Odia Digital
Saving Schemes : ଡାକଘରେ ବିଭିନ୍ନ ପ୍ରକାରର ସ୍କିମ୍ ରହିଛି । ଆପଣ ଅନେକ ପ୍ରକାର ସ୍କିମ୍କୁ ମଧ୍ୟ ପସନ୍ଦ କରୁଥିବେ, ଯାହାକୁ ଆପଣ ବାଛିପାରିବେ ଓ ଟଙ୍କା ବି ସଞ୍ଚୟ କରିପାରିବେ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଯୋଜନାରେ ପବ୍ଲିକ୍ ପ୍ରୋଭିଡେଣ୍ଟ୍ ପାଣ୍ଠି (ppf) ବିଷୟରେ ଜାଣିବା । ଏହି ସ୍କିମ୍ରେ ବିନିଯୋଗ କରି ଜଣେ ବିଭିନ୍ନ ସୁବିଧା ପାଇପାରିବ । ଆପଣ ବିପୁଳ ଟଙ୍କା ମଧ୍ୟ ପାଇପାରିବେ । ବିପଦମୁକ୍ତ ଭାବେ ଜଣେ ରିଟର୍ନ ପାଇ ପାରିବ । ତେଣୁ ଯେଉଁମାନେ ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି ସେମାନେ ଏହି ଯୋଜନାକୁ ଥରେ ଯାଞ୍ଚ କରିବା ଆବଶ୍ୟକ....
ଏହି ଯୋଜନାରେ ଆପଣ ୧୦,୦୦୦ ଟଙ୍କା ସଞ୍ଚୟ କରି କେମିତି ୪ ଲକ୍ଷରୁ ଅଧିକ ଟଙ୍କା ପାଇ ପାରିବେ । ପବ୍ଲିକ୍ ପ୍ରୋଭିଡେଣ୍ଟ୍ ପାଣ୍ଠି (ppf) ହେଉଛି ସର୍ବୋତ୍ତମ ଅବସର ଯୋଜନା ମଧ୍ୟରୁ ଗୋଟିଏ । ଏହି ଯୋଜନାର ପରିପକ୍ୱତା ଅବଧି ହେଉଛି ୧୫ବର୍ଷ । ଆପଣ ପରିପକ୍ବତା ଅବଧି ପାଞ୍ଚ ବର୍ଷ ବୃଦ୍ଧି ମଧ୍ୟ କରିପାରିବେ । ଏହି ଯୋଜନାରେ ସୁଧ ହାର ୭.୧ ପ୍ରତିଶତ ଅଟେ । ପ୍ରତି ତିନିମାସରେ ସୁଧ ହାର ପରିବର୍ତ୍ତନ ହେବ । କାରଣ ତ୍ରୈମାସିକରେ କେନ୍ଦ୍ର ସରକାର ସୁଧ ହାର ସମୀକ୍ଷା କରନ୍ତି।
ଏହା ବ୍ୟତୀତ ଆପଣ ଏହି ଯୋଜନାରେ ବିନିଯୋଗ କରି ଟିକସ ସୁବିଧା ମଧ୍ୟ ପାଇପାରିବେ । EEEର ଟ୍ୟାକ୍ସ ସୁବିଧା ମଧ୍ୟ ଅଛି । ଏହାର ଅର୍ଥ ହେଉଛି ଜମା ହୋଇଥିବା ଟଙ୍କା, ଅର୍ଜିତ ସୁଧ ଏବଂ ପ୍ରତ୍ୟାହାର ରାଶି ଉପରେ କୌଣସି ଟିକସ ନାହିଁ । ବାର୍ଷିକ ଆପଣ ୧.୫ ଲକ୍ଷ ପର୍ଯ୍ୟନ୍ତ ଟିକସ ସୁବିଧା ପାଇପାରିବେ । ଆପଣ ସର୍ବାଧିକ ୧.୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ଆପଣ ପାଇଥିବା ରିଟର୍ଣ୍ଣ ମଧ୍ୟ ଆପଣ ବିନିଯୋଗ କରିଥିବା ରାଶି ଉପରେ ଭିନ୍ନ ହେବ ।
ପଢନ୍ତୁ ଏହି ଖବର :
Covid-19 Update : ଡରାଉଛି କୋରୋନା; ୭ ଦିନରେ ୮୧% ନୂଆ ମାମଲାଉଦାହରଣ ସ୍ୱରୂପ ଯଦି ଆପଣ ୧୦ ହଜାର ଟଙ୍କା ବିନିଯୋଗ କରୁଛ .. କାର୍ଯ୍ୟକାଳର ୨୦ ବର୍ଷରେ ଆପଣ ୪.୫ ଲକ୍ଷ ପାଇପାରିବେ । ଏଠାରେ ଆମେ ୭.୧ ପ୍ରତିଶତ ସୁଧ ହାର ଉପରେ ଆଧାର କରି ଏହି ରିଟର୍ନ ଆକଳନ କରୁଛୁ । ଆପଣ ବିନିଯୋଗ କରିଥିବା ପରିମାଣ ୨ ଲକ୍ଷ ଟଙ୍କା ଓ ତୁମର ଆୟ ହେବ ୨.୪୩ ଲକ୍ଷ ଟଙ୍କା । ଯାହା ସମୁଦାୟ ୪.୫ ଲକ୍ଷ ଟଙ୍କା ଉପଲବ୍ଧ ହେବ । ତେଣୁ ଆପଣ କମ୍ ପରିମାଣରେ ସମାନ ରିଟର୍ନ ପାଇପାରିବେ । ବର୍ଷକୁ ୧୦ ହଜାର ଅର୍ଥ ପ୍ରତିଦନ ୨୭ ଟଙ୍କା ପଡ଼ିଲା । ସମାନ ଭାବରେ ୧୨ ହଜାର ଟଙ୍କା ଜମା କଲେ ୫.୩ ଲକ୍ଷ ଯଙ୍କା ଉପଲବ୍ଧ ହେବ । ଏହାର ଅର୍ଥ ହେଉଛି ମାସକୁ ୧୦୦୦ ଟଙ୍କା ସଞ୍ଚୟ କରିବାକୁ ପଡ଼ିବ... ଯାହାକି ଆପଣଙ୍କୁ 30 ଟଙ୍କା ଦୈନିକ ସଞ୍ଚୟ କରିବାକୁ ପଡ଼ିବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।