ଯୌନ ସମ୍ପର୍କକୁ ନେଇ ଏମିତି କହିଲେ ପୋପ ଫ୍ରାନ୍ଲିସ
News18 Odia Digital
Pope Francis On Sex: ବିବାହ ପୂର୍ବରୁ ଯୌନ ସମ୍ପର୍କ ବିଷୟରେ ପୋପ୍ ଫ୍ରାନ୍ସିସ୍ ଏକ ବିବୃତ୍ତି ଦେଇଛନ୍ତି। ପୋପ୍ ଫ୍ରାନ୍ସିସ୍ କହିଛନ୍ତି ଯେ ବିବାହ ପୂର୍ବରୁ ଯୌନ ସମ୍ପର୍କରୁ ଦୂରେଇ ରହିବା ପ୍ରକୃତ ପ୍ରେମର ସଙ୍କେତ। ପୋପ୍ ଫ୍ରାନ୍ସିସ୍ ଏହି ପ୍ରସଙ୍ଗରେ ମଧ୍ୟ କହିଛନ୍ତି ଯେ ବିବାହ ପୂର୍ବରୁ ଯୌନ ସମ୍ପର୍କ ନ ରଖିବା ଦ୍ବାରା ସମ୍ପର୍କ ଅଧିକ ସମୟ ରହିଥାଏ।
ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବା ପ୍ରକୃତ ପ୍ରେମର ସଙ୍କେତ: ପୋପ୍
ଡେଲି ମେଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏଥର ପୋପ୍ ଫ୍ରାନ୍ସିସ୍ କହିଛନ୍ତି ଯେ ବିବାହ ପୂର୍ବରୁ ଯୌନ ସମ୍ପର୍କକୁ ବାରଣ କରିବା ପ୍ରକୃତ ପ୍ରେମର ସଙ୍କେତ। ବିବାହ ପୂର୍ବରୁ ଯୌନ ସମ୍ପର୍କରୁ ଦୂରେଇ ରହିବାକୁ ପରାମର୍ଶ ଦେଉଛନ୍ତି।
ପୋପଙ୍କ ମନ୍ତବ୍ୟ ଯୌନ ସମ୍ପର୍କର ମହତ୍ତ୍ବକୁ ଖଣ୍ଡନ କରିଛି କି?
ପୋପ ଫ୍ରାନ୍ସିସ୍ ଏକ ନୂଆ ୯୭ ପୃଷ୍ଠାର ଭାଟିକାନ୍ ଗାଇଡରେ ଖୁସିଭରା ଯୌନ ସମ୍ପର୍କର ନିୟମ ରଖିଛନ୍ତି। ପୋପ୍ ଏହି ନିର୍ଦ୍ଦେଶାବଳୀରେ ମଧ୍ୟ ଦାବି କରିଛନ୍ତି ଯେ ଆଜିର ଯୁଗରେ ଯୌନ ଉତ୍ତେଜନା କିମ୍ବା ଚାପ ହେତୁ ସ୍ୱାମୀ-ସ୍ତ୍ରୀଙ୍କ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ଶୀଘ୍ର ଭାଙ୍ଗିଯାଏ। ଏହି ଡକ୍ୟୁମେଣ୍ଟରେ ଇଣ୍ଟରନେଟର ଅତ୍ୟଧିକ ବ୍ୟବହାର ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି, ଯାହାକୁ ସମାଲୋଚନା କରାଯାଉଛି।
ପୋପଙ୍କ ମନ୍ତବ୍ୟ ଉପରେ ମିଶ୍ରିତ ପ୍ରତିକ୍ରିୟା
ବର୍ତ୍ତମାନ ପୋପଙ୍କ ଏପରି କଥାକୁ ନେଇ ସବୁ ମହଲରେ ଚର୍ଚ୍ଚା ଦେଖିବାକୁ ମିଳୁଛି। କିଛି ଲୋକ ଏହାକୁ ଠିକ କହୁଥିବା ବେଳେ ଆଉ କିଛି ଲୋକ ନିଜ ନିଜ ହିସାବରେ ଏହା ଉପରେ ପ୍ରତିକ୍ରିୟା ଦେଉଥିବାର ନଜର ଆସୁଛନ୍ତି।
ସେପଟେ ଏଥି ସହିତ, ଏହି ବିବୃତ୍ତି ସମ୍ବନ୍ଧରେ ଧର୍ମଶାସ୍ତ୍ରୀ ଭିଟୋ ମୋନକୋସୋ କହିଛନ୍ତି ଯେ ପୋପଙ୍କ ଏହି ମନ୍ତବ୍ୟ ସମ୍ପର୍କରେ ଯୌନ ସମ୍ପର୍କ ମହତ୍ବକୁ ହ୍ରାସ କରିଦେଇଛି।
ପୋପଙ୍କ ପୂର୍ବ ବୟାନକୁ ନେଇ ମଧ୍ୟ ବେଶ୍ ଚର୍ଚ୍ଚା ହୋଇଥିଲା
ନିକଟରେ ପୋପ କହିଥିଲେ ଯେଉଁମାନେ ପିଲାମାନଙ୍କ ଅପେକ୍ଷା ଗୃହପାଳିତ ପଶୁମାନଙ୍କୁ ଅଧିକ ଭଲ ପାଆନ୍ତି, ସେମାନଙ୍କୁ ସ୍ୱାର୍ଥପର। ତା’ପରେ ସେ କହିଥିଲେ ଯେ ପିଲାମାନଙ୍କ ଅପେକ୍ଷା ଗୃହପାଳିତ ପଶୁମାନଙ୍କୁ ଅଧିକ ଭଲ ପାଇବା ଆମର ମାନବିକତାକୁ ଛଡ଼ାଇ ନେଇଥାଏ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।