ଗୋଟିଏ ଦିନରେ ୩୦୦ ଯୁବକଙ୍କ ସହ କରୁଥିଲେ ସେକ୍ସ; ଆଜି ସେ ଜଣେ ଫେମସ୍ ରେସଲର

ଆମେରିକାର ଅନ୍ୟତମ ପ୍ରସିଦ୍ଧ ପର୍ଣ୍ଣ ଷ୍ଟାରର ଜାସ୍ମିନ୍ ସେଣ୍ଟ କ୍ଲେୟାର ଜଣେ ପ୍ରଫେସନାଲ ରେସଲର ସାଜିଛନ୍ତି । ୧୯୯୦ ଦଶକରେ ଜସ୍ମିନଙ୍କ ନାମ ସବୁଠାରୁ ଲୋକପ୍ରିୟ ପର୍ଣ୍ଣ ଷ୍ଟାରମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଥିଲା ।

ପର୍ଣ୍ଣ ଷ୍ଟାରରୁ ସାଜିଲେ ରେସଲର

ପର୍ଣ୍ଣ ଷ୍ଟାରରୁ ସାଜିଲେ ରେସଲର

  • Share this:
News18 Odia Digital

ୱାଶିଂଟନ୍: ସାଧାରଣ ଲୋକଙ୍କୁ ଲାଗୁଛି ଯେ ପର୍ଣ୍ଣ ତାରକାମାନଙ୍କ ଜୀବନ ଅତ୍ୟନ୍ତ ଆରାମଦାୟକ । କିନ୍ତୁ ଅନେକ ପର୍ଣ୍ଣ ତାରକା ଲୋକଙ୍କ ଏହି ଭୁଲ ଧାରଣାକୁ ହଟାଇ ଦେଇଛନ୍ତି । ନିକଟରେ ଜଣେ ପର୍ଣ୍ଣ ଅଭିନେତ୍ରୀ କହିଥିଲେ ଯେ ତାଙ୍କ ଜୀବନରେ କେତେ ସମସ୍ୟା ଆସିଥିଲା । ୧୯୯୦ ଦଶକରେ ଆମେରିକାର ସବୁଠାରୁ ପ୍ରସିଦ୍ଧ ପର୍ଣ୍ଣ ଅଭିନେତ୍ରୀ ଜାସ୍ମିନ ଏହି ଦୁନିଆରୁ ବାହାରିବାକୁ ନିଷ୍ପତ୍ତି ନେଇଥିଲେ ଓ ଆଜି ସେ ଜଣେ ପେସାଦାର ରେସଲରରେ ପରିଣତ ହୋଇଛନ୍ତି। ଜାସ୍ମିନ୍ ତାଙ୍କ ଅନୁଭୂତି ଲୋକଙ୍କ ସହ ଶେୟାର କରିଥିଲେ ।

୧୯୯୦ରେ, ଆମେରିକାର ପର୍ଣ୍ଣ ଇଣ୍ଡଷ୍ଟ୍ରିରେ ନିର୍ମିତ ଅଧିକାଂଶ ଫିଲ୍ମରେ ଜାସ୍ମିନଙ୍କୁ ଦେଖିବାକୁ ମିଳିଥିଲା । ଏକ ଫିଲ୍ମରେ ଏକାସାଙ୍ଗରେ ୩୦୦ ପୁରୁଷଙ୍କ ସହ ଯୌନ ସମ୍ପର୍କ ରଖିଥିବା ବେଳେ ଜାସ୍ମିନଙ୍କୁ ନେଇ ପର୍ଣ୍ଣ ଇଣ୍ଡଷ୍ଟ୍ରିରେ ବେଶ୍ ଚର୍ଚ୍ଚା ହୋଇଥିଲା । ଏହା ପରେ ଜାସ୍ମିନ୍ ପର୍ଣ୍ଣ ଜଗତର ଷ୍ଟାର ସାଜିଥିଲେ । ହେଲେ କିଛି ସମୟ ପରେ ସେ ଏହି କ୍ଷେତ୍ର ଛାଡ଼ି ଚାଲିଯାଇଥିଲେ । ଜାସ୍ମିନ୍ କୁସ୍ତିରେ ନିଜ ଭାଗ୍ୟା ପରୀକ୍ଷା କରିଥିଲେ ଓ ଆଜି ସେ ଜଣେ ସଫଳ ରେସଲର ଭାବରେ ଏକ ନାମ ଅର୍ଜନ କରିଛନ୍ତି ।

ପର୍ଣ୍ଣ ଷ୍ଟାରର ଜାସ୍ମିନ୍ ସେଣ୍ଟ କ୍ଲେୟାର ଜଣେ ପ୍ରଫେସନାଲ ରେସଲର ସାଜିଛନ୍ତି


ଅଭିଜ୍ଞତା ବାଣ୍ଟିଛନ୍ତି

ଜାସ୍ମିନ୍ ଅନଫିଲ୍ଟର୍ ନାମକ ଏକ ପୋଡକାଷ୍ଟରେ ନିଜର ଅଭିଜ୍ଞତା ବାଣ୍ଟିଥିଲେ । ସେ କହିଥିଲେ, ‘‘ଏପରି ଜିନିଷ ପାଇଁ ଲୋକେ ତୁମକୁ ମନେ ରଖନ୍ତି, ଯାହାକୁ ତୁମେ ମନେ ରଖିବାକୁ ଚାହୁଁନାହଁ । ତଥାପି ୩୦୦ ଲୋକଙ୍କ ସହିତ ନିର୍ମିତ ମୋର ଭିଡିଓଗୁଡ଼ିକରେ ମୋର କୌଣସି ଅସୁବିଧା ନଥିଲା । ସେହି ଅନୁଭୂତି ମଧ୍ୟ ମଜାଦାୟକ ଥିଲା ।’’ ତାଙ୍କ ପର୍ଣ୍ଣ ଚଳଚ୍ଚିତ୍ରର ଅଭିଜ୍ଞତା ବାଣ୍ଟି ଜାସ୍ମିନ୍ କହିଛନ୍ତି ଯେ ୧୦ ଘଣ୍ଟା କାମ କରିବା ସହଜ ନୁହେଁ। ସତେ ଯେପରି ସେ ଏକ ସର୍କସରେ କାମ କରୁଥିଲେ, ଯେଉଁଠାରେ ସେ କେବଳ କାମ ଶେଷ କରିବାକୁ ଚିନ୍ତା କରୁଥିଲେ ।

୯୯୦ ଦଶକରେ ଆମେରିକାର ସବୁଠାରୁ ପ୍ରସିଦ୍ଧ ପର୍ଣ୍ଣ ଅଭିନେତ୍ରୀ ଜାସ୍ମିନ


ହଠାତ୍ ବଦଳି ଯାଇଥିଲା ତାଙ୍କ ବୃତ୍ତି

ଜାସ୍ମିନ କହିଛନ୍ତି ଯେ ସେ ପର୍ଣ୍ଣ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖୁସି ହୋଇପାରିନଥିଲେ । ତେଣୁ ସେ ବୃତ୍ତି ପରିବର୍ତ୍ତନ କରିବାକୁ ସ୍ଥିର କଲେ। ଜାସ୍ମିନ ପିଲାଦିନରୁ କୁସ୍ତି ଦେଖିଥିଲେ ଓ ଏଥିରେ ତାଙ୍କର ବହୁତ ଆଗ୍ରହ ମଧ୍ୟ ଥିଲା । ଏହି କାରଣରୁ, ପର୍ଣ୍ଣ ଇଣ୍ଡଷ୍ଟ୍ରି ଛାଡ଼ିବା ପରେ ସେ ଏହାକୁ ଏକ ବୃତ୍ତି ଭାବରେ ବାଛିଲେ । ଜାସ୍ମିନ୍ ମଧ୍ୟ କିଛି ମାସ ପାଇଁ ରେସଲିଂ କ୍ଲାସ୍ ନେଇଥିଲେ । ଆଜି ସେ ରିଙ୍ଗରେ ଅନେକ ଖେଳାଳିଙ୍କୁ ମନୋରଞ୍ଜନ କରୁନ୍ତି । କେବଳ କୁସ୍ତି ନୁହେଁ, ଜାସ୍ମିନ୍ ଅଭିନୟରେ ମଧ୍ୟ ନିଜ ଭାଗ୍ୟା ପରୀକ୍ଷା କରୁଛନ୍ତି । ବର୍ତ୍ତମାନ ଜାସ୍ମିନ୍ ତାଙ୍କ କ୍ୟାରିୟରରେ ବହୁତ ଖୁସି ଅଛନ୍ତି ।
Published by:Lipina Das
First published: