କରୋନାକୁ ନେଇ ଆସିଲା ଏକ ଭଲ ଖବର; ଏହି ୯ ଟି ରାଜ୍ୟରେ ହ୍ରାସ ପାଇଲା ମାମଲା: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ମନ୍ତ୍ରଣାଳୟ କହିଛି - ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ହରିୟାଣା, ଛତିଶଗଡ଼, ବିହାର ଓ ଗୁଜୁରାଟ ଭଳି ରାଜ୍ୟରେ ନୂଆ ମାମଲା ହ୍ରାସ ପାଇବାରେ ଲାଗିଛି । ଏହା ବ୍ୟତୀତ ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ତେଲେଙ୍ଗାନା, ଚଣ୍ଡିଗଡ଼, ଲଦାଖ, ଦାମନ ଆଣ୍ଡ ଡିୟୁ, ଲକ୍ଷ୍ମୀଦୀପ, ଆଣ୍ଡାମାନ ଓ ନିକୋବର ଭଳି ସ୍ଥାନରେ ମଧ୍ୟ ନୂଆ ମାମଲା ସାମ୍ନାକୁ ଆସିଛି ।

କରୋନାକୁ ନେଇ ଆସିଲା ଏକ ଭଲ ଖବର; ଏହି ୯ ଟି ରାଜ୍ୟରେ ହ୍ରାସ ପାଇଲା ମାମଲା: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
ଏହି ୯ ଟି ରାଜ୍ୟରେ ହ୍ରାସ ପାଇଲା ମାମଲା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଦେଶରେ କରୋନା ଭୂତାଣୁର ଦ୍ୱିତୀୟ ଲହରର ପ୍ରଭାବ ବର୍ତ୍ତମାନ କମିବାରେ ଲାଗିଛି । ଦେଶର ଅନେକ ରାଜ୍ୟରେ ନୂତନ କରୋନା ମାମଲା କ୍ରମାଗତ ହ୍ରାସ ଘଟୁଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ସୂଚନା ଦେଇଛି । ମନ୍ତ୍ରଣାଳୟ କହିଛି - ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ହରିୟାଣା, ଛତିଶଗଡ, ବିହାର ଓ ଗୁଜୁରାଟ ଭଳି ରାଜ୍ୟରେ ନୂଆ ମାମଲା ହ୍ରାସ ପାଇବାରେ ଲାଗିଛି । ଏହା ବ୍ୟତୀତ ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ତେଲେଙ୍ଗାନା, ଚଣ୍ଡିଗଡ଼, ଲଦାଖ, ଦାମନ ଆଣ୍ଡ ଡିୟୁ, ଲକ୍ଷ୍ମୀଦୀପ, ଆଣ୍ଡାମାନ ଓ ନିକୋବର ଭଳି ସ୍ଥାନରେ ମଧ୍ୟ ନୂଆ ମାମଲା ସାମ୍ନାକୁ ଆସିଛି ।

ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ୧୩ ଟି ରାଜ୍ୟରେ ଏକ ଲକ୍ଷରୁ ଅଧିକ ସକ୍ରିୟ ମାମଲା ରହିଛି । ୬ଟି ରାଜ୍ୟରେ ୫୦ ହଜାରରୁ ଏକ ଲକ୍ଷ ସକ୍ରିୟ ମାମଲା ରହିଛି । ଓ ୧୭ ଟି ରାଜ୍ୟରେ ୫୦ ହଜାରରୁ କମ୍ ସକ୍ରିୟ ମାମଲା ରହିଛି । ଆଇସିଏମଆର ନିର୍ଦ୍ଦେଶକ ବଳରାମ ଭରଭା କହିଛନ୍ତି ଯେ ଏହି ସମୟରେ ସାରା ଦେଶରେ ହାରାହାରି ପଜିଟିଭିଟି ହାର ପ୍ରାୟ ୨୧ ପ୍ରତିଶତ ଅଟେ ।

ଗୃହ ମନ୍ତ୍ରଣାଳୟ ଏହା ସୂଚନା ଦେଇଛି

ଏଥି ସହିତ ଗୃହ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ପିଏମ କେୟାର ଫଣ୍ଡ ମାଧ୍ୟମରେ ଏକ ଲକ୍ଷ ଅକ୍ସିଜେନ କଣ୍ଟେନର୍ସ କିଣା ଯାଇଛି । ୫୮୦୫ MT ମେଡିକାଲ ଅକ୍ସିଜେନ ବାହାରୁ ମଗାଯାଇଛି । ୭୦୪୯ MT କ୍ଷମତା ବିଶିଷ୍ଟ ୩୭୪ ଟ୍ୟାଙ୍କର୍ ଦେଶରେ ଏୟାରଲିଫ୍ଟ କରାଯାଇଥିଲା । ୧୪୦୭ MT କ୍ଷମତା ବିଶିଷ୍ଟ ୮୧ କଣ୍ଟେନର ଭାରତୀୟ ବାୟୁସେନା ଦ୍ୱାରା ବିଦେଶରୁ ଏୟାରଲିଫ୍ଟ କରାଯାଇଥିଲା । ଏହି ସମୟରେ ୧୫୭ ଅକ୍ସିଜେନ ସ୍ପେଶାଲ ଟ୍ରେନ୍ ମାଧ୍ୟମରେ ଅକ୍ସିଜେନ ଯୋଗାଇ ଦିଆଯାଇଛି ।

ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରର କରୋନାରେ ଗତ କିଛି ଦିନ ହେବ ନୂତନ ମାମଲାରେ କ୍ରମାଗତ ହ୍ରାସ ଘଟିଛି । ଏହା ବ୍ୟତୀତ ରାଜଧାନୀ ଦିଲ୍ଲୀର ଗତ ୧୫ ଦିନର ଆକଳନକୁ ଦେଖିବାକୁ ଗଲେ ପଜିଟିଭ ହାର ୧୭.୭୬ ପ୍ରତିଶତକୁ ଖସି ଆସିଛି ।
Published by: Jagdish Barik
First published: May 11, 2021, 5:13 PM IST